ଶତ୍ରୁଘ୍ନ ସିହ୍ନାଙ୍କ ହେଲଥ୍ ଅପ୍ଡେଟ୍ ଦେଲେ ପୁଅ ଲବ୍ ସିହ୍ନା, କହିଲେ କାହିଁକି ହେଲା ବାପାଙ୍କ ସ୍ୱାସ୍ଥ୍ୟ ଖରାପ
ଶତ୍ରୁଘ୍ନ ସିହ୍ନାଙ୍କୁ ଡେଲି ଚେକ୍ଅପ୍ ପାଇଁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଇଥିଲା । କିନ୍ତୁ ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନଥିଲା । ବର୍ତ୍ତମାନ ଭେଟେରାନ୍ ଅଭିନେତା ଓ ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ କଥା ସାମ୍ନାକୁ ଆସିଛି । ନିକଟରେ ଖବର ପ୍ରକାଶ ପାଇଥିଲା ଯେ ଅଭିନେତାଙ୍କୁ ତାଙ୍କ ଡେଲି ଚେକ୍ଅପ୍ ପାଇଁ ଆଡମିଶନ କରାଯାଇଛି । କିନ୍ତୁ ରବିବାର ଦିନ ପୁଅ ଏବ ସିହ୍ନା ତାଙ୍କ ବାପାଙ୍କ ଆଡମିଶନ ବିଷୟରେ ସତ କହିଛନ୍ତି । ତେବେ ଦୁଇ ଦିନ ହେବ ଶତ୍ରୁଘ୍ନ ସିହ୍ନା ଜ୍ୱର ଏବଂ ଦୁର୍ବଳତା ଅନୁଭବ କରୁଥିଲେ, ଏହି କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ଜୁନ୍ ୨୩ରେ ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ଜାହିର ଇକବାଲଙ୍କୁ ବିବାହ କରିଛନ୍ତି । ଶତ୍ରୁଘ୍ନ ସିହ୍ନା ମଧ୍ୟ ତାଙ୍କ ପରିବାର ସହିତ ଏହି ବିବାହରେ ସାମିଲ ହୋଇଥିଲେ । ତେବେ ସୋନାକ୍ଷୀ ଓ ଜାହିରଙ୍କ ରିସେପ୍ସନ୍ ପାର୍ଟିର ପ୍ରାୟ ୫ ଦିନ ପରେ ଖବର ଆସିଥିଲା ଯେ ଶତ୍ରୁଘ୍ନ ସିହ୍ନାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସୋନାକ୍ଷୀ ସିହ୍ନା ତାଙ୍କ ସ୍ୱାମୀଙ୍କ ସହ ହସପିଟାଲ ଯାଇ ତାଙ୍କ ବାପାଙ୍କୁ ଭେଟିଥିଲେ ।
ଭେଟେରାନ୍ ଅଭିନେତା ଅର୍ଥାତ ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ହେଲଥ୍ ଅପଡେଟ୍ ଦେଇ କହିଛନ୍ତି ଯେ ସେ କୌଣସି ସର୍ଜରୀ କରିନାହାଁନ୍ତି । ସୋନାକ୍ଷୀ ସିହ୍ନାଙ୍କ ଭାଇ ଲବ ସିହ୍ନା ଏପରି ମଧ୍ୟ କହିଛନ୍ତି, ‘ବାପାଙ୍କର ଭାଇରାଲ୍ ଜ୍ୱର ଥିଲା ଏବଂ ଗତ କିଛି ଦିନ ହେବ ସେ ଦୁର୍ବଳ ଅନୁଭବ କରୁଥିଲେ, ଯେଉଁଥିପାଇଁ ବାପାଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ।
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହର କିଛି ଦିନ ପରେ ଏହି ଖବର ଆସିଛି । ସାତ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ଦୁହେଁ ଜୁନ୍ ୨୩ରେ ମୁମ୍ବାଇର ଏକ କୋର୍ଟରେ ବିବାହ କରିଥିଲେ । ଏହି ଦମ୍ପତି ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାରର ଉପସ୍ଥିତିରେ ବିବାହ କରିଥିଲେ । ସେମାନଙ୍କର ବିବାହର ପ୍ରଥମ ଫଟୋ ଇଣ୍ଟରନେଟରେ ପୋଷ୍ଟ ହେବା ମାତ୍ରେ ଭାଇରାଲ ହେବାରେ ଲାଗିଲା ।