୨୦୦-୩୦୦ କୋଟିରେ ତିଆରି ହେବ ଫିଲ୍ମ ‘ଶକ୍ତିମାନ’, ଇଣ୍ଟରନ୍ୟାସନାଲ ସ୍ତରର ହେବ ଏହି ଚଳଚ୍ଚିତ୍ର!

ମୁକେଶ ଖାନ୍ନା ଗତ ବର୍ଷ ସୋନି ପିକ୍ଚର୍ସ ଇଣ୍ଡିଆ ସହ ମିଶି 'ଶକ୍ତିମାନ'କୁ ବଡ ପରଦାରେ ଆଣିବାକୁ ହାତ ମିଳାଇଥିଲେ । ଏକ ଟିଜର ଭିଡିଓ ସେୟାର କରି ସୋନି ପିକ୍ଚର୍ସ ଏହାର ଘୋଷଣା କରିଥିଲା । ସେବେଠାରୁ ପ୍ରଶଂସକଙ୍କ ଉତ୍ସାହ କହିଲେ ନସରେ । ବର୍ତ୍ତମାନ ମୁକେଶ ଖାନ୍ନା ଏହି ଚଳଚ୍ଚିତ୍ର ପ୍ରୋଜେକ୍ଟ ବିଷୟରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି ।

୯୦ ଦଶକରେ ଦେଶର ପ୍ରଥମ ସୁପରହିଟ୍ ସୋ ‘ଶକ୍ତିମାନ’ ଯାହା ପିଲାଠୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଥିଲା । ଏବେ ଏହି ଲୋକପ୍ରିୟ ସୁପରହିଟ୍ ସୋ’ ଶକ୍ତିମାନ’ ର ଚଳଚ୍ଚିତ୍ର ନିର୍ମାଣ ହେବ । ଯାହା ଘୋଷଣା ହେବା ଦିନଠାରୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ଅଭିନେତା ମୁକେଶ ଖାନ୍ନା ଶକ୍ତିମାନ ହୋଇ ଘରେ ଘରେ ନା କରିଥିଲେ।

ଏବେ ସେ ତାଙ୍କର ପ୍ରସିଦ୍ଧ ଚରିତ୍ର ଶକ୍ତିମାନ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମ ବିଷୟରେ ଏକ ଅପଡେଟ ଦେଇଛନ୍ତି । ମୁକେଶ ଦୀର୍ଘ ବର୍ଷ ଧରି ଟିଭିରେ ଶକ୍ତିମାନ ଚରିତ୍ରରେ ଅଭିନୟ କରିଥିଲେ। ବହୁ ଦିନ ପୂର୍ବରୁ ଶକ୍ତିମାନ ଉପରେ ଏକ ଫିଲ୍ମ କରିବାକୁ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଫିଲ୍ମ ନିର୍ମାଣ ପାଇଁ କାହିଁକି ସମୟ ଲାଗୁଛି ବୋଲି ଅଭିନେତା କହିଛନ୍ତି।

୨୦୦-୩୦୦ କୋଟିରେ ତିଆରି ହେବ ଶକ୍ତିମାନ :

ମୁକେଶ ଖାନ୍ନା ଗତ ବର୍ଷ ସୋନି ପିକ୍ଚର୍ସ ଇଣ୍ଡିଆ ସହ ମିଶି ‘ଶକ୍ତିମାନ’କୁ ବଡ ପରଦାରେ ଆଣିବାକୁ ହାତ ମିଳାଇଥିଲେ । ଏକ ଟିଜର ଭିଡିଓ ସେୟାର କରି ସୋନି ପିକ୍ଚର୍ସ ଏହାର ଘୋଷଣା କରିଥିଲା । ସେବେଠାରୁ ପ୍ରଶଂସକଙ୍କ ଉତ୍ସାହ କହିଲେ ନସରେ । ବର୍ତ୍ତମାନ ମୁକେଶ ଖାନ୍ନା ଏହି ଚଳଚ୍ଚିତ୍ର ପ୍ରୋଜେକ୍ଟ ବିଷୟରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି ।

