ବଧୂ ବେଶରେ ନଜର ଆସିଲେ ସିଦ୍ଧାର୍ଥ ଶୁକ୍ଲାଙ୍କ କନ୍ୟା, ନୂଆ ବୋହୂ ଭଳି ଲାଜେଇ ହୋଇ ଦେଲେ ପୋଜ୍‌

ଇଣ୍ଟରନେଟ ସେନସେସନ୍‌ ତଥା ଅଭିନେତ୍ରୀ ଶେହନାଜ ଗିଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ଗତ ବର୍ଷ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଶେହନାଜ ଗିଲ ମଧ୍ୟ ଖୁବ୍ ଭାଙ୍ଗି ପଡିଥିଲେ। କିନ୍ତୁ ବର୍ତ୍ତମାନ ଶେହନାଜ ଧିରେ ଧିରେ ସାଧାରଣ ଜୀବନକୁ ଫେରିଛନ୍ତି। ଜଣେ ଦୃଢ ଇଚ୍ଛାଶକ୍ତି ଥିବା ମହିଳାଙ୍କ ମଧ୍ୟରେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଶେହନାଜ। ସୋସିଆଲ ମିଡିଆରେ ଶେହନାଜଙ୍କ ଅନେକ ଫଟୋ ଏବଂ ଭିଡିଓ ଭାଇରଲ ହୋଇଥାଏ। ଯାହା ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥାଏ। କିନ୍ତୁ ଏସବୁ ମଧ୍ୟରେ ଶେହନାଜ ଗିଲଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କନିଆ ବେଶରେ ନଜର ଆସିଛନ୍ତି।

ଏହି ଭିଡିଓକୁ ଦେଖିବା ପରେ ଶେହନାଜଙ୍କ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଫ୍ୟାନ୍ସ ଭାବୁଛନ୍ତି, ହୁଏତ ଶେହନାଜ ବିବାହ କରିବାକୁ ଯୋଜନା କରୁଛନ୍ତି। ପ୍ରକୃତରେ ଏହା ସତ ନୁହେଁ, ଶେହନାଜ ଗିଲ ଅହମଦାବାଦ ଟାଇମ୍ସ ଫ୍ୟାଶନ ଓ୍ଵିକରେ ର‍୍ୟାମ୍ପ ଡେବ୍ୟୁ କରିଥିଲେ। ଯେଉଁଠି ସେ ସମସ୍ତଙ୍କ ହୃଦୟ ଜିତିଥିଲେ।

ଶେହନାଜ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବ୍ରାଇଡାଲ ପୋଷାକ ପିନ୍ଧି ରାମ୍ପ୍ ଚାଲୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଶେହନାଜ ଗିଲ କ୍ୟାପସନରେ ଡିଜାଇନର୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶେହନାଜ ଗିଲ ଫଟୋ ଏବଂ ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି।

shehnaaz ramp
Photo credit: News Leaflets

ଦିଲ୍ଲୀର ଡିଜାଇନର ସାମନ୍ତ ଚୌହ୍ଵାନଙ୍କ ପାଇଁ ଶେହନାଜ ଗିଲ୍‌ ଫିନାଲେ ଶୋରେ ବୋହୂ ବେଶରେ ର‍୍ୟାମ୍ପ ଓ୍ଵାକ୍‌ କରିଥିଲେ। ନାଲିସୁନେଲି ରଙ୍ଗର ଲେହେଙ୍ଗା ପିନ୍ଧି ର‍୍ୟାମ୍ପକୁ ଏଣ୍ଟ୍ରି କରିଥିଲେ। ଶେହନାଜ ଗିଲ୍‌ ବଧୂ ଭଳି ଅଭିନୟ କରିବା ସହିତ ଓ୍ଵାକ୍‌ ଏବଂ ପୋଜ ମଧ୍ୟ ଦେଇଥିଲେ।

ଶେହାନାଜ ଗିଲର ଖୁବଶୀଘ୍ର ଶେହନାଜ୍ ଗିଲ୍ଙ୍କୁ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ପିଲ୍ମ କଭି ଇଦ୍ କଭି ଦିୱାଲୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ଶେହାନାଜ ଫ୍ୟାଶନ ଶୋ’ ଡେବ୍ୟୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.