ମନୋରଂଜନ

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଆର୍ଯ୍ୟନ୍‌ ଖାନ୍‌, କହିଲେ- ‘ଏସବୁ ମୋ ପ୍ରତିଷ୍ଠାକୁ ନଷ୍ଟ କରିବାକୁ ଯୋଜନା ଥିଲା’

ଡ୍ରଗ୍ସ କେସ୍‌ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ସେ ସିଧାସଳଖ ଏ ବାବଦରେ କିଛି କହିନଥିବା ବେଳେ ଏନ୍‌ସିବିର ଡେପୁଟି ଡାଇରେକ୍ଟର ଏକ ଇଣ୍ଟରଭ୍ୟୁରେ ଆର୍ଯ୍ୟନ୍‌ଙ୍କ ବୟାନ ବିଷୟରେ ଖୁଲାସା କରିଛନ୍ତି। ଏନ୍‌ସିବି ଡେପୁଟି ଡାଇରେକ୍ଟର ସଞ୍ଜୟ ସିଂହ କହିଛନ୍ତି- ସେ ଡ୍ରଗ୍ସ କେସ୍‌ରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ସହ କଥା ହେବାକୁ ଯାଇଥିଲେ। ସେତେବେଳେ ଆର୍ଯ୍ୟନ୍‌ ତାଙ୍କ ସହ ଖୋଲା ଖୋଲି କଥା ହୋଇଥିଲେ। ସେ ପ୍ରଶ୍ନ କରିଥିଲେ ଯେ ସେ କ’ଣ ସତରେ ଏଥିପାଇଁ ଯୋଗ୍ୟ?

ଆର୍ଯ୍ୟନ୍‌ ପ୍ରଥମ ଥର ପାଇଁ ଡ୍ରଗ୍ସ କେସ୍‌ରେ ସଞ୍ଜୟ ସିଂହଙ୍କୁ କହିଥିଲେ ଯେ ସାର, ଆପଣ ମୋତେ ଇଣ୍ଟରନ୍ୟାସନାଲ ଡ୍ରଗ୍ସ ତସ୍କର କରି ଦେଲେ। ମୁଁ ଡ୍ରଗ୍ସରେ ପଇସା ଲଗାଏ। ଏହି ଅଭିଯୋଗ ଆପଣଙ୍କୁ ବିଶ୍ୱାସ ଯୋଗ୍ୟ ଲାଗୁଛି କି? ତାଙ୍କୁ ମୋ ନିକଟରୁ କିଛି ଡ୍ରଗ୍ସ ମିଳି ନଥିଲା। ତା’ ପରେ ବି ସେମାନେ ମୋତେ ଗିରଫ କଲେ। ସାର, ଆପଣ ମୋ ସହ ଭୁଲ କରିଛନ୍ତି। ମୋ ପ୍ରତିଷ୍ଠାକୁ ନଷ୍ଟ କରି ଦେଲେ। ମୋତେ ଏତେ ସପ୍ତାହ ଜେଲରେ କାହିଁକି କାଟିବାକୁ ପଡ଼ିଲା। କଣ ସତରେ ମୁଁ ଏଥିପାଇଁ ଯୋଗ୍ୟ ଥିଲି ?

ସଞ୍ଜୟ ସିଂହ କହିଛନ୍ତି ଯେ ଶାହାରୁଖ ଖାନ୍‌ ମଧ୍ୟ ମୋତେ କାନ୍ଦି କାନ୍ଦି କହିଥିଲେ ଯେ ଲୋକମାନେ ତାକୁ ରାକ୍ଷସ ଭାବେ ଚିତ୍ରିତ କରୁଛନ୍ତି। କିନ୍ତୁ ସେ ଏବେ କିଛି ବି କରିପାରୁ ନାହାନ୍ତି।

ସୂଚନା ଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବରରେ ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଗିରଫ ହୋଇଥିଲେ। ବିଳମ୍ବିତ ରାତିରେ ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ ସିପ୍‌ରେ ପାର୍ଟି କରୁଥିବା ବେଳେ ଏନ୍‌ସିବି ରେଡ୍‌ରେ ଧରାପଡ଼ିଥିଲେ ଆର୍ଯ୍ୟନ୍‌ଙ୍କ ସମେତ ମୋଟ ୮ ଜଣ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଥିଲେ। ଏହି ୮ଜଣଙ୍କ ମଧ୍ୟରେ ମୁନ୍‌ମୁନ୍‌ ଧମେଚା, ନୁପୂର ସାରିକା, ଇସ୍‌ମିତ ସିଂହ, ମୋହକ ଜସଓ୍ଵାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଆର୍ଯ୍ୟନ୍‌ ଖାନ୍‌ ଓ ଅରବାଜ ମର୍ଚ୍ଚାଣ୍ଟ ଥିଲେ। ଧରାପଡ଼ିଥିବା ୮ ଜଣଙ୍କୁ ଏନ୍‌ସିବି ଦୀର୍ଘ ସମୟ ଧରି ମୁଖ୍ୟ ଅଫିସରେ ପଚରାଉଚରା କରିବା ପରେ ଅପରାହ୍ନରେ ଗିରଫ କରିଥିଲା। ଏମାନଙ୍କ ଠାରୁ ଏକ୍ସଟାସି, କୋକେନ୍‌, ଏମ୍‌ଡି ଓ ଚରସ ଭଳି ନିଶାଜାତୀୟ ଦ୍ରବ୍ୟ ଜବତ କରିଥିଲା ଏନ୍‌ସିବି।

Also Read: ପୁଣି ଜଳିଲା ପଶ୍ଚିମବଙ୍ଗ: ଜୁନ୍‌ ୧୫ ଯାଏଁ ୧୪୪ ଧାରା ଲାଗୁ, ବନ୍ଦ ହେଲା ଇଣ୍ଟରନେଟ୍‌ ସେବା

WCW 11

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

35 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

46 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

59 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago