ଜେଲ୍‌ରେ ପୁଅ ଆର୍ଯ୍ୟାନ୍‌ଙ୍କୁ ଭେଟିଲେ ଶାହାରୁଖ; କାଚ କାନ୍ଥ ସାଜିଲା ପ୍ରତିବନ୍ଧକ, ଇଣ୍ଟରକମ୍‌ରେ ୧୫ ମିନିଟ୍‌ ହେଲେ କଥାବାର୍ତ୍ତା

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବର୍ତ୍ତମାନ ମୁମ୍ବାଇ କ୍ରୁଜ ଡ୍ରଗ୍‌ ପାର୍ଟି ମାମଲାରେ ଫସି ରହିଛନ୍ତି। ୨୦ ଅକ୍ଟୋବରରେ ଆର୍ଯ୍ୟନଙ୍କ ଜାମିନ୍‌ ଆବେଦନକୁ ମୁମ୍ବାଇର ସେସନ୍ସ କୋର୍ଟ ଖାରିଜ କରି ଦେଇଛନ୍ତି। ଏହାପରେ ଆର୍ଯ୍ୟନଙ୍କୁ ପୁଣିଥରେ ଜେଲରେ ରହିବାକୁ ପଡ଼ିଛି। ଖବର ଆସିଛି କି, ଜାମିନ୍‌ ନ ମିଳିବାରୁ ଆର୍ଯ୍ୟନ୍‌ ଖାନ ହତୋତ୍ସାହ ହୋଇ ପଡ଼ିଛନ୍ତି ଏବଂ କାହା ସହିତ ବି ଜେଲ୍‌ରେ କଥା ହେଉ ନାହାନ୍ତି। ଏବେ ବାପା ଶାହରୁଖ ଖାନ ପୁଅକୁ ଭେଟିବା ପାଇଁ ଆର୍ଥର ରୋଡ୍‌ ଜେଲ୍‌ରେ ପହଞ୍ଚିଛନ୍ତି।

ଶାହରୁଖ ଗୁରୁବାର ସକାଳେ ପୁଅ ଆର୍ଯ୍ୟନ୍‌ଙ୍କୁ ଭେଟିବା ଲାଗି ପହଞ୍ଚିଥିଲେ। ତାଙ୍କୁ ଗ୍ରେ ଟି-ଶାର୍ଟ ଓ ଚଷମାରେ ଦେଖିବାକୁ ମିଳିଥିଲା। ଦୁଇଜଣଙ୍କର କଥାବାର୍ତ୍ତା ପାଖାପାଖି ୧୬ରୁ ୧୮ ମିନିଟ୍‌ ଧରି ଚାଲିଥିଲା। ଏହି ସାକ୍ଷାତ ସମୟରେ ବାପା ଓ ପୁଅଙ୍କ ମଝିରେ କାଚର କାନ୍ଥ ରହିଥିଲା। ଦୁଇଜଣ ଇଣ୍ଟରକମ୍‌ରେ କଥା ହୋଇଥିଲେ। ଏହି ସମୟରେ ସେଠାରେ ଜେଲ୍‌ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ମହାରାଷ୍ଟ୍ରର ଜେଲ୍‌ଗୁଡ଼ିକରେ କରୋନା ଯୋଗୁ କଏଦୀମାନଙ୍କୁ ନିଜ ପରିବାର ଲୋକଙ୍କ ସହିତ ଭେଟିବା ଲାଗି ଅନୁମତି ନ ଥିଲା। ଏହି ପ୍ରତିବନ୍ଧକ ବୁଧବାର ଅର୍ଥାତ୍‌ ଗତକାଲି ହିଁ ହଟାଇ ଦିଆଯାଇଛି। ଯେମିତି ପ୍ରତିବନ୍ଧକ ହଟିଛି, ତ ଶାହରୁଖ ଖାନ ତୁରନ୍ତ ପୁଅକୁ ଭେଟିବା ପାଇଁ ଜେଲ୍‌ରେ ପହଞ୍ଚିଥିଲେ। ଆର୍ଯ୍ୟନଙ୍କ ବ୍ୟତୀତ ଅନ୍ୟ କଏଦୀମାନଙ୍କର ପରିବାର ଲୋକେ ମଧ୍ୟ ସେମାନଙ୍କୁ ଭେଟିବା ଲାଗି ପହଞ୍ଚିଛନ୍ତି। ଆର୍ଥର ରୋଡ୍‌ ଏ ନେଇ ଏକ ନୋଟିସ୍‌ ମଧ୍ୟ ଜାରି କରିଛି। ଏଥି ପୂର୍ବରୁ ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ ଖାନ, ପୁଅ ଆର୍ଯ୍ୟନଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଥିଲେ। କୁହାଯାଉଥିଲା କି, ଦୁଇଜଣ ହିଁ ପୁଅ ପାଇଁ ଚିନ୍ତିତ ଅଛନ୍ତି ଏବଂ ଲଗାତାର ତା’ର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜେଲ୍‌ର ଅଧିକାରୀମାନଙ୍କଠାରୁ ପଚାରି ବୁଝିବାରେ ଲାଗିଛନ୍ତି। ଏବେ ଶାହରୁଖ ଜେଲ୍‌ରେ ପହଞ୍ଚିଥିବାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

letter
photo: aajtak

 

ଆର୍ଯ୍ୟନ ଖାନ୍‌ ବିଗତ ୧୪ ଦିନ ହେବ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ବନ୍ଦୀ ଅଛନ୍ତି। ଏନ୍‌ସିବି ତାଙ୍କ ଉପରେ ଡ୍ରଗ୍ସ ନେବା ଏବଂ ଇଣ୍ଟରନ୍ୟାଶନାଲ ଡ୍ରଗ ଟ୍ରାଫିକିଙ୍ଗ୍‌ ସହ ଜଡ଼ିତ ଥିବା ନେଇ ଅଭିଯୋଗ ଲଗାଇଛି। ଆର୍ଯ୍ୟନଙ୍କ ଜାମିନ୍‌ ଆବେଦନକୁ ମାଜିଷ୍ଟ୍ରେଟ୍‌ କୋର୍ଟ ଏବଂ ସେସନ୍ସ କୋର୍ଟ ଖାରଜ କରି ଦେଇଛନ୍ତି। ଏବେ ତାଙ୍କ ଓକିଲ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଏନ୍‌ସିବି ସହ ଜଡ଼ିତ ସୂତ୍ରରୁ ଜଣାପଡ଼ିଛି କି, ଆର୍ଯ୍ୟନ ଖାନ୍‌ଙ୍କ ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି। ଏମିତିରେ ଏନ୍‌ସିବି ପୁଣିଥରେ ତାଙ୍କର ରିମାଣ୍ଡ ଆବେଦନ କରିପାରେ। ଏନ୍‌ସିବି ହାଇକୋର୍ଟରେ ନିଜର ଉତ୍ତର ରଖିବାକୁ ବି ପ୍ରସ୍ତୁତ ରହିଛି। କୁହାଯାଉଛି କି, ଆର୍ଯ୍ୟନ ଖାନ୍‌ଙ୍କୁ ଜଲ୍‌ଦି ଏଥିରୁ ମୁକ୍ତି ମିଳିବାର ସମ୍ଭାବନା ବହୁତ କମ୍‌ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.