ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି । ଅଭିନେତ୍ରୀଙ୍କ ବାପା ଅର୍ଥାତ ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ ମା ପୁନମ୍ ସିଂ ଜାହିର ଇକବାଲଙ୍କ ସହ ସୋନାକ୍ଷୀଙ୍କ ବିବାହରେ ସହମତ ଦେଇଛନ୍ତି । ତେବେ ୭ ବର୍ଷର ଡେଟିଂ ପରେ ଜାହିର ଏବଂ ସୋନାକ୍ଷୀ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ପ୍ରସ୍ତୁତ ହେଉଛନ୍ତି । କିଛି ଦିନ ପୂର୍ବରୁ ଶତ୍ରୁଘ୍ନ ସିହ୍ନା ତାଙ୍କ ପତ୍ନୀ ପୁନମ୍ ସିହ୍ନାଙ୍କ ସହ ସୋନାକ୍ଷୀଙ୍କ ହେବାକୁ ଥିବା ଶାଶୁ ଘରେ ପହଞ୍ଚିଥିଲେ । ଶତ୍ରୁଘ୍ନ ସିହ୍ନା ଜାହିରଙ୍କ ଘରକୁ ଯାଇଥିବା ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ସେ ଜାହିର ଏବଂ ତାଙ୍କ ପିତା ଇକବାଲ ରତନସିଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା । ଏପରି ସୋନାକ୍ଷୀ ମଧ୍ୟ ତାଙ୍କ ହେବାକୁ ଥିବା ସ୍ୱାମୀ ଜାହିର ଇକବାଲଙ୍କ ନାମରେ ମେହେନ୍ଦୀ ହାତରେ ଲଗାଇଛନ୍ତି ଏବଂ ଏହି ବିବାହ ପାଇଁ ଶତ୍ରୁଘ୍ନ ସିହ୍ନାଙ୍କ ଘର ‘ରାମାୟଣ’ ମଧ୍ୟ ବହୁତ ସୁନ୍ଦର ଭାବେ ସଜାଯାଇଛି ।

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଛି । ତେବେ ଅଭିନେତ୍ରୀଙ୍କ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଅଭିନେତ୍ରୀ ତାଙ୍କ ପରିବାର ସହିତ ପୋଜ୍ କରୁଛନ୍ତି । ସୋନାକ୍ଷୀ ଏବଂ ଜାହିରଙ୍କୁ ଗୋଟିଏ ଫଟୋରେ ଏକାଠି ଦେଖାଯାଉଥିବାବେଳେ ଅନ୍ୟ କେତେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସୋନାକ୍ଷୀ ଓ ଜାହିରଙ୍କ ବାପା ଏବଂ ମା’ ଅର୍ଥାତ ଶତ୍ରୁଘ୍ନ ସିହ୍ନା ଏବଂ ପୁନମ୍ ସିଂ ଏବଂ ଇକବାଲ୍ ରତନସୀ ନଜର ଆସିଛନ୍ତି । ଫଟୋରେ ସୋନାକ୍ଷୀ ସେଲଫି କ୍ଲିକ୍ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଫଟୋରେ ସୋନାକ୍ଷୀ ତାଙ୍କ ହେବାକୁ ଥିବା ସ୍ୱାମୀଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି ।

ଜାହିର ଓ ସୋନାକ୍ଷୀଙ୍କ ଫ୍ରେଣ୍ଡ ଜାଫର ଅଲି ମୁନ୍ସି ସୋସିଆଲ ମିଡିଆରେ ଏହି କପଲଙ୍କ ମେହେନ୍ଦି ସମାରୋହର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଜାହିର ଏବଂ ସୋନାକ୍ଷୀ ସେମାନଙ୍କର ଘନିଷ୍ଠ ବନ୍ଧୁମାନଙ୍କ ସହ ଫଟୋଗ୍ରାଫ ନେଉଥିବା ଦେଖିବାକୁ ମିଳିଛି । ଫଟୋରେ ଜାହିର ଓ ସୋନାକ୍ଷୀଙ୍କ ଖୁସି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଏହି ସମୟରେ ସୋନାକ୍ଷୀଙ୍କୁ ରେଡ୍‌ ବ୍ରାଉନ୍‌ କଲର ଡ୍ରେସ୍‌ରେ ଦେଖିବାକୁ ମିଳିଥିବାବେଳେ ଜାହିରଙ୍କୁ ପରପଲ୍‌ କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଛି । ଏହି ପୋଷ୍ଟରେ କ୍ୟାପସନରେ କପଲ୍‌ଙ୍କ ଫ୍ରେଣ୍ଡ ଲେଖିଛନ୍ତି, ‘ ମୁଁ ବହୁତ ଉତ୍ସାହିତ ଏବଂ ସୋନାକ୍ଷୀ ବର୍ତ୍ତମାନ ବ୍ୟାଣ୍ଡଷ୍ଟାଣ୍ଡ ବିଲଡିଂ ଏ କ୍ଲାନରେ ସାମିଲ ହୋଇଥିଲେ ।

ଏହା ବ୍ୟତୀତ ସୋନାକ୍ଷୀ ଏବଂ ଜାହିରଙ୍କ ବିବାହ ପାଇଁ ଭେଟେରାନ ଅଭିନେତା ତାଙ୍କ ମୁମ୍ବାଇ ବଙ୍ଗଳା ରାମାୟଣକୁ ମଧ୍ୟ ସଜାଇଛନ୍ତି । ତାଙ୍କ ଏକମାତ୍ର ଝିଅର ବିବାହ ପାଇଁ ଅଭିନେତାଙ୍କ ଘର ସମ୍ପୂର୍ଣ୍ଣ ରୂପେ ସଜାଯାଇଛି । କେବଳ ଏତିକି ନୁହେଁ, ନିକଟରେ ଶତ୍ରୁଘ୍ନ ସିହ୍ନା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ସମ୍ପର୍କ ଆରମ୍ଭରେ ତାଙ୍କ ପରିବାରରେ ତିକ୍ତତା ଥିଲା, କିନ୍ତୁ ବର୍ତ୍ତମାନ ସବୁକିଛି ଠିକ ଅଛି । ଏପରି ଭାବେ ସୋନାକ୍ଷୀଙ୍କ ଫ୍ୟାନ୍ସ ତାଙ୍କ ବିବାହର ଫଟୋ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

You might also like