ପଠାନ୍‌ ପରେ ପୁଣି ଏକ ନୂଆ ଲୁକ୍‌ରେ ନଜର ଆସିବେ କିଙ୍ଗଖାନ୍‌, ଫଟୋ ହେଲା ଲିକ୍‌

ଦୀର୍ଘଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି କିଙ୍ଗ ଖାନ୍‌। ବଡ ପରଦାରେ ଧମାଲ୍‌ କରିବାକୁ ପ୍ରସ୍ତୁତ ରହିଛନ୍ତି ଶାହରୁଖ ଖାନ। ଫିଲ୍ମ ଜିରୋ ପରେ ପରଦାରୁ ଗାଏବ ହୋଇଯାଇଥିଲେ। ଏବେ ପଠାନ ଜରିଆରେ କମ୍‌ବ୍ୟାକ୍‌ କରୁଥିବା ଶାହରୁଖ ଏବେ ଆଉ ଏକ ବଡ ବଜେଟ ଫିଲ୍ମରେ ନଜର ଆସିବେ।

ପଠାନର ସୁଟିଂ ସାରିବା ପରେ ଅପକମିଂ ଫିଲ୍ମର ସୁଟିରେ ଲାଗି ପଡିଛନ୍ତି କିଙ୍ଗ ଖାନ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଦେଖି ଫ୍ୟାନ୍ସ ଅନ୍ଦାଜା ଲଗାଉଛନ୍ତି କି, କିଙ୍ଗ ଖାନ ସାଉଥ ନିର୍ଦ୍ଦେଶକ ଏଟଲିଙ୍କ ଆଗାମୀ ଫିଲ୍ମ ସେଟ୍‌ ବୋଲି।

ସୋସିଆଲ ମିଡିଆରେ ରେଡ ଚିଲିଜ୍‌ ଫ୍ୟାନ୍‌ କ୍ଲବ ପେଜରେ ଏକ ଫଟୋ ଭାଇରଲ ହେଉଛି। ମିଡିଆ ରିପୋର୍ଟ ମୁତାବକ, ଶାହରୁଖଙ୍କ ଯେଉଁ ଫଟୋ ଭାଇରଲ ହେଉଛି, ତାହା ଏଟଲିଙ୍କ ଫିଲ୍ମ ସେଟର ରହିଛି। ଫିଲ୍ମର ନାଁ ‘ଲାୟନ’ ବୋଲି କୁହାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଅଫିସିଆଲ ସ୍ପଷ୍ଟୋକ୍ତି ମିଳିବ। ଏହି ଫଟୋ ମୁମ୍ବାଇରେ ସୁଟିଂ ସମୟର ବୋଲି କୁହାଯାଉଛି।

ଫଟୋରେ ଶାହରୁଖ ଏକ ଟ୍ରକର ଡ୍ରାଇଭିଂ ସିଟ୍‌ରେ ବସିଛନ୍ତି। ତାଙ୍କ ମୁହଁ କପଡାରେ ବନ୍ଦ ରହିଛି। କେବଳ ଆଖି ଏବଂ ମୁହଁର କିଛି ଅଂଶ ଦେଖାଯାଉଛି। ତାଙ୍କ ଆଖପାଖରେ ଟିମ୍‌ ମେମ୍ବର ଠିଆ ହୋଇଛନ୍ତି। ପଠାନ୍‌ ପରେ ଏହା ଶାହରୁଖଙ୍କ ଅପକମିଂ ପ୍ରୋଜେକ୍ଟ ବୋଲି ଫ୍ୟାନ୍ସ ଅନ୍ଦାଜା ଲଗାଉଛନ୍ତି।

ନିକଟରେ ଶାହରୁଖ ଏକ ଟ୍ଵିଟ୍‌ କରିଥିଲେ। ଯେଉଁଥିରେ ଏଟଲିଙ୍କ ସହିତ ବସିଛନ୍ତି ଆଉ ଦୁହେଁ ବିଜୟଙ୍କର ବଡ ଫ୍ୟାନ୍‌ ବୋଲି କହିଛନ୍ତି।

 

Also Read : ଭାଇରଲ ହେଉଛି ନୀତୁ କପୁର ଏବଂ ରିଷ କପୁରଙ୍କ ୱେଡିଂ କାର୍ଡ, ଏମିତି ହୋଇପାରେ ରଣବୀର ଓ ଆଲିଆଙ୍କ ବିବାହ କାର୍ଡ!

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.