ମନୋରଂଜନ

ପୁଅ ଅଧ୍ୟୟନଙ୍କ ଆତ୍ମହତ୍ୟା ସମ୍ପର୍କିତ ମିଥ୍ୟା ଖବର ଉପରେ ବର୍ଷିଲେ ଶେଖର ସୁମନ, କହିଲେ, ‘ମୋ ସ୍ତ୍ରୀଙ୍କ ହୃଦୟକୁ ଗଭୀର ଆଘାତ ଲାଗିଛି, ଆମେ ସମସ୍ତେ ସେହି ମୁହୂର୍ତ୍ତରେ ହଜାର ବାର ମରିଛୁ’

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଲଗାତାର ନିଜ ସ୍ୱର ଉଠାଇଥିବା ଶେଖର ସୁମନ ଏକ ଫେକ୍‌ ନ୍ୟୁଜ୍‌ର ଶିକାର ହୋଇଛନ୍ତି। ଏକ ନ୍ୟୁଜ୍‌ ଚ୍ୟାନେଲ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ନେଇ ମିଥ୍ୟା ଖବର ପ୍ରସାରଣ କରିଥିଲା, ଏହି ଖବର ଶୁଣିବା ପରେ ଶେଖର ସୁମନ ଚିନ୍ତିତ ହୋଇପଡ଼ିଛନ୍ତି। ଏହାର ତୁରନ୍ତ ପରେ ସେ ନିଜ ପୁଅକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଧ୍ୟୟନ ସୁମନ ବର୍ତ୍ତମାନ ଦିଲ୍ଲୀରେ ସୁରକ୍ଷିତ ଥିବା ଜଣାପଡ଼ିଛି।

ତେବେ ଫେକ୍‌ ନ୍ୟୁଜ୍‌ ପ୍ରସାରଣ କରିଥିବାରୁ ଶେଖର ଉକ୍ତ ଚ୍ୟାନେଲ ବିରୋଧରେ ଲିଗାଲ ଆକ୍ସନ ନେବା କଥା କହିଛନ୍ତି। ଏକ ଭିଡିଓ କ୍ଲିପ୍‌ ଶେୟାର କରି ଶେଖର କହିଛନ୍ତି, ‘ଆମେ ସେ ଖବର ଦେଖିଲୁ, ଯାହା ଆମ ସମସ୍ତଙ୍କୁ ବେହାଲ କରିଦେଇଛି। ଏଥିରେ ଦାବି କରାଯାଇଛି କି, ମୋ ପୁଅ ଅଧ୍ୟୟନ ସୁମନ ଆତ୍ମହତ୍ୟା କରିଛନ୍ତି। ଏହି ନ୍ୟୁଜ୍‌ ଦେଖି ଆମେ ତୁରନ୍ତ ଅଧ୍ୟୟନଙ୍କୁ ସମ୍ପର୍କ କରିଥିଲୁ’। ସେ ଆହୁରି କହିଥିଲେ ଯେ ‘ମୋ ପୁଅ ଦିଲ୍ଲୀରେ ଥିଲା ଏବଂ ତା’ ନମ୍ବର ମଧ୍ୟ ଲାଗୁ ନ ଥିଲା। ଏହି କାରଣରୁ ଆମେ ସମସ୍ତେ ସେହି ମୁହୂର୍ତ୍ତରେ ଅନେକ ହଜାର ଥର ମରିଛୁ। ଏହି ଖବର ଯୋଗୁ ଆମ ସମସ୍ତଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡ଼ିଛି। ମୁଁ ଚ୍ୟାନେଲଠୁ କ୍ଷମା ମାଗିବା ଦାବି କରୁଛି’।

ଶେଖର ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ପ୍ରକାଶ ଜାଭଡେକର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ NCP ଅନିଲ ଦେଶମୁଖଙ୍କୁ ନିବେଦନ କରୁଛି, ଏହି ପ୍ରକାର ବେଆଇନ ତଥା ନିନ୍ଦନୀୟ କାର୍ଯ୍ୟ ପାଇଁ ସମ୍ପୃକ୍ତ ଚ୍ୟାନେଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।’ ସୂଚନାଥାଉ କି, ଅଭିନେତା ଶେଖର ସୁମନଙ୍କ ବଡ଼ ପୁଅ ଆୟୁଷଙ୍କ ହାର୍ଟ ରୋଗରେ ପୂର୍ବରୁ ମୃତ୍ୟୁ ଘଟିଛି। ଏହି ସମୟରେ ଆୟୁଷଙ୍କ ବୟସ ମାତ୍ର ୧୧ ବର୍ଷ ଥିଲା।

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

9 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

17 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

32 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

38 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

52 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago