ନିଜ ଗୀତରେ ସିଦ୍ଧାର୍ଥଙ୍କୁ ମନେ ପକାଇଲେ ସେହନାଜ୍, ଭିଡ଼ିଓ ହେଉଛି ଭାଇରାଲ

ହୁଏତ ଆଜି ସିଦ୍ଧାର୍ଥ ଶୁକ୍ଳା ଆଉ ଏଇ ଦୁନିଆରେ ନାହାଁନ୍ତି। କିନ୍ତୁ ସେ ତାଙ୍କ ନିଜ ଲୋକଙ୍କ ମନରେ ସବୁ ଦିନ ପାଇଁ ରହିଛନ୍ତି। ଯାହାର ଏକ ବଡ଼ ଉଦାହରଣ ହେଉଛନ୍ତି ସେ ଗିଲ। ସିଦ୍ଧାର୍ଥ ଶୁକ୍ଳାଙ୍କ ବିୟୋଗ ପରେ ମଧ୍ୟ ସେହନାଜଙ୍କ ମନରେ ତାଙ୍କ ପାଇଁ ପୂର୍ବ ଭଳି ସେତିକି ସମ୍ମାନ ଓ ଭଲ ପାଇବା ରହିଛି। ସେଥି ପାଇଁ ତ ସେ ଯେକୌଣସି ସ୍ଥାନକୁ ଯାଉଛନ୍ତି ସିଦ୍ଧାର୍ଥଙ୍କ କଥା କୁହନ୍ତି।

 

View this post on Instagram

 

A post shared by Shehnaaz Gill (@shehnaazgill)


ବର୍ଷା ସମୟରେ ମଧ୍ୟ ସେ ସିଦ୍ଧାର୍ଥଙ୍କୁ ମନେ ପକାଇ ଏକ ସୁନ୍ଦର୍ ଗୀତ ଗାଇଛନ୍ତି। ଯାହାକୁ ସେ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକ ତାଙ୍କୁ ସୁନ୍ଦର୍ କମେଣ୍ଟ କରିଛନ୍ତି। ଏହି ଭିଡ଼ିଓରୁ ଜଣା ପଡୁଛି ଦୁହିଁଙ୍କ ମଧ୍ୟରେ ସମ୍ପର୍କ କେତେ ନିବିଡ଼।

ସୂଚନା ମୁତାବକ କିଛି ମାସ ତଳେ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ହାର୍ଟ ଅଟାକରେ ହୋଇଥିଲା। ଯାହାକି ସେହନାଜ୍ ଓ ସିଦ୍ଧାର୍ଥଙ୍କ ଫ୍ୟାନ୍ସଙ୍କୁ ଭାଙ୍ଗି ଦେଇଥିଲା। ତେବେ ସେହନାଜ୍ ଓ ସିଦ୍ଧାର୍ଥଙ୍କ ଭଲ ପାଇବା ବିଗ୍ ବସ୍ ରିଆଲିଟି ‘ଶୋ’ ରୁ ହିଁ ଗଢି ଉଠିଥିଲା। ଏହି ଯୋଡ଼ିକୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.