ବିଗ-ବି କାହିଁକି ମାରିଲେ ଶତ୍ରୁଘ୍ନଙ୍କ ଗାଡ଼ିକୁ ଧକ୍କା, ଜାଣନ୍ତୁ

ବଲିଉଡର ଦୁଇ ସୁପରଷ୍ଟାର , ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିହ୍ନା। ଦୋସ୍ତୀ ଖୁବ ପୁରୁଣା। ଦୁଇଜଣ କେବଳ ପର୍ଦ୍ଦା ଆଗରେ ନୁହେଁ , ବରଂ ପର୍ଦ୍ଦା ପଛରେ ଅର୍ଥାତ୍‌ ରିୟଲ ଲାଇଫରେ ମଧ୍ୟ ଭଲ ସାଙ୍ଗ। ଏହାର ଏକ ଝଲକ ଟିଭି ଶୋ’ ମାଧ୍ୟମରେ ଦେଖିବାକୁ ମିଳିଥିଲା। ଯେଉଁଠି ଦୁହେଁ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ସିକ୍ରେଟ ସେୟାର କରିଥିଲେ।

ଶତ୍ରୁଘ୍ନ ସିହ୍ନା ଫିଲ୍ମ ଦୁନିଆରେ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ଅମିତାଭ ମାୟାନଗରୀରେ ଆସି ଫିଲ୍ମ ଦୁନିଆରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଶତ୍ରୁଘ୍ନ ଇଣ୍ଡଷ୍ଟ୍ରିରେ ସେ ସମୟରେ ଭଲ ରୋଜଗାର କରିବା ସହ ନିଜର ଗାଡି ଏବଂ ଫ୍ଲାଟ କିଣିଥିଲେ। ଏହି ସମୟର କିଛି ସିକ୍ରେଟ ସେୟାର କରି ଅମିତାଭ କହିଛନ୍ତି ଯେ, ଶତ୍ରୁଘ୍ନ ତାଙ୍କୁ ଗାଡ଼ି ଧକ୍କା ମାରିବାକୁ କହିଥିଲେ।

ପ୍ରକୃତରେ, ସୁଟିଂ ଶେଷ ପରେ ଅମିତାଭ ଏବଂ ଶତ୍ରୁଘ୍ନଙ୍କ ସହ ତାଙ୍କର ଅନ୍ୟ ସାଙ୍ଗ ମଧ୍ୟ ରହୁଥିଲେ। ବୁଲିବା ପାଇଁ ଅନେକ ପ୍ଲାନ କରୁଥିଲେ। ଶତ୍ରୁଘ୍ନଙ୍କ ଘରେ ସମସ୍ତେ ରହି ତାଙ୍କ ଗାଡ଼ିରେ ବୁଲିବା ପାଇଁ ପ୍ଲାନ କରୁଥିଲେ। ଗାଡ଼ିଟି ପୁରୁଣା ହୋଇଯାଇଥିବାରୁ ଯେତେବେଳେ ବନ୍ଦ ହୋଇଯାଏ , ସେତେବେଳ ସମସ୍ତେ ଧକ୍କା ମାରୁଥିଲେ।

ଶତ୍ରୁଘ୍ନ ମଧ୍ୟ ନିଜ ପକ୍ଷରୁ କିଛି ତଥ୍ୟ ରଖିଲେ। ଅମିତାଭ ଷ୍ଟ୍ରଗଲ କରିବାକୁ ଆସି କେତେବେଳେ ସୁପରଷ୍ଟାର ବନିଗଲେ ଏହା କେହିବି ଭାବିନଥିଲେ। ପରେ ସେ ଅମିତାଭଙ୍କ ସହ ଫିଲ୍ମ ତିଆରି କଲେ। ଯେଉଁଥିରେ ଶତ୍ରୁଘ୍ନ ନିଜେ ହିରୋ ଓ ଭିଲେନ ରୋଲରେ ନଜର ଆସିଥିଲେ । ପବନ କୁମାର ଦୁଇଜଣଙ୍କର ସେକ୍ରେଟାରୀ ଥିଲେ। ଯାହା ମାଧ୍ୟମରେ ଏମାନଙ୍କର ଭେଟ ହୋଇଥିଲା।