ମୁକେଶ ଖାନ୍ନା ତାଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଭୀଷ୍ମ ଇଣ୍ଟରନ୍ୟାସନାଲରେ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଶକ୍ତିମାନ’ ବିଷୟରେ ଅନେକ କଥା କହିଛନ୍ତି । ସେ ପ୍ରଶଂସକମାନଙ୍କୁ କହିଛନ୍ତି ଯେ ଏହି ଫିଲ୍ମ ନିଶ୍ଚିତ ଭାବେ ନିର୍ମିତ ହେଉଛି । ଏହାକୁ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଏକ ବଡ ଯୋଜନା ମଧ୍ୟ କରାଯାଇଛି । ମୁକେଶ ଖାନ୍ନା କହିଛନ୍ତ ଯେ ଫିଲ୍ମକୁ ନେଇ ଚୁକ୍ତିନାମା କରାଯାଇଛି । ଏହା ଏକ ଉଚ୍ଚ ସ୍ତରର ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ପାଇଁ ୨୦୦-୩୦୦ କୋଟି ଖର୍ଚ୍ଚ ହେବାକୁ ଯାଉଛି ।

ଫିଲ୍ମରେ କେଉଁ କଳାକାରଙ୍କୁ ଦେଖିବାକୁ ମିଳିବ?

ମୁକେଶ ଖାନ୍ନା କହିଛନ୍ତି ଯେ ଏହାକୁ ସ୍ପାଇଡର୍-ମ୍ୟାନ୍ ତିଆରି କରିଥିବା କମ୍ପାନୀ ସୋନି ପିକ୍ଚର୍ସ ହିଁ ପ୍ରସ୍ତୁତ କରିବ। କିନ୍ତୁ ଏହା ବିଳମ୍ବରରେ ହେଲା । ଫିଲ୍ମ ନିର୍ମାଣ ହେଉଛି ବୋଲି ସେ ପୂର୍ବରୁ ମଧ୍ୟ ଘୋଷଣା କରିଥିଲେ । କରୋନା ମହାମାରୀ ହେତୁ ଏହାର କାର୍ଯ୍ୟ ବନ୍ଦ ହୋଇଯାଇଥିବା ସେ କହିଛନ୍ତି । କିନ୍ତୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବରେ ନିର୍ମିତ ହେବ ଏବଂ ସେ ନିଶ୍ଚିତ ଭାବରେ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବେ ବୋଲି କହିଛନ୍ତି ।

ତେବେ କଥାବାର୍ତ୍ତା ସମୟରେ ମୁକେଶ ଖାନ୍ନା ଫିଲ୍ମର କାଷ୍ଟ ବିଷୟରେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ସେ ବର୍ତ୍ତମାନ ଫିଲ୍ମର ଷ୍ଟାରକାଷ୍ଟ ବିଷୟରେ କିଛି କହି ପାରିବେ ନାହିଁ। କିନ୍ତୁ ସେ ନିଶ୍ଚିତ ଭାବରେ କହିଥିଲେ ଯେ ଏହା ଏକ ବହୁତ ବଡ ଚଳଚ୍ଚିତ୍ର ହେବାକୁ ଯାଉଛି, ତେଣୁ ଏହା ସମୟ ନେବ । ଫିଲ୍ମର ଷ୍ଟାରକାଷ୍ଟ କ’ଣ ହେବ? ଏହାକୁ କିଏ ନିର୍ଦ୍ଦେଶନା ଦେବେ ସେ ବିଷୟରେ ଆଗକୁ ସମସ୍ତ ସୂଚନା ମିଳିବ ବୋଲି ସେ କହିଥିଲେ ।

୨୦୨୨ ମସିହାରେ ସୋନି ପିକ୍ଚର୍ସ ଟିଜର ସେୟାର କରି ଫିଲ୍ମ ଘୋଷଣା କରିଥିଲା । ୨୦୨୨ ମସିହାରେ ସୋନି ପିକ୍ଚର୍ସ ଟିଜର ସେୟାର କରି ଫିଲ୍ମ ଘୋଷଣା କରିଥିଲା। ଖବର ଥିଲା ଯେ ଏହି ଚଳଚ୍ଚିତ୍ରର ହିରୋ ରଣଭୀର ସିଂ ହୋଇପାରନ୍ତି । ତଥାପି, ଏହା ଦେଖିବାକୁ ବାକି ରହିଲା ଯେ ଏଥିରେ ସୁପରହିରୋ ଭାବେ କିଏ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.