ବେବି ବମ୍ପରେ ନଜର ଆସିଲେ ଶେହନାଜ ଗିଲ୍, ଇଣ୍ଟରନେଟରେ ଫଟୋ ମଚାଇଲା ଧମାଲ୍

ବେବି ବମ୍ପରେ ନଜର ଆସିଲେ ବିଗବସ୍ ୧୩ ଫେମ୍ ଶେହନାଜ ଗିଲ୍। ଆପଣ ଶୁଣି ଆଶ୍ଚର୍ଯ୍ଯ ହୋଇଗଲେ କି ? ଏହା ରିଅଲ ନୁହେଁ ରିଲ୍ ପାଇଁ। ବାଦଶାହଙ୍କ ମ୍ଯୁଜିକ ଭିଡିଓ ପରେ ଶେହନାଜ ଏବଂ ଦିଲଜିତ ଦୋସାଞ୍ଜ ସହିତ ଅପକମିଂ ଫିଲ୍ମ ‘ହୋସଲା ରଖ’ରେ ନଜର ଆସିବେ। ଏହି ଫିଲ୍ମ ସେଟର କିଛି ଫଟୋ ଶେହନାଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଶେହନାଜ ଗିଲ ପୋଷ୍ଟ କରିଥିବା ଫଟୋରେ ଶେହନାଜ ଫ୍ଲୋରାଲ ଡ୍ରେସରେ ନଜର ଆସିଥିବା ବେଳେ ଦିଲଜିତ ହ୍ବାଇଟ୍ ସୁଟରେ ନଜର ଆସିଛନ୍ତି। ଫଟୋରେ ଶେହନାଜଙ୍କ ବେବି ବମ୍ପ ନଜର ଆସିଛି। ଶେହନାଜଙ୍କ ବ୍ଯାକଗ୍ରାଉଣ୍ଡରେ ବେବି ସାୱର ହେଉଥିବା ଭଳି ଦେଖିବାକୁ ମିଳିଛି।

 

View this post on Instagram

 

A post shared by Shehnaaz Gill (@shehnaazgill)

ସୂଚନାଯୋଗ୍ଯ, ‘ହୋସଲା ରଖ’ ଫିଲ୍ମରେ ଦିଲଜିତ ଦୋସାଞ୍ଜ ପ୍ରଯୋଜନା କରୁଛନ୍ତି। ଏହି ଫିଲ୍ମ ଜରିଆରେ ନିଜର ନୂଆ ପ୍ରଡକ୍ସନ ହାଉସ ଖୋଲୁଛନ୍ତି। ଏହି ଫିଲ୍ମରେ ଗିପ୍ପି ଗେରୱାଲଙ୍କ ପୁଅ ଶିନ୍ଦା ଗ୍ରେୱାଲ ନଜର ଆସିବେ। ଫିଲ୍ମର ରୋମାଣ୍ଟିକ କମେଡି ରହିବ। ଫିଲ୍ମଟି ୧୫ ଅକ୍ଟୋବରରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.