ନିଜ ଝିଅ ଘରୁ ହିଁ ଚୋରି କଲେ ଶକ୍ତି କପୁର, ମାଷ୍ଟର ଗୋଗୋକୁ ଦେଖି ଡରିଗଲେ ଶ୍ରଦ୍ଧା

ବଲିଉଡ୍‌ର ଭିଲେନ୍‌ ତଥା କମେଡିଆନ୍‌ ଭାବେ ଲୋକପ୍ରିୟ ଶକ୍ତି କପୁର ଏବେ ଫିଲ୍ମ ଦୁନିଆରେ ଆକ୍ଟିଭ୍‌ ନଥିଲେ ମଧ୍ୟ ତାଙ୍କ ଡାଇଲଗ୍‌କୁ ଆଜି ବି ଲୋକେ ମନେ ରଖିଛନ୍ତି। ତାଙ୍କର ସବୁଠୁ ପପୁଲାର ଚରିତ୍ର ଥିଲା କ୍ରାଇମ୍‌ ମାଷ୍ଟର ଗୋଗୋ। ଏହି ଚରିତ୍ରକୁ ଏବେ ବି ଲୋକେ ଭୁଲିପାରିନାହାନ୍ତି। ତେବେ ଶକ୍ତି କପୁର ପୁଣିଥରେ ଗୋଗୋ ଭାବେ ଦର୍ଶକ ସାମ୍ନାକୁ ଆସିବାକୁ ଯାଉଛନ୍ତି। ଯାହାର ସୂଚନା ଦେଇଛନ୍ତି ତାଙ୍କ ଝିଅ ଶ୍ରଦ୍ଧା କପୁର।

ଶକ୍ତି କପୁରଙ୍କର ଏକ ଭିଡିଓକୁ ଶ୍ରଦ୍ଧା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓରେ ଶ୍ରଦ୍ଧା ଗୋଡ଼ରେ ନେଲ ପଲିସ୍‌ ଲଗାଉଛନ୍ତି। ଏହି ସମୟରେ ଶକ୍ତି ତାଙ୍କ ନିକଟକୁ କ୍ରାଇମ୍‌ ମାଷ୍ଟର ଗୋଗୋ ଡ୍ରେସ୍‌ରେ ଆସୁଛନ୍ତି। ତାଙ୍କୁ ଦେଖି ଶ୍ରଦ୍ଧା ଚମକି ପଡ଼ି କହୁଛନ୍ତି, କ’ଣ ବାପୁ। ଏହା ପରେ ଶକ୍ତି ତାଙ୍କ ନେଲପଲିସକୁ ଲୁଚାଇ ନେଇ ପଳାଉଛନ୍ତି। ଶ୍ରଦ୍ଧା କହୁଛନ୍ତି- କ’ଣ ଦରକାର ଥିଲା କ୍ରାଇମ୍‌ ମାଷ୍ଟରଙ୍କୁ ପୁଣିଥରେ ଡାକିବା। ଏବେ ଆଉ କ’ଣ କ’ଣ ଲୁଟି ନେବେ।

 

View this post on Instagram

 

A post shared by Shraddha ✶ (@shraddhakapoor)

ସୂଚନାଯୋଗ୍ୟ ଯେ ସଲମାନ୍‌ ଖାନ୍‌, ଅମିର ଖାନ୍‌, ରବିନା ଟଣ୍ଡନ୍‌ ଓ କରିସ୍ମା କପୁରଙ୍କ ଅଭିନୀତ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ରେ ଶକ୍ତି କପୁର କ୍ରାଇମ୍‌ ମାଷ୍ଟର ଗୋଗୋ ଭୂମିକାରେ ଅଭିନୟ କରିଥିଲେ, ଯାହା ଏବେ ବି ଲୋକପ୍ରିୟ ରହିଛି।

You might also like