ଖୁବ୍ଶୀଘ୍ର ସୁଟିଂ ସେଟ୍କୁ ଫେରୁଛନ୍ତି ଶେହନାଜ ଗିଲ, ଦିଲଜିତଙ୍କ ସହ ଆରମ୍ଭ କରିବେ ‘ହୋସଲା ରଖ’ର ସୁଟିଂ
ଟେଲିଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲ୍ ଏକଦମ୍ ଚୁପ୍ ହୋଇଯାଇଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଗ୍ରହଣ କରିପାରିନାହାନ୍ତି ଶେହନାଜ। ଏଣୁ ସେ ସବୁ ସୋସିଆଲ ମିଡିଆଠାରୁ ଦୂରରେ ଅଛନ୍ତି। କିନ୍ତୁ ଏବେ ଶେହନାଜ ଗିଲଙ୍କୁ ନେଇ ଏକ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଖୁବ୍ଶୀଘ୍ର ପରଦାକୁ ଫେରୁଛନ୍ତି ଶେହନାଜ।
View this post on Instagram
ରିପୋର୍ଟ ମୁତାବକ, ଶେହନାଜ ଗିଲ୍ ଖୁବ୍ଶୀଘ୍ର ଦିଲଜିତ ଦୋସାଞ୍ଝଙ୍କ ସହ ପଞ୍ଜାବୀ ଫିଲ୍ମ ‘ହୋସଲା ରଖ’ରେ ନଜର ଆସିବେ। ଏହି ଫିଲ୍ମର ଏକ ପ୍ରମୋସନାଲ ଗୀତ ୧୫ ସେପ୍ଟେମ୍ବରରେ ସୁଟିଂ ହେବାର ଥିଲା। କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏହାକୁ ଘୁଞ୍ଚାଯାଇଥିଲା। ଏଣୁ ନିର୍ମାତା ଆଶା କରୁଛନ୍ତି ଯେ ଏହି ମାସର ଶେଷ ଆଡ଼କୁ ଶେହନାଜ ସୁଟିଂକୁ ଫେରିବେ ଓ ପୁଣିଥରେ ଅଭିନୟ ଆରମ୍ଭ କରିବେ।
ଫିଲ୍ମର ପ୍ରଡ୍ୟୁସର ଦିଲଜିତ୍ ଦୋସାଞ୍ଝ ଏକ ପୋର୍ଟାଲକୁ ଇଣ୍ଟରଭ୍ୟୁ ଦେବା ଅବସରରେ କହିଛନ୍ତି, ଆମେ ଶେହନାଜ ସମ୍ପୂର୍ଣ୍ଣ ଠିକ୍ ହେବାକୁ ଅପେକ୍ଷା କରିଛୁ। ଏହି ଗୀତକୁ ୧୫ ସେପ୍ଟେମ୍ବରରେ ଲଣ୍ଡନର ସୁଟିଂ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ବର୍ତ୍ତମାନର ସ୍ଥିତି ଯୋଗୁ ତାହା ସମ୍ଭବ ହେଉନାହିଁ। ଖୁବ୍ଶୀଘ୍ର ଏକ ନୂଆ ତାରିଖ ଧାର୍ଯ୍ୟ କରାଯାଉଛି। ଆଶା କରୁଛୁ ଯେ ଆମେ ଅଳ୍ପ ଦିନ ମଧ୍ୟରେ ଶେହନାଜଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ଶେହନାଜ।