କଭି ଇଦ୍ କଭି ଦିୱାଲିରୁ ବିଦା ହେଲେ ଶେହନାଜ୍‌ ଗିଲ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ ଖାନ୍‌ଙ୍କୁ କଲେ ଅନ୍‌ଫଲୋ

ସଲମାନ୍‌ଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲିରୁ ବିଦା ହେଲେ ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଶେହନାଜ ଗିଲ୍‌। ଫ୍ୟାନ୍‌ମାନେ ତାଙ୍କ ବଲିଉଡ୍‌ ଡେବ୍ୟୁକୁ ଅପେକ୍ଷା କରିଥିବା ବେଳେ ଏବେ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଆସୁଛି ଯେ ଶେହନାଜ ଗିଲ୍‌ ଫିଲ୍ମ କଭି ଇଦ୍ କଭି ଦିୱାଲିରୁ ବାହାରି ଯାଇଛନ୍ତି।

ସୂଚନା ମୁତାବକ, ଶେହନାଜ ଏବେ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲିର ଅଂଶ ନାହାନ୍ତି। ତେବେ ଏହା ପଛର କାରଣ କ’ଣ ତାହା ଏବେ ଯାଏଁ ଜଣାପଡ଼ିନାହିଁ। କୁହାଯାଉଛି ଯେ ଶେହନାଜ ଗିଲ୍‌ ସଲମାନ୍‌ ଖାନ୍‌ଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିଦେଇଛନ୍ତି। ଯଦି ଆପଣ ଶେହନାଜ୍‌ ଗିଲ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋଇଂ ଲିଷ୍ଟ ଦେଖିବେ ତ ସଲମାନ୍‌ ଖାନ୍‌ଙ୍କ ନାଁ ପାଇବେ ନାହିଁ। କିନ୍ତୁ ଶେହନାଜଙ୍କ ଫଲୋଇଂ ଲିଷ୍ଟରେ ରଣବୀର ସିଂହ ଅଛନ୍ତି। କିନ୍ତୁ ସଲମାନ୍‌ ହିଁ ନାହାନ୍ତି, ଯିଏ ପ୍ରତିଟି ମୁହୂର୍ତ୍ତରେ ଶେହନାଜଙ୍କୁ ସପୋର୍ଟ କରିଛନ୍ତି। ଶେହନାଜ୍‌ଙ୍କର ଏହି ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅନ୍ୟପଟେ ସଲମାନ୍‌ ଖାନ୍‌ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଶେହନାଜ ଗିଲଙ୍କୁ ଫଲୋ କରିନାହାନ୍ତି। ସଲମାନ୍‌ ଖାନ୍‌ ଶେହନାଜ୍‌ଙ୍କୁ ଫଲୋ କରିନାହାନ୍ତି, ତାହା ତ ବୁଝାପଡ଼ୁଛି। କିନ୍ତୁ ଶେହନାଜ୍‌ ତାଙ୍କୁ ଅନ୍‌ଫଲୋ କରିଦେଇଛନ୍ତି, ତାହାକୁ ଫ୍ୟାନ୍‌ମାନେ ଗ୍ରହଣ କରିପାରିନାହାନ୍ତି। ଏଣୁ ଚର୍ଚ୍ଚା ହେଉଛି ଯେ ବୋଧେ ସଲମାନ୍‌ଙ୍କ କଭି ଇଦ୍ କଭି ଦିୱାଲିରୁ ଶେହନାଜ୍‌ଙ୍କୁ ବାହାର କରି ଦିଆଯାଇଛି। ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଲୋକମାନେ ଏ ନେଇ ଠିକ୍‌ ସୂଚନା ପାଇଯିବେ।

ପ୍ରକାଶ ଯେ ନିକଟରେ ଶେହନାଜ ଗିଲଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲି ସେଟ୍‌ର ବୋଲି କୁହାଯାଉଥିଲା। ଫଟୋରେ ଶେହନାଜ ଗିଲ୍‌ଙ୍କ ବ୍ୟାକ୍‌ ସାଇଡ୍‌ ଦିଶୁଥିଲା। ତେବେ ସଲମାନ୍‌ଙ୍କ ଫିଲ୍ମରେ ଅଂଶଗ୍ରହଣ କରୁଥିବା ନେଇ ଶେହନାଜ୍‌ ଅଫିସିଆଲି କୌଣସି ସୂଚନା ଦେଇନାହାନ୍ତି।

Also Read: ପାହାଡ଼ ଧାରରେ ସେଲ୍‌ଫି ନେଉ ନେଉ ଖସିଗଲା ପାଦ, ୧୦୦ ଫୁଟ୍‌ ତଳେ ପଡ଼ି ମହିଳାଙ୍କ ମୃତ୍ୟୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.