ଭାରତୀୟ ଚଳଚ୍ଚିତ୍ରକୁ କାହିଁକି ଓସ୍କାର ପୁରସ୍କାର ମିଳୁନାହିଁ କହିଥିଲେ ଶାହାରୁଖ, ଏହାକୁ ମାନିନଥିଲେ ଆମୀର୍

ସୁପରଷ୍ଟାର ଆମୀର ଖାନଙ୍କ ଶେଷ ଫିଲ୍ମ ହେଉଛି ଲଗାନ । ଯାହାକି ଓସ୍କାର ପୁରସ୍କାର ପାଇଁ ବେଷ୍ଟ ଇଣ୍ଟର ନ୍ୟାସନାଲ ଫିଚରର ନୋମିନେସନ ତାଲିକାରେ ରହିଥିଲା । ଏହା ପରଠାରୁ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବରେ ଓସ୍କାର ପାଇଁ ପଠାଯାଇଥିବା କୌଣସି ଫିଲ୍ମକୁ ନାମାଙ୍କନ ମିଳିନାହିଁ । ଆଜିକାଲି ଆମୀର ନିଜେ ପ୍ରୋଜଜନା କରିଥିବା ଲାପତା ଲେଡିଜର ପ୍ରମୋଟ କରୁଛନ୍ତି ।

ଯାହାକୁ କି ଆଗାମୀ ଦିନରେ ଓସ୍କାର ପୁରସ୍କାର ପାଇଁ ସରକାରୀ ପ୍ରବେଶ କରିବା ନେଇ ସବୁ ବ୍ୟବସ୍ଥା କରାଯାଇଛି । ଲାପତା ଲେଡିଜ୍ କୁ ଆମୀର୍ ଙ୍କ ପୂର୍ବତନ ସ୍ତ୍ରୀ କିରଣ ନିର୍ଦ୍ଦେଶନା ଦେଇଛନ୍ତି। ଦେଶର ସିନେମା ପ୍ରେମୀମାନେ ପ୍ରଶ୍ନ କରନ୍ତି ଭାରତୀୟ ଚଳଚ୍ଚିତ୍ର ଓସ୍କାର ପାଇଁ ସଙ୍ଘର୍ଷ କାହିଁକି କରନ୍ତି ? ଏକ ପୁରୁଣା ସାକ୍ଷାତକାରରେ ସୁପରଷ୍ଟାର ଶାହାରୁଖ ଏହି ପ୍ରଶ୍ନ ଉପରେ ଏକ ଉତ୍ତର ଦେଇଥିଲେ । କିନ୍ତୁ ଆମୀର ଏହି ଉତ୍ତରରେ ସହମତି ନାହାନ୍ତି ବୋଲି କହିଥିଲେ ।

ଏକ ପୁରୁଣା କଥାରେ ଶାହରୁଖ କହିଥିଲେ ଲଗାନ ଏକ ସାଙ୍ଗରେ ଏକ ଆର୍ଟ ଫିଲ୍ମ ସହ କମର୍ସିଆଲ ଫିଲ୍ମ ଥିଲା । ଏହାକୁ ବହୁତ୍ ଭଲ ଢଙ୍ଗରେ ତିଆରି କରାଯାଇଥିଲା ।  କିନ୍ତୁ ଆମକୁ ଆମ ଫିଲ୍ମର ଫର୍ମାଟ ବଦଳିବାକୁ ପଡ଼ିଥିଲା । ଯଦି ଆପଣ ମୋତେ ଆପଣଙ୍କ ପାର୍ଟି କୁ ନିମନ୍ତ୍ରଣ କରିଛନ୍ତି ତାହାଲେ ମୋତେ ସେହିଭଳି ଭାବରେ ନିଜକୁ ସଜେଇବାକୁ ପଡ଼ିବ ଯେମିତିକି ଆପଣ ମୋତେ କହିଛନ୍ତି । ମୁଁ ମୋର ଅଢେଇ ଘଣ୍ଟା ?ଯାହାକି ଚଳଚ୍ଚିତ୍ର ପାଇଁ ସମୟ ଏବଂ ୫ ଟି ଗୀତ ଥିବା କୋଡ଼ ଚଳାଇ ପାରିବି ନାହିଁ । ଆମକୁ ଏହା ପରିବର୍ତ୍ତନ କରିବାକୁ ପଡ଼ିବ ।

