ମନୋରଂଜନ

‘କଭି ଇଦ୍‌ କଭି ଦିଓ୍ଵାଲି’ରୁ ବାହାରି ନାହାନ୍ତି ଶେହନାଜ୍‌ ଗିଲ୍‌, ଇନ୍‌ଷ୍ଟାଗ୍ରାମ୍‌ ଯୋଗେ ନିଜେ ଦେଲେ ସୂଚନା

ଏବେ କିଛି ନା କିଛି କାରଣ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଶେହନାଜ ଗିଲ୍‌। ନିଜ ଫଟୋ ସେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଶେହନାଜ୍‌। ଏହା ବ୍ୟତୀତ ଗତ କିଛି ଦିନ ହେଲାଣି ସେ ନିଜ ଡେବ୍ୟୁକୁ ନେଇ ମଧ୍ୟ ଲାଇମ୍‌ଲାଇଟ୍‌ରେ ରହିଥିଲେ। ଶେହନାଜ୍‌ ଗିଲ ସଲମାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ଵାଲି’ରେ ଡେବ୍ୟୁ କରୁଥିବା ନେଇ କୁହାଯାଉଥିଲା। କିନ୍ତୁ ସୋମବାର ସନ୍ଧ୍ୟାରେ ଖବର ଆସିଲା ଯେ ସଲମାନ୍‌ ଖାନ୍‌ ଶେହନାଜ୍‌ଙ୍କୁ ନିଜ ଫିଲ୍ମରୁ ବାହାର କରି ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଦୁଃଖୀ ହୋଇଯାଇଥିଲେ। ଅନ୍ୟପଟେ ଏବେ ଶେହନାଜ୍‌ ଏକ ପୋଷ୍ଟ ସେୟାର କରି ଏହି ଖବରକୁ ଗୁଜବ ବୋଲି କହିଛନ୍ତି।

ଶେହନାଜ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଷ୍ଟୋରୀରେ ପୋଷ୍ଟ ସେୟାର କରି ଲେଖିଛନ୍ତି- ଏଭଳି ଗୁଜବ ଗତ ସପ୍ତାହେ ହେଲା ମୋ ମନୋରଞ୍ଜନ କରୁଛି। ମୁଁ ଲୋକଙ୍କୁ ଫିଲ୍ମ ଓ ସେଥିରେ ମୋତେ ଦେଖିବାକୁ ଆଉ ଅପେକ୍ଷା କରିପାରୁନି।

ଗତକାଲି କୁହାଯାଉଥିଲା ଯେ ଶେହନାଜ ଗିଲ୍‌ ସଲମାନ୍‌ ଖାନ୍‌ଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିଦେଇଛନ୍ତି। ଏଣୁ ଚର୍ଚ୍ଚା ହେଉଥିଲା ଯେ ସଲମାନ୍‌ ଶେହନାଜ୍‌ଙ୍କୁ ଫିଲ୍ମରୁ ବାହାର କରିବା ପରେ ସେ ତାଙ୍କୁ ଅନ୍‌ଫଲୋ କରିଛନ୍ତି।

ପ୍ରକାଶ ଯେ ନିକଟରେ ଶେହନାଜ ଗିଲଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ସେଟ୍‌ର ବୋଲି କୁହାଯାଉଥିଲା। ଫଟୋରେ ଶେହନାଜ ଗିଲ୍‌ଙ୍କ ବ୍ୟାକ୍‌ ସାଇଡ୍‌ ଦିଶୁଥିଲା। ତେବେ ସଲମାନ୍‌ଙ୍କ ଫିଲ୍ମରେ ଅଂଶଗ୍ରହଣ କରୁଥିବା ନେଇ ଶେହନାଜ୍‌ ଅଫିସିଆଲି କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ସେ ସଙ୍କେତ ମାଧ୍ୟମରେ ଏହି ଫିଲ୍ମର ଅଂଶ ବୋଲି ଅନେକ ଥର କହିଛନ୍ତି।

Also Read: ସବୁ ଘରେ ଲାଗିବ ତ୍ରିରଙ୍ଗା, ୫୦ ଲକ୍ଷ ତ୍ରିରଙ୍ଗା ବାଣ୍ଟିବାକୁ ବିଏମ୍‌ସିର ଯୋଜନା;ଖର୍ଚ୍ଚ ହେବ ୭ କୋଟି

WCW 11

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

4 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

35 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

38 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

41 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

47 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago