IPLରେ ବି ଡ୍ରଗ୍ସ କାରବାର ! ଅଭିନେତ୍ରୀ ସାର୍ଲିନ ଚୋପ୍ରା କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ବର୍ତ୍ତମାନ ଡ୍ରଗ୍ସ ମାମଲାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି ବଲିଉଡରେ। ଏହି ଡ୍ରଗ୍ସ ମାମଲାକୁ ନେଇ ଏବେ ବଲିଉଡରେ ଏକଦମ୍‌ ଚହଳ ପଡିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଫିଲ୍ମ ଜଗତର ଅନେକ ଅଭିନେତା ଅଭିନେତ୍ରୀଙ୍କୁ ଲଗାତର ଜେରା କରାଯାଉଛି। ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କାପୁର, ରାକୁଲ ପ୍ରୀତ୍ ସିଂହଙ୍କ ଭଳି ଅନେକ ଅଭିନେତା ଅଭିନେତ୍ରୀଙ୍କୁ ଜେରା ପାଇଁ ସମନ କରିଛି ଏନସିବି। ଏହାରି ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ତଥା ମଡେଲ୍ ସାର୍ଲିନ୍ ଚୋପ୍ରା, ଏକ ବିସ୍ଫୋରକ ବୟାନ୍ ଦେଇଛନ୍ତି । ସେ କହିଛନ୍ତି କେବଳ ବଲିଉଡରେ ନୁହେଁ ବରଂ ଆଇପିଏଲରେ ମଧ୍ୟ ଡ୍ରଗ୍ସ ସେବନ ଜୋରଦାର ହେଉଛି ।

SARLINNସେ କହିଛନ୍ତି ଆଇପିଏଲରେ କୋଲକତା ନାଇଟ୍ ରାଇଡର୍ସର ମ୍ୟାଚ୍ ପରେ ଖେଳାଳିଙ୍କ ପତ୍ନୀ ଓ କିଛି ବଲିଉଡ୍ ଷ୍ଟାର୍ସଙ୍କ ପତ୍ନୀ ମିଳିତ ଭାବେ ଓ୍ଵାସରୁମରେ କୋକିନ୍ ସେବନ କରନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାର୍ଲିନ୍ କହିଛନ୍ତି ଯେ ଯଦି ଏନ୍ସିବି ପକ୍ଷରୁ ତାଙ୍କୁ ଜେରା କରାଯାଏ, ତେବେ ସେ ସବୁ ରାଜ୍‌ ଖୋଲିବେ ବୋଲି କହିଛନ୍ତି ।

ସାର୍ଲିନ୍ ଗଣମାଧ୍ୟମକୁ କହିଛନ୍ତି ଯେ, କେକେଆର ମ୍ୟାଚ୍ ସରିବା ପରେ କ୍ରିକେଟର୍ସ ଏବଂ ବଲିଉଡ୍‌ ଷ୍ଟାର୍ସଙ୍କ ପତ୍ନୀ ଓ୍ଵାସରୁମରେ ଧୂମ୍ କୋକିନ୍ ସେବନ କରିଥିଲେ। ତେବେ ଏହି ଘଟଣା ଆଇପିଏଲର କେଉଁ ସିଜିନର ବୋଲି ସାର୍ଲିନ୍ ସ୍ପଷ୍ଟ କରିନାହାନ୍ତି ।

SARLINଓ୍ଵାସରୁମରେ କୋକିନ ସେବନ

ସର୍ଲିନ୍ ଚୋପ୍ରା ଡ୍ରଗ୍ସ ପାର୍ଟି ବିଷୟରେ କହିଛନ୍ତି ଯେ, କେକେଆର୍ ମ୍ୟାଚ୍ ଦେଖିବା ପାଇଁ ସେ କୋଲକତା ଯାଇଥିଲେ । ମ୍ୟାଚ୍ ସରିବା ପରେ ଏକ ପାର୍ଟିକୁ ଗଲେ, ସେହି ପାର୍ଟୀରେ ବହୁତ ବଡ଼ ବଡ଼ ସେଲିବ୍ରିଟିମାନେ ଆସିଥିଲେ। ସେ ଡାନ୍ସ କରି କରି ବହୁତ ଥକି ଯାଇଥିଲେ, ତେଣୁ ଫ୍ରେସ୍ ହେବା ପାଇଁ ଓ୍ଵାସରୁମ ଯାଇଥିଲେ। ସେଠାରେ ଯାହା ଚାଲୁଥିଲା ତାକୁ ଦେଖି ସେ ଆଶ୍ଚଯ୍ୟର୍ ହୋଇଯାଇଥିଲେ। ସେଠାରେ ସେ ଦେଖିବାକୁ ପାଇଲେ ଯେ ସେଲିବ୍ରିଟିମାନେ କୋକିନ୍‌ ବ୍ୟବହାର କରୁଥିଲେ।