ଶେହେନାଜଙ୍କୁ ବୁଝାଇବେ କଣ ନିଜେ କାନ୍ଦି ପକାଇଲେ ଭାଇଜାନ

ବିଗବସ ଇତିହାସରେ ଶେହନାଜ ଗିଲ ଜଣେ ଲୋକପ୍ରିୟ ପ୍ରତିଯୋଗୀ । ଏହି ଅଭିନେତ୍ରୀ ଜଣକ ବିଗବସ ଶୋ ୧୫ ଏପିସୋଡରେ ଆସିବା ସହ ଦର୍ଶକଙ୍କୁ କରିଥିଲେ ମନୋରଞ୍ଜନ । ନିଜ ଷ୍ଟାଇଲ ସହ ପୁଣି ସ୍ରିନରେ ନଜର ଆସିଥିଲେ ସିଦ୍ଧାର୍ଥଙ୍କ ସନା । ଅବଶ୍ୟ ଅନ ଷ୍ଟେଜ ଭାବବିହ୍ଵଳ ହୋଇଥିଲେ ଶେହେନାଜ । ସିଦ୍ଧାର୍ଥଙ୍କୁ ମନେ ପକାଇ ଇମୋସନାଲ ମଧ୍ୟ ହୋଇଥିଲେ ସେ । ସିଦ୍ଧାର୍ଥ, ଯାହାଙ୍କୁ ସେ ଭେଟିଥିଲେ ବିବବାସ ହାଉସରେ ଆଉ ସେଇଠି ଆରମ୍ଭ ହୋଇଥିଲା ସିଦ୍ଧନାଜ ଯୋଡି ଅଫ ବିଗବସ ହାଉସ ।

sidnaaz
Pc-SpotboyE

ଶେହନାଜ ଗିଲ ଷ୍ଟେଜକୁ ଆସିବା ପରେ ସଲମାନ ଖାନଙ୍କୁ ଦେଖି କାନ୍ଦି ପକାଇଥିଲେ । ଏମିତିକି ସଲମାନ ଖାନ ମଧ୍ୟ ନିଜ ଲୁହକୁ ଅଟକାଇ ପାରିନଥିଲେ । ସଲମାନ କହିଛନ୍ତି କି ସେ ସିଦ୍ଧାର୍ଥଙ୍କ ମାଆଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏବଂ ତାଙ୍କ ସହ ଫୋନରେ ବାରମ୍ବାର କଥା ମଧ୍ୟ ହେଉଛନ୍ତି । ଆଉ ଏମିତିରେ ସଲମାନ ଶେହନାଜଙ୍କୁ ମଧ୍ୟ ଜୀବନରେ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି । ତେବେ ଗତ କିଛି ମାସ ହେବ ଶେହନାଜଙ୍କ ପାଇଁ ବହୁତ ହି କଷ୍ଟ ସମୟ ଥିଲା । ମୁଁ ତାଙ୍କ କାର୍ଯ୍ୟକୁ ଦେଖୁଛି ଏବଂ ଖୁସି ଯେ ସେ ସବୁକୁ ସମ୍ଭାଳି ଆଗକୁ ବଢୁଛନ୍ତି ବୋଲି କହିଛନ୍ତି ସଲମାନ ଖାନ । ଏପରିକି ସେ କହିଛନ୍ତି ଯେ ସେ ଅନୁଭବ କରୁଛନ୍ତି କି ଶେହନାଜ ନିଶ୍ଚୟ ସେହି ଉଚ୍ଚତାରେ ପହଞ୍ଚିବେ ଯେଉଁଠି ସେ ରହିବା କଥା । ଏସବୁ କହିବା ସହ ଉଭୟ ସେଇଠି ଭାଙ୍ଗି ପଡିବାର ନଜର ଆସିଥିଲେ । ତାଙ୍କୁ ସାନ୍ଵନା ଦେବା ପାଇଁ ଶେହେନାଜଙ୍କୁ ଆଲିଙ୍ଗନ କରି କହିଥିଲେ, ଏବେ ଆଗକୁ ବଢ ।

ଆହୁରି ମଧ୍ୟ ଶେହେନାଜଙ୍କୁ ବୁଝାଇଥିଲେ ସଲମାନ ଯେ ତୁମ ଜୀବନ ଆଗକୁ ଢେର ପଡିଛି । ମୁଁ ଜାଣେ ଯେ ଏହି ସମୟ ବହୁତ ହି କଷ୍ଟଦାୟକ । ଏହା ସମସ୍ତଙ୍କ ପାଇଁ ପେନ୍‌ ଫୁଲ ଥିଲା । ହେଲେ ବିଶେଷକରି ସାଦ୍ଧାର୍ଥଙ୍କ ମାଆ ଆଉ ତୁମ ପାଇଁ ଏହି ସମୟ ବହୁତ ହି ଖରାପ ଥିଲା । ଏଣୁ ବର୍ତ୍ତମାନ ଦାୟିତ୍ୱ ଅଧିକ ଏବଂ ଏହା ଉପରେ ହିଁ ଧ୍ୟାନ ଦିଅ । ବାସ କାମ କର ଆଉ ନିଜ ଜୀବନକୁ ଉପଭୋଗ କର ବୋଲି ସଲାମାନ ଶେହେନାଜଙ୍କୁ ପରାମର୍ଶ ଦେଇଛନ୍ତି ।

salman1
Pc-Gadget Clock

କହିରଖୁଛୁ ବିଗବସ ୧୩ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ହୃଦଘାତ ହେବା ପରେ ସେପ୍ଟେମ୍ବର ୨ରେ ତାଙ୍କର ଦେହାନ୍ତ ହୋଇଥିଲା । ସିଦ୍ଧାର୍ଥଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ପଡିଥିଲେ ତାଙ୍କ ଫ୍ୟାନ୍ସ । ଶେହେନାଜ ଏହି ସମୟରେ ଏତେ ଦୁଖୀ ଥିଲେ ଯେ ଦୀର୍ଘ ମାସେ ଧରି ଲାଇମଲାଇଟରୁ ଦୂରରେ ରହିଥିଲେ । ହେଲେ ବିଗବସ ୧୫ର ଗ୍ରାଣ୍ଡ ଫିନାଲେରେ ଶେହେନାଜ ତାଙ୍କ ପାଇଁ ତୁ ୟହିଁ ହେ ଗୀତକୁ ପରିବେଷଣ କରି ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.