Lock uppରେ ଆସୁଛନ୍ତି ଶେହନାଜ୍‌ ଗିଲ୍‌, କରିବେ କରନ୍‌ କୁନ୍ଦ୍ରାଙ୍କୁ ରିପ୍ଲେସ୍‌

ଆରମ୍ଭ ହେବା ଦିନଠୁ ହିଁ ଭିନ୍ନ ଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ରହିଛି କଙ୍ଗନା ରାଣାଓ୍ଵତ୍‌ଙ୍କ ଶୋ’ ଲକ୍‌ ଅପ୍‌। ଆଉ ମାତ୍ର କିଛି ଦିନ ପରେ ଶୋ’ର ଫିନାଲେ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଦର୍ଶକଙ୍କୁ ଏକ ନୂଆ ଟ୍ଵିଷ୍ଟ୍‍ ଦେଖିବାକୁ ମିଳିବ। କୁହାଯାଉଛି ଯେ ସମସ୍ତଙ୍କ ପ୍ରିୟ ଶେହନାଜ ଗିଲ୍‌ ଏବେ କଙ୍ଗନା ରାଣାଓ୍ଵତଙ୍କ ସୁପରହିଟ୍‌ ଶୋ’ର ଅଂଶ ହେବାକୁ ଯାଉଛନ୍ତି। ସେ ଜଣେ ପ୍ରତିଯୋଗୀଙ୍କ ସ୍ଥାନରେ ଶୋ’କୁ ଆସିବେ ବୋଲି ଜଣାଯାଇଛି। କୁହାଯାଉଛି ଯେ ଶେହନାଜ ଗିଲ୍‌ କରନ୍‌ କୁନ୍ଦ୍ରାଙ୍କୁ ରିପ୍ଲେସ୍‌ କରିବେ। କରନ୍‌ଙ୍କ ବଦଳରେ ଶେହନାଜ୍‌ ଶୋ’କୁ ଆଗକୁ ନେବେ। ତେବେ ଏ ନେଇ ଅଫିସିଆଲ କୌଣସି ସୂଚନା ମିଳିନାହିଁ। କିନ୍ତୁ ଶୁଣିବାକୁ ମିଳୁଛି ଯେ ଶେହନାଜ ଖୁବ୍‌ଶୀଘ୍ର ଶୋ’ରେ ନଜର ଆସିବେ।

ରିପୋର୍ଟ ମୁତାବକ, ଶେହନାଜଙ୍କୁ ପ୍ରଥମେ ଲକ୍‌ ଅପ୍‌ ପାଇଁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେତେବେଳେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ସେ ହଁ କହି ପାରିନଥିଲେ ଓ ମନା କରିଦେଇଥିଲେ। କିନ୍ତୁ ଏଥିରକ କଙ୍ଗନା ନିଜେ ଶେହନାଜଙ୍କ ସହ କଥା ହୋଇଥିଲେ। ଏଣୁ କଙ୍ଗନାଙ୍କୁ ଆଉ ମନା କରିପାରିନଥିଲେ ଶେହନାଜ ଗିଲ୍‌। ସେ ଲକ୍‌ ଅପ୍‌ରେ ଆସିବାକୁ ରାଜି ହୋଇଥିବା ଜଣାଯାଇଛି।

 

View this post on Instagram

 

A post shared by Karan Kundrra (@kkundrra)

ସୂଚନାଯୋଗ୍ୟ ଯେ କରନ୍‌ ଲକ୍‌ ଅପ୍‌ରେ ଜେଲର ଭୂମିକାରେ ଅଭିନୟ କରୁଥିଲେ। ଜେଲର ଭାବେ ତାଙ୍କୁ ଦର୍ଶକେ ବେଶ୍‌ ପସନ୍ଦ କରୁଥିଲେ। କିନ୍ତୁ ଏହି ଶୋ’ ବ୍ୟତୀତ କରନ୍‌ ଆଉ ଏକ ଶୋ’ରେ ବି ଆଙ୍କରିଂ କରୁଛନ୍ତି। ଏଣୁ ଦୁଇଟା ଯାକ ଶୋ’କୁ ଏକା ବେଳେ ସମୟ ଦେବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ। ଏଣୁ ସେ ଲକ୍‌ ଅପ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଲକ୍‌ ଅପ୍‌ ଶୋ’ ଛାଡ଼ିବା ପରେ କରଣ କୁନ୍ଦ୍ରାଙ୍କ ସ୍ଥାନରେ ଶେହନାଜଙ୍କୁ ଆଣିବାକୁ ଶୋ’ ନିର୍ମାତା ଚିନ୍ତା କରୁଛନ୍ତି।

 

View this post on Instagram

 

A post shared by Shehnaaz Gill (@shehnaazgill)

ପ୍ରକାଶ ଯେ କରଣ କୁନ୍ଦ୍ରା ଓ ଶେହନାଜ ଗିଲ୍‌ ଉଭୟ ବିଗ୍‌ ବସ୍‌ରେ ଅଂଶ ଗ୍ରହଣ କରି ସାରିଛନ୍ତି। ବିଗ୍‌ ବସ୍‌କୁ ଆସିବା ପୂର୍ବରୁ ଶେହନାଜ ଗିଲ୍‌ ପଞ୍ଜାବର ଜଣେ ଜଣାଶୁଣା ସେଲିବ୍ରିଟି ଥିଲେ। ସେ ପଞ୍ଜାବୀ ଆଲବମ୍‌ରେ ଗୀତ ଗାଇବା ସହ ଅଭିନୟ ବି କରୁଥିଲେ। ସେହିଭଳି କରନ୍‌ କୁନ୍ଦ୍ରା ଜଣେ ଲୋକପ୍ରିୟ ଟିଭି ଅଭିନେତା। ଶେହନାଜ୍‌ ବିଗ୍‌ ବସ୍‌ ସିଜନ୍‌ ୧୩ର ପ୍ରତିଯୋଗୀ ଥିବା ବେଳେ କରନ୍‌ ବିଗ୍‌ବସ୍‌ ୧୫ରେ ଭାଗ ନେଇଥିଲେ।

Also Read: ଆକାଶରେ ୧୦୭୫ ବର୍ଷ ପରେ ନଜର ଆସିବ ଦୁର୍ଲ୍ଲଭ ଦୃଶ୍ୟ, ଏକ ସରଳରେଖାରେ ରହିବେ ମଙ୍ଗଳ-ଶନି- ଶୁକ୍ର-ବୃହସ୍ପତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.