ଅଜୟ ଦେବଗନଙ୍କ ସହିତ ପାନ୍ ମସଲା କମ୍ପାନୀ ଆଡ୍ କରି ଟ୍ରୋଲ ହେଲେ କିଙ୍ଗ୍ ଖାନ୍, ସୋସିଆଲ ମିଡିଆରେ ଭାଇରଲ ହେଉଛି ମିମ୍ସ

ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ସୁପରଷ୍ଟାର ଅଜୟ ଦେବଗନଙ୍କୁ ବଡ ପରଦାରେ ଏକାଠି ବହୁତ କମ୍ ଲୋକେ ଦେଖିଥିବେ। କିନ୍ତୁ ନିକଟରେ ଦୁହିଁଙ୍କୁ ଏକାଠି ପୁଣି ଦେଖିବାକୁ ମିଳିବ। ଦୁହେଁ ଏକାଠି ଏକ ଆଡ ସୁଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛନ୍ତି। ଶାହରୁଖ ଏବଂ ଅଜୟ ଦେବଗନ ଏକା ସାଥିରେ ପାନ ମସଲା କମ୍ପାନୀ ‘ବିମଲ’ ପାଇଁ ଆଡ କରିଛନ୍ତି। କିନ୍ତୁ ଏହି ଆଡକୁ ଦେଖିବା ପରେ ଲୋକ ଶାହରୁଖଙ୍କ ଜବରଦସ୍ତ ଟ୍ରୋଲ ହୋଇଛନ୍ତି।

ଶାହରୁଖ ଏବଂ ଅଜୟ ଦେବଗନଙ୍କ ଯୋଡିକୁ ଅନେକ ବର୍ଷ ପରେ ଟିଭିରେ ଦେଖିବାକୁ ମିଳିବ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଲୋକଙ୍କ କହିବାନୁଯାୟୀ, ଶାହରୁଖଙ୍କ ବ୍ରାଣ୍ଡ ଭାଲ୍ଯୁ ପୂର୍ବାପେକ୍ଷା କମ୍ ହୋଇଛି, ତେଣୁ ସେ ପାନ ମସଲା କମ୍ପାନୀ ସହିତ ଆଡ୍ କରୁଛନ୍ତି। ଏହି ଆଡ୍ ସହିତ ଜଡିତ କିଛି ମିମ୍ସ ସୋସିଆଲ ମିଡିଆରେ ସେୟାର ହେଉଛି।

ସୂଚନାଯୋଗ୍ଯ, ଶାହରୁଖ ଖୁବଶୀଘ୍ର ଫିଲ୍ମ ‘ପଠାନ’ରେ ନଜର ଆସିବେ। ଏହି ଫିଲ୍ମରେ ଶାହରୁଖଙ୍କ ସହିତ ଦୀପିକା ପାଦୁକୋନ ନଜର ଆସିବେ। ଏମାନଙ୍କ ସହିତ ଜନ ଆବ୍ରାହମଙ୍କୁ ମୁଖ୍ଯ ଭୂମିକାରେ ନଜର ଆସିବେ। ଏହାଛଡା ଭାଇଜାନ ମଧ୍ୟ କେମିଓ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.