ମୁଣ୍ଡରେ ଗଜରା ଲଗାଇ ଗାଉଁଳି ଲୁକ୍ରେ ନଜର ଆସିଲେ ଶେହନାଜ୍ ଗିଲ୍, ସାମ୍ନାକୁ ଆସିଲା ‘କଭି ଇଦ୍ କଭି ଦିଓ୍ଵାଲୀ’ର ଫାଷ୍ଟ ଲୁକ୍
ଟିଭି ପରଦାରେ ରାଜ୍ କରିବା ପରେ ଫ୍ୟାନ୍ଙ୍କ ପ୍ରିୟ ଶେହନାଜ ଗିଲ୍ ଏବେ ଫିଲ୍ମ ପରଦାରେ ନିଜ ଜଲଓ୍ଵା ଦେଖାଇବାକୁ ଯାଉଛନ୍ତି। ସଲମାନ୍ ଖାନ୍ଙ୍କ ଫିଲ୍ମ ‘କଭି ଇଦ୍ କଭି ଦିଓ୍ଵାଲୀ’ରେ ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି ଶେହନାଜ ଗିଲ୍। ସେ ଏବେ ଫିଲ୍ମର ସୁଟିଂ ବି ଆରମ୍ଭ କରି ଦେଇଛନ୍ତି। ବିଗ୍ବସ୍ ପରେ ଏବେ ସଲମାନ୍ ଓ ଶେହନାଜଙ୍କୁ ବିଗ୍ ସ୍କ୍ରିନ୍ରେ ଏକାଠି ଦେଖିବାକୁ ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ଅଛନ୍ତି।
ଲିକ୍ ହେଲା ଶେହନାଜଙ୍କ ଲୁକ୍:
ସଲମାନ୍ ଖାନ୍ଙ୍କ ଫିଲ୍ମରେ ଶେହନାଜ ଗିଲଙ୍କ ଲୁକ୍ କେମିତି ରହିବ, ଏହା ଜାଣିବାକୁ ସମସ୍ତେ ଚାହିଁ ବସିଛନ୍ତି। କିନ୍ତୁ ଏବେ ଫ୍ୟାନ୍ଙ୍କ ଅପେକ୍ଷାର କିଛିଟା ଅନ୍ତ ଘଟିଛି। କାରଣ ଫିଲ୍ମ ସେଟ୍ରୁ ଶେହନାଜଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ ଲୁକ୍ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଶେହନାଜଙ୍କ ଫାଷ୍ଟ ଲୁକ୍ ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଉଛି।
ଦେଖନ୍ତୁ ଶେହନାଜଙ୍କ ଫିଲ୍ମ ଲୁକ୍:
View this post on Instagram
ଭିଡିଓରେ ଶେହନାଜ ଗିଲ ନିଜ ଭ୍ୟାନିଟି ଭ୍ୟାନ୍ରୁ ଓହ୍ଲାଉଥିବା ଦେଖାଯାଇଛି। ସେ ଶାଢ଼ିରେ ଅଛନ୍ତି। ଏଥିସହ ମୁଣ୍ଡରେ ଗଜରା ଲଗାଇଛନ୍ତି। ଶେହନାଜଙ୍କ ଲୁକ୍ ଦେଖି ଫ୍ୟାନ୍ମାନେ ଏବେ ଠୁ ହିଁ ଏକ୍ସାଇଟେଡ୍ ହୋଇଗଲେଣି। ରିପୋର୍ଟ ମୁତାବକ, ଏହି ଫିଲ୍ମରେ ଶେହନାଜ ଗିଲ୍ ଆୟୁଷ ଶର୍ମାଙ୍କ ବିପକ୍ଷରେ ନାୟିକା ହେବେ।
Yeah tomorrow is the day of @ishehnaaz_gill from the glimpse of #KabhiEidKabhiDiwali …
Hows your josh #ShehnaazGiII fans….? #ShehnaazKaurGill #SalmanKhan https://t.co/k1kyWe1p2N— Sallu Khan TIGER 3 🌏 (@sallukhanbeing) May 15, 2022
‘କଭି ଇଦ୍ କଭି ଦିଓ୍ଵାଲୀ’ ଫିଲ୍ମରେ ସଲମାନ୍ଙ୍କ ଲୁକ୍ ବି ସାମ୍ନାକୁ ଆସିଛି। ଏହି ଫିଲ୍ମରେ ସଲମାନ୍ ଖାନ୍ ଲମ୍ବା ଚୁଟି ରଖିଥିବା ବେଳେ ଆକ୍ସନ୍ ମୋଡ୍ରେ ନଜର ଆସିଛନ୍ତି। ତାଙ୍କ ଫାଷ୍ଟ ଲୁକ୍ ଫ୍ୟାନ୍ଙ୍କୁ ବେଶ୍ ପସନ୍ଦ ଆସିଛି। ସଲମାନ୍ ଖାନ୍ ଓ ଶେହନାଜ ଗିଲ୍ଙ୍କ ଫାଷ୍ଟ ଲୁକ୍ ଦେଖିବା ପରେ ଦର୍ଶକେ ଉଭୟଙ୍କୁୁ ଫିଲ୍ମରେ ଦେଖିବାକୁ ଅତି ଉତ୍ସାହିତ ଅଛନ୍ତି।
Now its true here is the queen of all fans #ShehnazGill #Shehnaazians #ShehnaazGiIl pic.twitter.com/yn3iWUcbKi
— Sallu Khan TIGER 3 🌏 (@sallukhanbeing) May 15, 2022
Also Read: ଖରାଦିନେ କାକୁଡ଼ି ଖାଇବା ପରେ ଭୁଲ୍ରେ ଖାଆନ୍ତୁନି ଏସବୁ ଜିନିଷ, ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା