ଲୋକପ୍ରିୟ ଗାୟିକା ଶାରଦା ସିହ୍ନାଙ୍କ ପରଲୋକ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର
ବିହାରର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପଦ୍ମ ଭୂଷଣ ବିଜେତା ଶାରଦା ସିହ୍ନାଙ୍କ ପରଲୋକ ହୋଇଛି । ଗତରାତିରେ ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅକ୍ଟୋବର ୨୧ରୁ ଦିଲ୍ଲୀ ଏମ୍ସ ଅଙ୍କୋଲୋଜୀ ବିଭାଗରେ ସେ ଚିକିତ୍ସିତ ହେଉଥିଲେ । ଲୋକଗୀତ ଗାୟିବା ଭାବେ ଖ୍ୟାତି ଅର୍ଜନ କରିଥିବା ଶାରଦା କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କ ନିଧନରେ ସମଗ୍ର ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ସମସ୍ତ ସେଲିବ୍ରିଟି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।
ଶାରଦାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି, ଶାରଦାଙ୍କ ବିୟୋଗ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏଭଳି ଦୁଃଖ ସମୟରେ ତାଙ୍କ ପରିବାର ଲୋକଙ୍କୁ ମୋର ସମବେଦନା । ଓମ ଶାନ୍ତି ।
୨୦୧୭ରେ ଶାରଦା ବୋନ ମ୍ୟାରୋ ଜନିତ କର୍କଟରେ ପୀଡ଼ିତ ହୋଇଥିଲେ । ଅସୁସ୍ଥ ହେବାରୁ ଅକ୍ଟୋବର ୨୫ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟରରେ ଥିଲେ । ଶାରଦାଙ୍କ ବିୟୋଗରେ ମନୋଜ ବାଜପେୟୀ, ଖେସରୀ ଲାଲ ୟାଦବ, ରବି କିଶନ, ନିରୁଆ, ମନୋଜ ତିୱାରୀ ଏବଂ ପୱନ ସିଂ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି ।
बहुत दुखद समाचार !! अपनी गायिकी से भोजपुरी संगीत और गायिकी को राष्ट्रीय एवं अंतराष्ट्रीय पटल पर ले जाने वाली महान गायिका शारदा जी को नमन ! भगवान उनकी आत्मा को शांति प्रदान करे ! ॐ शांति 🙏 https://t.co/1iWRS5LrLg
— manoj bajpayee (@BajpayeeManoj) November 6, 2024
ଆଜି ତାଙ୍କ ମରଶରୀରକୁ ପାଟନାରେ ରଖାଯିବ । ସେଠାରେ ପରିବାର ଲୋକ ଏବଂ ଇଣ୍ଡଷ୍ଟ୍ରୀର ଲୋକ ଶେଷ ଦର୍ଶନ କରିବା ପରେ ଆସନ୍ତାକାଲି ଅନ୍ତିମ ସଂସ୍କାର ହେବ ।
ବିହାରର ଜଣେ ଲୋକପ୍ରିୟ ସଂଗୀତଜ୍ଞ ଭାବେ ପୂରା ଦେଶରେ ଶାରଦା ପରିଚିତ ଥିଲେ । ସେ ମୈଥାଲି, ଭୋଜପୁରୀ ଓ ମଗାହି ଭାଷାରେ ଗୀତ ଗାଇଛନ୍ତି । ଛଟ ପୂଜା ପାଇଁ ଗୀତ ଗାଇ ଲୋକଙ୍କ ହୃଦୟରେ ରାଜ କରୁଥିଲେ ଶାରଦା । ସପ୍ତାହ ତଳେ ଶାରଦା ତାଙ୍କ ସ୍ୱାମୀ ବ୍ରଜ କିଶୋର ସିହ୍ନାଙ୍କୁ ହରାଇଥିଲେ । ବ୍ରଜ କିଶୋର ଘରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଫଳରେ ତାଙ୍କ ଜୀବନ ଚାଲିଯାଇଥିଲା ।