ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ସମସ୍ତ ଆର୍ଟିଷ୍ଟଙ୍କୁ ନ୍ୟାୟ ଦେବା ପାଇଁ ଶର୍ଲିନଙ୍କ ଇଚ୍ଛା

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫୀ ମୁଭିରେ ସଂପୃକ୍ତ ଥିବା ସମସ୍ତ ସେଲିବ୍ରେଟିଙ୍କୁ ପୋଲିସ ପଚରାଉଚରା କରୁଛି । ଘଟଣାର ସତ୍ୟତା ବାହାର କରିବା ପାଇଁ ମୁମ୍ବାଇ ପୋଲିସ ଯଥା ସମ୍ଭବ ଚେଷ୍ଟା ଚଲାଇଛି । ଏହି କେସରେ ଓଡ଼ିଶାର କିଛି କଳାକାର ସାମିଲ ଥିବା ବେଳେ ଅନେକ ବଲିଉଡ଼ ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି ।

ଏହି ମାମଲାରେ ଏବେ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କୁ ପୋଲିସ ନେଇଛି । ଏହା ସମ୍ପର୍କରେ ତାଙ୍କଠୁ ଯଥା ସମ୍ଭବ ତଥ୍ୟ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି । ଶର୍ଲିନଙ୍କ କନେକ୍ସନ ଦେଖି ମୁମ୍ବାଇ କ୍ରାଇମବ୍ରାଞ୍ଚ ପ୍ରପର୍ଟି ସେଲ ତାଙ୍କୁ ପଚରାଉଚରା କରାଯାଉଛି । ଏହାପରେ ସେ ମିଡିଆକୁ ମଧ୍ୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ତେବେ ଏହି ମାମଲାରେ ସମସ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳୁ ବୋଲି ଶର୍ଲିନ କହିଛନ୍ତି । ସମସ୍ତ ଆର୍ଟିଷ୍ଟଙ୍କ ପାଇଁ ନ୍ୟାୟ ମାଗିଛନ୍ତି , ଯେଉଁମାନେ ଏହି ମାମଲାରେ ଫସିଛନ୍ତି ।

ନିକଟ ଅତୀତରେ ପ୍ରପର୍ଟି ସେଲ ବିଭାଗ ୧୬୦ ସିିଆରପିସି ଅନ୍ତର୍ଗତ ନୋଟିସ ପଠାଯାଇଥିଲା । ଏହି ନୋଟିସ ଲିଷ୍ଟରେ ଶର୍ଲିନଙ୍କ ନାମ ଥିଲା । ଏହାକୁ ନେଇ ସମସ୍ତ ସୂଚନା ପ୍ରଦାନ କରିବାକୁ କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.