ସମସ୍ତଙ୍କ ସାମ୍ନାରେ ପ୍ରଶଂସକଙ୍କୁ କେମିତି ଦୁର୍ବ୍ୟବହାର କଲେ ସମିତା , ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସାନ ଭଉଣୀ ସମିତା ସେଟ୍ଟୀ । ହେଲେ ଏଥର ଚର୍ଚ୍ଚାର କାରଣ କୌଣସି ଫିଲ୍ମ ନେଇ ନୁହେଁ ବରଂ ଏକ ଭିଡିଓ । ସମିତାଙ୍କ ଏକ ଭିଡିଓ ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସମିତା ନିଜ ଫ୍ୟାନଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳିଛି ସମିତା ନିଜ କାର୍ ଆଡକୁ ଯିବା ସମୟରେ ଜଣେ ପ୍ରଶଂସକ ତାଙ୍କ ନିକଟକୁ ଫଟୋ ନେବାକୁ ଆସିଥିଲେ । ଆଉ ସମିତାଙ୍କୁ ନିଟକରେ ଦେଖି ଯୁବତୀ ଜଣକ ନର୍ଭସ ହୋଇଯାଉଛନ୍ତି । ଯାହା ଫଳରେ ସେଲଫି ନେବା ପାଇଁ କ୍ୟାମେରା ସେଟ୍ କରିପାରୁନାହାଁନ୍ତି । ଏଥିରେ ସମିତା ଟିକେ ରାଗିଯାଇ ଯୁବତୀଙ୍କ ହାତ ଧରିନେଇ ନିଜେ କ୍ୟାମେରା ସେଟ୍ କରୁଛନ୍ତି । ତେବେ ଏଥିରେ ସମିତାଙ୍କ ଏହି ଅନ୍ଦାଜକୁ ହଜମ କରିପାରିନାହାଁନ୍ତି ୟୁଜର୍ସ ଆଉ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିବାକୁ ଲାଗିଛନ୍ତି ।
ଅନ୍ୟପଟେ ଏହି ଭିଡିଓ ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସମିତା । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି ,”ମତେ ଆଜି ପାଇଁ ବହୁତ ଖରାପ ଲାଗୁଛି ” କୌଣସି ବ୍ୟକ୍ତି ଏକ କଳାକାରର କଷ୍ଟକୁ ବୁଝି ପାରୁନାହାଁନ୍ତି । ମୋ ବେକରେ ସ୍ଲିପ୍ ଡିସ୍କ ଥିବାରୁ ମୋତେ ସେଠାରୁ ବାହାରିବାର ଥିଲା। ତଥାପି ମୋର ପ୍ରଶଂସକଙ୍କ ସହ କିଛି ଫଟୋ ଉଠାଇଥିଲି କିନ୍ତୁ କିଛି ସମୟ ବିଳମ୍ବ ହେବାରୁ ମୁଁ ଆଉ ରହିପାରିନଥିଲି। ମୁ ହାତରେ ତ ବୋର୍ଡ଼ ଧରି ଚାଲି ପାରିବିନି ଯେ ମୋର ଚିକିତ୍ସା ଚାଲିଛି ବୋଲି । ଏସବୁ ପରେ ବି ମୋ ଚେହେରାରେ ହସ ଥିଲା ।
ଦେଖନ୍ତୁ ଭିଡିଓ