ଶୁଟିଂକୁ ଫେରିବେ ଶାହରୁଖ ଖାନ, ଆଉଟଡୋର୍‌ ଶେଡ୍ୟୁଲ୍‌ ଛୋଟ ରଖିବାକୁ ସର୍ତ୍ତ; ପ୍ରତି ସପ୍ତାହରେ ପରିବାରକୁ ଭେଟିବା ପାଇଁ ଆସିବେ ମୁମ୍ବାଇ

ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ କେସ୍‌ରେ ଫସିବା ପରଠାରୁ ହିଁ ଶାହରୁଖ ଖାନ ନିଜର ସମସ୍ତ ଅପକମିଙ୍ଗ୍‌ ଫିଲ୍ମର ଶୁଟିଙ୍ଗ୍‌କୁ ରୋକି ଦେଇଥିଲେ। ଏବେ ଶାହରୁଖ ପୁଣି ଥରେ ଶୁଟିଙ୍ଗ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ଯଦିଓ ଏଥିପାଇଁ ସେ ଡାଇରେକ୍ଟରଙ୍କ ସାମ୍ନାରେ ଏକ ଖାସ୍‌ ସର୍ତ୍ତ ରଖିଛନ୍ତି। ରିପୋର୍ଟ ମୁତାବକ, ଶାହରୁଖ ଖାନ ବିଦେଶରେ ଶୁଟିଙ୍ଗ୍‌ ହେବାକୁ ଥିବା ନିଜର ଫିଲ୍ମଗୁଡ଼ିକର ଶେଡ୍ୟୁଲ୍‌ ବହୁତ ଛୋଟ ରଖିବାକୁ ଡିମାଣ୍ଡ କରିଛନ୍ତି। ଏମିତିରେ ସେ ଲଗାତାର ନିଜ ପରିବାରକୁ ଭେଟିବା ପାଇଁ ମୁମ୍ବାଇ ଆସି ପାରିବେ।

ଶାହରୁଖ ଡାଇରେକ୍ଟରଙ୍କୁ ଅନୁରୋଧ କରିଛନ୍ତି କି, ତାଙ୍କର ଶେଡ୍ୟୁଲ୍‌ ଏମିତି ସେଟ୍‌ କରାଯାଉ, ଯେମିତି ସେ ପ୍ରତି ସପ୍ତାହରେ ମୁମ୍ବାଇ ଆସି ପାରିବେ ଏବଂ ଏହି ସମୟରେ ବାକି କଳାକାରମାନେ ନିଜ ପାର୍ଟର ଶୁଟିଙ୍ଗ୍‌ କରି ପାରିବେ। ଏହାଦ୍ୱାରା ଶାହରୁଖ ନିଜ ପରିବାର ସହିତ ମିଶି ପାରିବେ ଏବଂ ଶୁଟିଙ୍ଗ୍‌ରେ ମଧ୍ୟ କୌଣସି ବାଧା ଉପୁଜିବ ନାହିଁ। ରିପୋର୍ଟ ଅନୁସାରେ, ଆର୍ଯ୍ୟନ ଖାନ ଡ୍ରଗ୍ସ କେସ୍‌ରେ ଫସିବା ପରଠାରୁ ହିଁ ଶାହରୁଖ ନିଜ ପରିବାର ପାଇଁ ବହୁତ ପ୍ରୋଟେକ୍ଟିଭ୍‌ ହୋଇ ଯାଇଛନ୍ତି। ଏବେ ଶାହରୁଖ ନିଜ ପ୍ରଫେଶନାଲ ଲାଇଫ୍‌ ଏବଂ ପରିବାର ମଧ୍ୟରେ ବାଲାନ୍ସ ରଖିବାକୁ ଚାହୁଁଛନ୍ତି।

ଆର୍ଯ୍ୟନଙ୍କୁ ସୁରକ୍ଷା ଦେଉଛନ୍ତି ଶାହରୁଖଙ୍କ ପୁରୁଣା ବଡିଗାର୍ଡ

ଆର୍ଯ୍ୟନ ଖାନଙ୍କ ଜାମିନ ପରଠାରୁ ଶାହରୁଖ ଖାନ ତାଙ୍କ ପାଇଁ ଜଣେ ବଡିଗାର୍ଡ ଖୋଜୁଥିଲେ। କିନ୍ତୁ ଏବେ ଶାହରୁଖ ନିଜର ପୁରୁଣା ବଡିଗାର୍ଡ ରବି ସିଂଙ୍କୁ ତାଙ୍କର ସୁରକ୍ଷା ପାଇଁ ମୁତୟନ କରି ଦେଇଛନ୍ତି। ରବି ଗତ କିଛି ବର୍ଷ ହେବ ଶାହରୁଖଙ୍କ ସିକ୍ୟୁରିଟି ହେଡ୍‌ ଅଛନ୍ତି। ଏପରି କି, ସେ ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ତାଙ୍କୁ ଆର୍ଥର ରୋଡ୍‌ ଜେଲ ଆଣିବା ପାଇଁ ଯାଇଥିଲେ। ଆର୍ଯ୍ୟନଙ୍କ ଡ୍ରଗ୍ସ କେସ୍‌ର ଠିକ୍‌ ପୂର୍ବରୁ ଶାହରୁଖ ବିଦେଶରେ ‘ପଠାନ’ ଫିଲ୍ମର ଶୁଟିଙ୍ଗ୍‌ କରୁଥିଲେ, ଯାହାକୁ ସେ ଏବେ ପୁଣିଥରେ ଆରମ୍ଭ କରିବେ।

ବାପାଙ୍କ ସହ କଥା ହେବା ପାଇଁ ନେବାକୁ ପଡ଼ିଥାଏ ଟାଇମ୍‌

୨ ଅକ୍ଟୋବରରେ କ୍ରୁଜ ଡ୍ରଗ୍ସ କେସ୍‌ରେ ଧରା ପଡ଼ିବା ପରେ ଆର୍ଯ୍ୟନ ଖାନ ଏନ୍‌ସିବି ଅଧିକାରୀଙ୍କ ସାମ୍ନାରେ ସ୍ୱୀକାର କରିଥିଲେ କି, ତାଙ୍କୁ ପାପା ଶାହରୁଖ ଖାନଙ୍କ ସହ କଥା ହେବା ପାଇଁ ମଧ୍ୟ ଟାଇମ୍‌ ନେବାକୁ ପଡ଼ିଥାଏ। ଏଥି ପୂର୍ବରୁ ମ୍ୟାନେଜର ପୂଜା ଦଦଲାନୀଙ୍କଠାରୁ ସେ ଟାଇମ୍‌ ନେଇ ଥାଆନ୍ତି। ସିଧାସଳଖ ପାପାଙ୍କ ସହ କଥା ହେବା ବହୁତ ମୁସ୍କିଲ ବୋଲି ଆର୍ଯ୍ୟନ କହିଥିଲେ। ତେବେ ଆର୍ଯ୍ୟନଙ୍କର ଏହି ଖୁଲାସାକୁ ନେଇ ସେହି ସମୟରେ ଏନ୍‌ସିବି ଅଧିକାରୀମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.