ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ କେସ୍‌: ଶାହାରୁଖଙ୍କୁ ସପୋର୍ଟ କଲେ ଶତ୍ରୁଘ୍ନ ସିହ୍ନା, କହିଲେ-SRKଙ୍କ ଯୋଗୁ ପୁଅକୁ ଟାର୍ଗେଟ କରାଯାଉଛି

ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ଏହି କିଛି ଦିନ ହେବ ପୁଅ ଆର୍ଯ୍ୟନ୍‌ ଯୋଗୁ ଖୁବ୍‌ ଚିନ୍ତାରେ ଅଛନ୍ତି। ଆର୍ଯ୍ୟନ୍‌ ଡ୍ରଗ୍ସ କେସ୍‌ରେ ଫସି ଏବେ ଜେଲରେ। ଏଭଳି ସ୍ଥିତିରେ ବାପା ହିସାବରେ ଶାହାରୁଖଙ୍କ ମନ ଖରାପ ରହିଛି। ତେବେ ଏହି ଖରାପ ସମୟରେ ଏବେ ବି କିଛି ଏଭଳି କଳାକାର ଅଛନ୍ତି, ଯେଉଁମାନେ ଶାହାରୁଖ ଖାନ୍‌ଙ୍କୁ ସପୋର୍ଟ କରୁଥିବା ଦେଖାଯାଇଛି। ସଲମାନ୍‌ ଖାନ୍‌, ସୁନୀଲ ସେଟ୍ଟୀ ପ୍ରମୁଖ ଆକ୍ଟରଙ୍କ ପରେ ଏବେ ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଶାହାରୁଖ ଖାନ୍‌ଙ୍କୁ ସପୋର୍ଟ କରିଛନ୍ତି।

ଗଣମାଧ୍ୟମ ସହ କଥା ହେବା ଅବସରରେ ଶତ୍ରୁଘ୍ନ ସିହ୍ନା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ କେସ୍‌ ନେଇ କହିଛନ୍ତି, ଆମେ କହିପାରିବାନି ଯେ ତାଙ୍କ ଧର୍ମ ଯୋଗୁ ସେ ଏମିତି କାମ କରିଛନ୍ତି। କିନ୍ତୁ କିଛି ଲୋକ ଏହି ବିଷୟକୁ ବ୍ୟବହାର କରୁଛନ୍ତି, ଯାହାକି ଭୁଲ। ସମସ୍ତ ଭାରତୀୟ ଭାରତ ମାତାଙ୍କ ସନ୍ତାନ ଓ ସମ୍ବିଧାନରେ ସମସ୍ତେ ସମାନ। ଶାହାରୁଖ ଖାନ୍‌ ଜଣେ ବଡ଼ ସେଲିବ୍ରିଟି, ଏହି କାରଣରୁ ତାଙ୍କ ପୁଅ ନାଁ ଅଧିକ ଉଠୁଛି। ଏହି ମାମଲାରେ ମୁନ୍‌ମୁନ୍‌ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କ ନାଁ ବି ଆସିଛି। କିନ୍ତୁ ତାଙ୍କ ବିଷୟରେ ତ କାଇଁ କେହି କଥା ହେଉନାହାନ୍ତି ବୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି।


ଶତ୍ରୁଘ୍ନ ସିହ୍ନା ଏହି ମାମଲାରେ କହିଛନ୍ତି ଯେ ଗତ ବର୍ଷ ଡ୍ରଗ୍ସ ମାମଲା ବେଳେ ଦୀପିକା ପାଦୁକୋନ୍‌ଙ୍କୁ ମଧ୍ୟ ଫୋକସ କରାଯାଇଥିଲା। ସେତେବେଳେ ବି ଅନେକ କଳାକାରଙ୍କ ନାଁ ଉଠିଥିଲା। କିନ୍ତୁ ସବୁଠୁ ଅଧିକ ଫୋକସ୍‌ରେ ରହିଥିଲେ ବଲିଉଡ୍‌ର ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏଥରକ ମଧ୍ୟ ଆର୍ଯ୍ୟନ୍‌ ଖାନ୍‌ଙ୍କ ସହ ଖେଳାଯାଉଛି। କାରଣ ସେ ଶାହାରୁଖ ଖାନ୍‌ଙ୍କ ପୁଅ ଓ ସେମାନଙ୍କୁ ଆକ୍ଟରଙ୍କ ସହ ଆପୋଷ ବୁଝାମଣା କରିବାକୁ ସୁଯୋଗ ମିଳିଯାଇଛି।

 

View this post on Instagram

 

A post shared by Shah Rukh Khan (@iamsrk)

ଏକ ଇଣ୍ଟରଭ୍ୟୁରେ ଶତ୍ରୁଘ୍ନ ସିହ୍ନା ଏହି ମାମଲାରେ ଇଣ୍ଡଷ୍ଟ୍ରୀର ଲୋକଙ୍କ ନିରବତାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଯଦି ବଲିଉଡ୍‌ର କୌଣସି ବ୍ୟକ୍ତି ଏହି ମାମଲାରେ କିଛି କହିବ ତେବେ ତାହାର ଯାହା ପରିଣାମ ହେବ ସରକାର ତା’ ଉପରେ କିଛି କରିପାରିବେ। ଏଭଳି କେସ୍‌ରେ ଆମ ଲୋକଙ୍କର ହିଁ କ୍ଷତି ହୋଇଥାଏ। ଘର ବାହାରେ ବିରୋଧ ପ୍ରଦର୍ଶନ ହେଉଛି। ଏଣୁ କିଛି ଲୋକ ମୁହଁ ଖୋଲୁନାହାନ୍ତି। ଯେତେବେଳେ ଆପଣ କାଷ୍ଟିଂ କାଉଚ୍‌ କିମ୍ବା ଡ୍ରଗ୍ସ କେସ୍‌ରେ କଥା ହେଉଛନ୍ତି ସେତେବେଳେ ଆପଣ ଇଣ୍ଡଷ୍ଟ୍ରୀର ଲୋକଙ୍କୁ ଜଜ୍‌ କରୁଛନ୍ତି ବୋଲି କହିଛନ୍ତି ଶତ୍ରୁଘ୍ନ ସିହ୍ନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.