ସଲମାନ୍‌ ଖାନ୍‌ଙ୍କୁ ମାରିବାକୁ ଯୋଜନା କରୁଥିବା କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଗିରଫ, ରଖୁଥିଲା ଭାଇଜାନ୍‌ଙ୍କ ଟିକ୍‌ନିକ୍‌ ଖବର

ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କୁ ହତ୍ୟା କରିବାକୁ ଚାଲିଛି ଯୋଜନା। ସଲମାନଙ୍କୁ ମାରିବାକୁ ଯୋଜନା କରୁଥିବା ଜଣେ ସାର୍ପସୁଟରଙ୍କୁ ଫରିଦାବାଦ ପୋଲିସ ଆଜି ଗିରଫ କରିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପସୁଟର ରାହୁଲଙ୍କୁ ସଲମାନ୍‌ଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ବେଳେ ଆଜି ପୋଲିସ ଗିରଫ କରିଛି। ଲରେନ୍ସ ଗ୍ୟାଙ୍ଗ୍‌ ହରିୟାଣା ଓ ଆଖପାଖ ଅଞ୍ଚଳରେ ଅପରାଧ ଭିଆଇଥା’ନ୍ତି।

police

ରାହୁଲଙ୍କୁ ପଚରାଉଚରା ବେଳେ ପୋଲିସକୁ ଜଣାପଡ଼ିଛି ଯେ କଳା ହରିଣକୁ ଅବୈଧ ଶିକାର କରିବା ଘଟଣାରେ ଲରେନ୍ସ ବିଷ୍ଣୋଇ ସଲମାନ ଖାନ୍‌ଙ୍କ ଉପରେ ଭୀଷଣ ଭାବେ ବିରକ୍ତ ହୋଇଥିଲେ। ତାଙ୍କ କହିବା ପରେ ରାହୁଲ ଜାନୁଆରୀରେ ସଲମାନ୍‌ ଖାନ୍‌ଙ୍କ ଆପାର୍ଟମେଣ୍ଟ ଉପରେ ନଜର ରଖିବାକୁ ମୁମ୍ବାଇ ମଧ୍ୟ ଯାଇଥିଲେ।

ରିପୋର୍ଟ ମୁତାବକ କ୍ରାଇମ୍‌ବ୍ରାଞ୍ଚ୍‌ ଡିଏଲ୍‌ଏଫ୍‌ ଏସ୍‌ଜିଏମ୍‌ ନଗରରେ ସରକାରୀ ରାଶନ ଡିପୋ ଚଳାଉଥିବା ପ୍ରବୀଣଙ୍କ ହତ୍ୟା ମାମଲାରେ ମୋଷ୍ଟ ଓ୍ଵାଣ୍ଟେଡ୍‌ ସାର୍ପସୁଟର ରାହୁଲ ଓରଫ ସାଙ୍ଗା ଓରଫ ବାବାକୁ ଉତ୍ତରାଖଣ୍ଡରୁ ଗିରଫ କରାଯାଇଛି। ପୋଲିସ ଏହି ହତ୍ୟାକାଣ୍ଡରେ ତାଙ୍କ ସାଥୀ ଆଶିଷ ଓରଫ ଆଶୁ ନିବାସୀ ଭିବାନୀଙ୍କୁ ମଧ୍ୟ ଗିରଫ କରିଛି। ଏହି ମାମଲାରେ ଏବେ ଯାଏଁ ୫ ଜଣଙ୍କୁ ଗିରଫ କରାଯାଇଛି।

କ୍ରାଇମ୍‌ବ୍ରାଞ୍ଚ ସାର୍ପସୁଟର ରାହୁଲଙ୍କୁ ପଚରାଉଚରା ବେଳେ ସେ ସଲମାନ ଖାନ୍‌ଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରାହୁଲ କହିଛନ୍ତି ସେ ସଲମାନ୍‌ଙ୍କୁ ମାରିବାକୁ ପ୍ଲାନ୍‌ କରୁଥିଲେ। ଏଣୁ ତାଙ୍କ ଘର ଉପରେ ବରାବର ନଜର ରଖୁଥିଲା। ସଲମାନ୍‌ କେତେବେଳେ ଘରୁ ବାହାରୁଛନ୍ତି। କୁଆଡ଼େ ଯାଉଛନ୍ତି, କାହିଁକି ଯାଉଛନ୍ତି। ତାଙ୍କ ଘରେ କିଏ ରହୁଛନ୍ତି ସବୁ ସୂଚନା ଏକାଠି କରୁଥିଲା। ତେବେ ଏହା ପ୍ରଥମ ମାମଲା ନୁହେଁ ଏହା ପୂର୍ବରୁ ମଧ୍ୟ ସମ୍ପତ ଓ ଲରେନ୍ସ ଗ୍ୟାଙ୍ଗ୍‌ ଅନେକ ଥର ସଲମାନଙ୍କୁ ମାରିବାକୁ ପ୍ଲାନ୍‌ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like