ଆମୀର କହିଛନ୍ତି ସେ ଶାହାରୁଖଙ୍କ ଏପରି କଥାରେ ସହମତି ନୁହନ୍ତି । କାରଣ ଲଗାନ୍ ୩ ଘଣ୍ଟା ୪୨ ମିନିଟ୍ ର ଫିଲ୍ମ ଥିଲା । ଏଥିରେ ୬ ଟି ଗୀତ ଥିଲା । ଏହି ଫିଲ୍ମକୁ ନୋମିନେସନ ମିଳିଥିଲା। ନୋମିନେଟ କରିବା ପାଇଁ ମେମ୍ବରଙ୍କୁ ଆପଣଙ୍କ ଫିଲ୍ମ ପସନ୍ଦ ଆସିବା ଉଚିତ୍ । ଏହି  ଫିଲ୍ମରେ  ଗୀତ ଗୁଡ଼ିକ ବହୁତ୍ ସମୟ ପର୍ଯ୍ୟନ୍ତ ଥିଲା । ଏଥିରେ ଏକାଡେମୀ ମେମ୍ବରଙ୍କ ପକ୍ଷରୁ କୌଣସି ସମସ୍ୟା ନଥିଲା । ମୋ ମତରେ ଏହା ନିର୍ଭର କରେ କେତେ ଭଲ ଆପଣ କାମ କରୁଛନ୍ତି ଓ କେତେ ଲୋକଙ୍କ ହୃଦୟକୁ ଆପଣ ଛୁଁଇ ପାରୁଛନ୍ତି । ଯାହାକି ଲଗାନ ପ୍ରମାଣ କରିଥିଲା ।

ବେଷ୍ଟ ଇଣ୍ଟର୍ ନ୍ୟାସନାଲ ଫିଚର୍ ର କେଟେଗରି ଓସ୍କାର ପାଇଁ ବହୁତ୍ କଷ୍ଟ ହୋଇଥାଏ । କାରଣ ଯେତବେଳେ ଆପଣ ବେଷ୍ଟ ଫିଲ୍ମ ପାଇଁ ଆପଣ ପ୍ରତିଯୋଗିତା କରିଥାନ୍ତି ସେହି ସମୟରେ ଆପଣଙ୍କ ପାଖରେ ଅଳ୍ପ କେତୋଟି ଫିଲ୍ମ ରହିଥାଏ । କିନ୍ତୁ ଏହି କେଟୋଗିରିରେ ସମସ୍ତ ଦେଶର ବେଷ୍ଟ ଫିଲ୍ମ ହିଁ ଏଥିରେ ଭାଗ ନେଇଥାଏ । ଭାରତରେ ପ୍ରତି ବର୍ଷରେ ଏକ ହଜାର ଫିଲ୍ମ ତିଆରି ହେଉଛି । ସେଥପାଇଁ ଆପଣଙ୍କୁ ଏକ ହଜାର ଫିଲ୍ମକୁ ଜାଣିବାକୁ ପଡ଼ିବ ।

ସେତେବେଳେ ଆପଣ ସେହି ସ୍ଥାନରେ ପହଞ୍ଚିବେ ଯେଉଁଥିରେ ୮୦ ଟି ଫିଲ୍ମ ରହିଛି । ଭାରତରେ ପ୍ରତିବର୍ଷ ନୋମିନେସନ୍ ଏଥିପାଇଁ ମିଳୁନାହିଁ କାରଣ ଇରାନ,ଜର୍ମାନୀ, ଫ୍ରାନ୍ସ ଏବଂ ଦୁନିଆର ସବୁ ଫିଲ୍ମ ସେଠାକୁ ଆସିଥାଏ । ସିତାରୋ ଜମି ପର ଫିଲ୍ମରେ ଆମୀର ଙ୍କୁ ଦେଖିବାକୁ ମିଳିବ । ପ୍ରଥମେ ଏହି ଫିଲ୍ମ ଏହି ମାସରେ ରିଲିଜ୍ ହେବାକୁ ଥିଲା । କିନ୍ତୁ ଏକ ସାକ୍ଷାତକାର ରେ ଆମିର୍ କହିଥିଲେ ଏହି ଫିଲ୍ମ ଆଗାମୀ ବର୍ଷ ମୁକ୍ତିଲାଭ କରିବ ।