ଶାହରୁଖ ଖାନ୍‌ ସେୟାର କଲେ ମିରର୍‌ ସେଲଫି, ଡନ୍‌ ୩ ଲୁକ୍‌ ବୋଲି ଅନୁମାନ କରୁଛନ୍ତି ଫ୍ୟାନ୍ସ

ଶାହରୁଖ ଖାନ ବଲିଉଡରେ କିଙ୍ଗଖାନ୍‌ ଭାବେ ପରିଚିତ। ଶାହରୁଖ ବଲିଉଡରେ ୩୦ ବର୍ଷ ପୂରଣ କରିସାରିଲେଣି। ୩୦ ବର୍ଷର ଫିଲ୍ମ କ୍ୟାରିଅର ଭିତରେ କେତେବେଳେ ଶାହରୁଖ ବାଦଶାହ ହୋଇଗଲେ ତାହା ଜଣାପଡିନଥିଲା। ନିଜର ଫିଲ୍ମ କ୍ୟାରିଅରରେ ଶାହରୁଖ ଇଣ୍ଡଷ୍ଟ୍ରୀକୁ ଅନେକ ସୁପରହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି। ଏହା ମଧ୍ୟରେ ରୋମାନ୍ସ କିଙ୍ଗ ଇନଷ୍ଟାଗ୍ରାମରେ ଏକ ମିରର ସେଲଫି ଅପଲୋଡ କରିଛନ୍ତି, ଯାହା ଏବେ ଭାଇରଲ ହେବାରେ ଲାଗିଛି।

ଶାହରୁଖ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲାଟେଷ୍ଟ ଫଟୋ ପୋଷ୍ଟ କରିଛନ୍ତି, ଏଥିରେ ଶାହରୁଖ ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି। ଫଟୋରେ ଗୋଟେ ହାତରେ ମୋବାଇଲ ଧରିଥିବା ବେଳେ ମିରରକୁ ଦେଖୁଛନ୍ତି। ଫଟୋରେ ଶାହରୁଖ ଧଳା ସାର୍ଟରେ ମେରୁନ ରଙ୍ଗର ଟାଇ ପିନ୍ଧିଥିବା ନଜର ଆସିଛନ୍ତି। ଫଟୋରେ ଶାହରୁଖ କ୍ଲିନ ସେଭ୍‌ ନଜର ଆସିଥିଲେ।

 

View this post on Instagram

 

A post shared by Shah Rukh Khan (@iamsrk)

ଏହି ଫଟୋ ଶାହରୁଖ ଭ୍ୟାନିଟି ଭ୍ୟାନରେ ନେଇଛନ୍ତି। ଏହି ଫଟୋ ସହିତ ଶାହରୁଖ କ୍ୟାପସନ ଲେଖିଛନ୍ତି, ‘ମୋର ଇଣ୍ଡଷ୍ଟ୍ରୀରେ ୩୦ ବର୍ଷ ପୂରଣ ହେବାର ଖୁସି କେକ୍‌ ଏବଂ ଏଡିଟ୍‌ ଫଟୋ, ବିଭିନ୍ନ ପ୍ରକାର ଜିନିଷ ସହିତ ପାଳନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ସମସ୍ତଙ୍କୁ ଭଲପାଇବା।

ଶାହରୁଖଙ୍କ ମିରର ସେଲଫି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଅନେକ ୟୁଜର୍ସ ଶାହରୁଖଙ୍କ ଫଟୋ ଦେଖି ଡନ୍‌ ୩ ଲୁକ୍‌ ବୋଲି କହୁଛନ୍ତି। ଶାହରୁଖଙ୍କ ଏହି ଲୁକ୍‌ ଡନ୍‌ ୩ ର ହୋଇପାରେ ବୋଲି ଆକଳନ କରାଯାଉଛି।

 

View this post on Instagram

 

A post shared by Shah Rukh Khan (@iamsrk)

ଶାହରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ୩୦ ବର୍ଷ ପୂରଣ କରି ଆଗାମୀ ଫିଲ୍ମ ‘ପଠାନ୍‌’ର ମୋଶନ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ଶାହରୁଖ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବାର ନଜର ଆସୁଛନ୍ତି। ଫ୍ୟାନ୍‌ମାନଙ୍କୁ ତାଙ୍କର ଏହି ନୂଆ ତଥା ଦମ୍‌ଦାର ଲୁକ୍‌ ଖୁବ୍‌ ପସନ୍ଦ ଆସୁଛି।

 

View this post on Instagram

 

A post shared by Shah Rukh Khan (@iamsrk)

ଇନ୍‌ଷ୍ଟାଗ୍ରାମରେ ମୋଶନ ପୋଷ୍ଟର ସେୟାର କରି ଶାହରୁଖ ଲେଖିଛନ୍ତି, ‘୩୦ ବର୍ଷ ଏବଂ ଗଣୁନାହିଁ, କାହିଁକି ନା, ଆପଣଙ୍କ ଭଲ ପାଇବା ଓ ଖୁସି ସୀମାହୀନ। ଏହି ଯାତ୍ରା ପଠାନ୍‌ ସହିତ ଜାରି ରହିଛି। ୨୫ ଜାନୁଆରୀ, ୨୦୨୩ରେ YRF50 ସହିତ ପଠାନ୍‌କୁ ସେଲିବ୍ରେଟ୍‌ କରନ୍ତୁ। ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁରେ ରିଲିଜ୍‌ ହେଉଛି’।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.