ମତେ ବହୁତ ଆଗକୁ ଯିବାର ଅଛି, ମୁଁ ସବୁବେଳେ ଖୁସିରେ ରହିବି : ଶେହେନାଜ

ବିଗବସ ୧୩ର ଜଣାଶୁଣା ଆକ୍ଟ୍ରେସ ଶେହେନାଜ ଗିଲ ଶିଳ୍ପା ଶେଟ୍ଟୀଙ୍କ ନୂଆ ଚାଟ ସୋ ସେପ ଅଫ ୟୁରେ ନିଜ ରାଗ ଓଗାଳିଛନ୍ତି । ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ସେ ଖୁସି ଦେଖାଯିବା ପରେ ଟ୍ରୋଲ ହେବା ଠାରୁ ଆରମ୍ଭ କରି ସିଦ୍ଧାର୍ଥ କିପରି ତାଙକ୍‌ୁ ସବୁ ସମୟରେ ଖୁସି ଦେଖିବା ପାଇଁ ଚାହାନ୍ତି ସେ ସମସ୍ତ କଥ । କହିଥିଲେ । ଶେହନାଜ ଏକଥା ମଧ୍ୟ କହିଛନ୍ତି କି ସେ କାହାକୁ କୌଣସି ସ୍ପଷ୍ଟିକରଣ ଦେବା ଉଚିତ ଭାବୁନାହାନ୍ତି କି ଏସବୁ କରିବା ତାଙ୍କୁ ଦରକାର ନାହିଁ ବୋଲି କହିଛନ୍ତି ।

ଶେହେନାଜ ଶିଳ୍ପାଙ୍କୁ କହିଛନ୍ତି କି ମୁଁ ସିଦ୍ଧାର୍ଥଙ୍କ ସହ ମୋର ସମ୍ପର୍କ କାହିଁ କାହାକୁ କହିବି । ମୁଁ ଜାଣିଥିଲି ସେ ମୋ ପାଇଁ କେତେ ଜରୁରୀ ଏବଂ ମୁଁ ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ତେଣୁ ମତେ କାହାକୁ କହିବାର ଆବଶ୍ୟକତା ପଡିବ ନାହିଁ । ତା ସହ ସେ ଏକଥା ଉଠାଇଛନ୍ତି କି ସିଦ୍ଧାର୍ଥ କିପରି ଚାହୁଁଥିଲେ କି ସେ ସବୁବେଳେ ସବୁ ମୁହୂର୍ତ୍ତରେ ଖୁସିରେ ରୁହନ୍ତୁ । ଶେହେନାଜ କହିଛନ୍ତି ଜୀବନରେ ସୁଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଯାହା ହେଉନା କାହିଁକି ସେ ସବୁବେଳେ ଖୁସିରେ ରହିବେ ବୋଲି କହିଛନ୍ତି ଶେହେନାଜ । ଶେହେନାଜ ଆହୁରି ମଧ୍ୟ କହିଛନ୍ତି କି ଲାଇଫରେ ମତେ ବହୁତ ଆଗକୁ ଯିବାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.