ଶିବଭକ୍ତିରେ ବୁଡ଼ିଲେ ଶେହନାଜ ଗିଲ, ମହାଶିବରାତ୍ରିରେ ନେଲେ ତ୍ରୟମ୍ବକେଶ୍ବରଙ୍କ ଆଶୀର୍ବାଦ

ଆଜି ମହାଶିବରାତ୍ରି । ଚାରିଆଡେ ମହାଦେବଙ୍କ ଭକ୍ତିରେ ବୁଡ଼ିଛନ୍ତି ଭକ୍ତ । ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଏହି ଖାସ୍ ଉତ୍ସବରେ ବଲିଉଡ ଅଭିନେତ୍ରୀ ଶେହନାଜ ଗିଲ୍ ଭଗବାନ ଭୋଳାବାବାଙ୍କ ଶରଣରେ ପହଞ୍ଚିଛନ୍ତି । ଶେହନାଜ ଗିଲ ତ୍ରୟମ୍ବକେଶ୍ବର ମନ୍ଦିରରେ ପହଞ୍ଚି ଭଗବାନ ଶଙ୍କରଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି । ଯାହାର ଫଟୋ ଶୋହନାଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଶେହନାଜ ଇନଷ୍ଟାରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ ଓଁ ନମଃ ଶିବାୟ’ । ଏହାସହିତ ଶେହନାଜ ଫ୍ୟାନ୍ସଙ୍କୁ ମହାଶିବରାତ୍ରିର ଶୁଭକାମନା ଦେଇଛନ୍ତି । ସେ ମନ୍ଦିର ବାହାରେ ହାତ ଯୋଡି ଫଟୋରେ ଦେଖିବାକୁ ମିଳିଛି । ଏହାପରେ ମନ୍ଦିରରେ ପୂଜା କରିଛନ୍ତି ଶେହନାଜ । ଶେହନାଜଙ୍କ ଏଭଳି ଅନ୍ଦାଜ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି । ଫ୍ୟାନ୍ସ ଶେହନାଜଙ୍କୁ ପ୍ରଶଂସା କରି ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି ।

ତେବେ କେବଳ ଶେହନାଜ ନୁହେଁ ବରଂ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ଅଜୟ ଦେବଗନ, କଙ୍ଗନା ରଣାୱତ, ଆଶୁତୋଷ ରାଣା ମଧ୍ୟ ଭଗବାନ ଶିବଙ୍କ ବଡ଼ ଭକ୍ତ ରହିଛନ୍ତି । ବଲିଉଡ ଗାୟକ କୈଳାସ ଖେର ମଧ୍ୟ ଶିବଙ୍କ ବଡ଼ ଭକ୍ତ ।

ସୂଚନାଯୋଗ୍ୟ, ନିକଟରେ ଶେହନାଜ ଗିଲଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଥିଲା । ଛୋଟ ଡ୍ରେସକୁ ନେଇ ଟ୍ରୋଲିଂର ଶିକାର ହୋଇଥିଲେ । ଶେହନାଜ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ । ଯାହାକୁ ଦେଖି ଫ୍ୟାନ୍ସ ରାଗି ଯାଇଥିଲେ । ଏହାସହିତ ଏଭଳି କପଡ଼ା ନ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । କିଛି ୟୁଜର୍ସ ଶେହନାଜଙ୍କୁ ଟ୍ରୋଲ କରିଥିଲେ । ଏବେ ଶେହନାଜ ମନ୍ଦିରରେ ପହଞ୍ଚିବା ପରେ ଫ୍ୟାନ୍ସ ପ୍ରଶଂସା କରିଛନ୍ତି ।

Also Read : ଗୋବିନ୍ଦା ଏବଂ ସୁନିତା ନେଇପାରନ୍ତି ଗ୍ରେ ଡିଭୋର୍ସ, ୩୦ ବର୍ଷୀୟ ଅଭିନେତ୍ରୀଙ୍କ ସହ ରହିଛି ସଂପର୍କ