ସୁଶାନ୍ତଙ୍କ ଉପରେ ତିଆରି ହେଉଥିବା ଫିଲ୍ମରେ ନାର୍କୋ ଅଧିକାରୀ ହେବେ ଶକ୍ତି କପୁର, ଡ୍ରଗ୍ସ ମାମଲାରେ ଫସିଛନ୍ତି ଝିଅ ଶ୍ରଦ୍ଧା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏବେ ଏହି ମାମଲା ସିବିଆଇ ହାତକୁ ଯାଇଛି। ତଦନ୍ତ ବେଳେ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ସାମ୍ନାକୁ ଆସିଛି। ଫଳରେ ଜଣକ ପରେ ଜଣେ ବଲିଉଡ୍‌ ସେଲିବ୍ରିଟି ଏବେ ଏହି ମାମଲାରେ ଥିବା ଦେଖାଯାଇଛି। ଏହି ମାମଲାରେ ଏବେ ଶ୍ରଦ୍ଧା କପୁର ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ଶନିବାର ଏନ୍‌ସିବି ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିଛି। ତେବେ ଇତି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି।

shakti2

ରିପୋର୍ଟ ମୁତାବକ ସୁଶାନ୍ତଙ୍କ ଜୀବନୀକୁ ନେଇ ନିର୍ମିତ ହେଉଥିବା ଫିଲ୍ମରେ ଅଭିନେତା ଶକ୍ତି କପୁର ନାର୍କୋଟିକ୍ସ ଅଧିକାରୀ ଭାବେ ନଜର ଆସିବେ। ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍‌’ରେ ଶକ୍ତି କପୁର ଜଣେ ନାର୍କୋଟିକ୍‌ ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏନେଇ ଫିଲ୍ମର ମୁଖ୍ୟ ଅଭିନେତା ଜୁବେର କେ. ଖାନ୍‌ ମିଡିଆକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅମନ ବର୍ମା ଇଡି ଅଧିକାରୀ ଭାବେ ନଜର ଆସିବେ। ସେହିପରି ଶକ୍ତି କପୁର ସାର ନାର୍କୋଟିକ୍ସ ଅଧିକାରୀ ଭୂମିକାରେ ଅଭିନୟ କରିବେ।

ଫିଲ୍ମର ଷ୍ଟାର କାଷ୍ଟିଂ ଏବେ ଚାଲିଛି। ଖୁବ୍‌ଶୀଘ୍ର ସୁଶାନ୍ତଙ୍କ ଜୀବନୀ ଉପରେ ଏହି ଫିଲ୍ମ ନିର୍ମାଣ ଆରମ୍ଭ ହେବ ବୋଲି ଫିଲ୍ମ ନିର୍ମାତା କହିଛନ୍ତି। ତେବେ ଶକ୍ତି କପୁରଙ୍କ ନିଜ ଝିଅ ଏହି ମାମଲାରେ ଫସିଥିବା ବେଳେ ବାପା ସୁଶାନ୍ତଙ୍କ ଜୀବନୀରେ ଅଭିନୟ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।