ଭିନ୍ନ ଆଇଡ଼ିଆ : କିଙ୍ଗ ଖାନଙ୍କ ସିଗନେଚର୍ ପୋଜକୁ କପି କଲେ ପୋଲିସ ବିଭାଗ

ମୁମ୍ବାଇ : କିଙ୍ଗ ଖାନ ଭାବେ ଚର୍ଚ୍ଚିତ ବଲିଉଡ଼ ଅଭିନେତା ସାହାରୁଖ ଖାନ ଅନେକ ବର୍ଷ ହେଲା ଦର୍ଶକଙ୍କ ମନରେ ରାଜ କରିଆସୁଛନ୍ତି। ରୋମାନ୍ସର କିଙ୍ଗ ଭାବେ ଜଣାଯାଉଥିବା ଅଭିନେତାଙ୍କ ସିଗନେଚର ପୋଜ୍ ପଛରେ ଝିଅ ଫିଦା ରହିଛନ୍ତି। ତେବେ ଏହି ପୋଜକୁ ଏବେ କପି କରିଛନ୍ତି ପୋଲିସ ବିଭାଗ।

ପୋଲିସ ବିଭାଗ ସାହାରୁଖ ଖାନଙ୍କ ସିଗନେଚର ପୋଜକୁ ଗାଡ଼ି ଚାଳକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ବ୍ୟବହାର କରିଛନ୍ତି। ତାଙ୍କର ଏହି ପୋଜର ଏକ ଆନିମିନେଟେଡ଼ ଇମେଜ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସାହାରୁଖଙ୍କ ହାତରେ ଗୋଟିଏ ବୋର୍ଡ଼ ରହିଛି ଯେଉଁଥିରେ ଟ୍ରାଫିକ୍ ନିୟମର ଦୟାକରି ପାଳନ କରନ୍ତୁ ଲେଖାଥିବା ନଜର ଆସିଛି।

ଏହି ଫଟୋକୁ ଟ୍ବିଟରରେ ସାହାରୁଖ ଶେୟାର କରିବା ସହ ପୋଲିସ ବିଭାଗକୁ ବହୁତ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି, ମତେ ଲାଗୁଛି ଏହା ହେଉଛି ଏହି ପୋଜର ସବୁଠାରୁ ଶ୍ରେଷ୍ଠ ଫଟୋ ଏବଂ ଏହା ଦ୍ବାରା ଦିଆଯାଇଥିବା ସବୁଠାରୁ ଭଲ ସୂଚନା। ଦୟାକରି ମତେ ଭଲ ପାଉଥିବା ବ୍ୟକ୍ତି ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ତେବେ ଆଗକୁ ସାହାରୁଖ ନିର୍ମାତା ଆନନ୍ଦ ଏଲ ରାଏଙ୍କ ଫିଲ୍ମ ଜିରୋରେ ନଜର ଆସିବାକୁ ଯାଉଛନ୍ତି। ଜିରୋରେ ତାଙ୍କ ସହ ଅଭିନେତ୍ରୀ ଭାବେ ଅନୁଷ୍କା ଶର୍ମା ଏବଂ କ୍ୟଟ୍ରିନା କୈଫ୍ ନଜର ଆସୁଛନ୍ତି ।

Leave A Reply

Your email address will not be published.