ରାଜ୍ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ଏତଲା ଦେଲେ ଶର୍ଲିନ ଚୋପ୍ରା, ଆଣିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ

ପର୍ଣ୍ଣ ଭିଡିଓ ମାମଲାରେ ଫସିଥିବା ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ଶର୍ଲିନ ଚୋପ୍ରା। ଶର୍ଲିନ୍ ରାଜ୍ କୁନ୍ଦ୍ରାଙ୍କ ଜେଏଲ୍ ଷ୍ଟ୍ରିମ୍ କମ୍ପାନୀ ପାଇଁ ୩ଟି ଭିଡିଓ ସୁଟ୍ କରିଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ ତାଙ୍କୁ ପଇସା ମିଳିନଥିଲା। ଶର୍ଲିନ୍ କହିଛନ୍ତି, ମୁଁ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ଠକେଇ ଓ ଅପରାଧିକ ପାଇଁ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଯେ ଯେବେ ଠାରୁ ରାଜ କୁନ୍ଦ୍ରାଙ୍କ ନାଁ ପର୍ଣ୍ଣୋଗ୍ରାଫି କେସ୍ରେ ସାମ୍ନାକୁ ଆସିଛି, ସେବେ ଠାରୁ ଶର୍ଲିନ ଚୋପ୍ରା ଲଗାତାର ତାଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି।
ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ କରିଥିବା ନେଇ ଶର୍ଲିନ୍ ଚୋପ୍ରା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହ କଥା ହେବା ବେଳେ ନିଜର ଏକ ଭିଡିଓ ସେୟାର କରିଛନ୍ତି ଶର୍ଲିନ୍। ଏହି ଭିଡିଓକୁ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି, ଆଜି ମୁଁ ମୋ ଟିମ୍ ସହ ଜୁହୁ ପୋଲିସ ଷ୍ଟେସନ୍କୁ ଯାଇ ରାଜ୍ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଭିଡିଓରେ ଶର୍ଲିନ୍ କହୁଛନ୍ତି, ‘ଝିଅଙ୍କ ଶରୀରକୁ ଦେଖାଇ ଆପଣ ରୋଜଗାର କରୁଛନ୍ତି କିନ୍ତୁ ତାଙ୍କ ପେମେଣ୍ଟ କ୍ଲିୟର କରୁନାହାନ୍ତି। ତାଙ୍କୁ ଚୂନା କାହିଁକି ଲଗାଉଛନ୍ତି? ଆପଣ ତାଙ୍କୁ ଟୋପି କାହିଁକି ପିନ୍ଧାଉଛନ୍ତି? କ’ଣ ଏଥିକଲ ବିଜନେସ୍ ଏଇୟା?’
आज मैं अपनी कानूनी टीम के साथ जुहू पुलिस स्टेशन पर गई थी राज कुंद्रा और शिल्पा शेट्टी के खिलाफ़ शिकायत दर्ज कराने।@TheShilpaShetty pic.twitter.com/46TkiXTs6t
— Sherlyn Chopra 🇮🇳 (@SherlynChopra) October 14, 2021
ଶର୍ଲିନ୍ ଆଗକୁ କହିଛନ୍ତି, ଆପଣଙ୍କୁ ବିଜନେସ୍ ମ୍ୟାନ୍ ହେବାର ଅଛି ତ ଯାଆନ୍ତୁ ଶିଖନ୍ତୁ ଟାଟା କେମିତି ବିଜନେସ୍ କରନ୍ତି। ଏଥିକ୍ସ ସହ କରନ୍ତି। ଯାହା ପ୍ରତିଶ୍ରୁତି ଦିଅନ୍ତି ତାହାକୁ ପୂରଣ କରନ୍ତି। କିନ୍ତୁ ଆପଣ କ’ଣ କରୁଛନ୍ତି? ଆପଣ କଳାକାରଙ୍କ ଘରକୁ ଯାଇ ସେମାନଙ୍କୁ ଯୌନ ଶୋଷଣ କରନ୍ତି। ତାଙ୍କ ଘରେ ସେମାନଙ୍କୁ ଅଣ୍ଡରଓ୍ଵାର୍ଲ୍ଡର ଧମକ ଦିଅନ୍ତି। କୁହନ୍ତି, ଯୌନ ଶୋଷଣ କେସ୍ ଉଠାଇ ଦିଅ ନ ହେଲେ ଜୀବନ ବର୍ବାଦ କରିଦେବି। ଯେଉଁ ଗୋଟେ ଯୋଡ଼େ ଫିଲ୍ମ ହାତରେ ରହିଛି ତାହାକୁ ବି ନେଇଯିବି। ଆପଣ ଏଭଳି ଭାବେ କଥା ହୁଅନ୍ତି। କିନ୍ତୁ ଆଜି ମୁଁ ଡରିବି ନାହିଁ। ମୁଁ ଆଜି ଦୁର୍ଗା ମା’ଙ୍କ ଆଶୀର୍ବାଦ ନେଇ ଆସିଛି। ନା’ ଆଜି ମୁଁ ଆପଣଙ୍କୁ ଡରିବି ନା’ ଆପଣଙ୍କ ପାଓ୍ଵାରକୁ।
On Oct14, actor Sherlyn Chopra filed a complaint against Raj Kundra&Shilpa Shetty Kundra for allegedly committing fraud against her & mental harassment.
I’ve filed a complaint to register FIR against Raj Kundra for sexual harassment, cheating & criminal intimidation, she said. pic.twitter.com/zYAfV3QSsL
— ANI (@ANI) October 16, 2021
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଶର୍ଲିନ୍ ଚୋପ୍ରା କାନ୍ଦୁଥିବା ମଧ୍ୟ ଦେଖାଯାଇଛି। ସେ କହିଛନ୍ତି, କେବଳ ପେମେଣ୍ଟ କଥା ନୁହେଁ। କିନ୍ତୁ ସେ ଯେଉଁଭଳି ଭୟର ବାତାବରଣ ସୃଷ୍ଟି କରିଛନ୍ତି, ସେଥିରେ ମୁଁ ଆଉ ବଞ୍ଚିପାରିବି ନାହିଁ। ଅନ୍ୟପଟେ ରାଜ୍ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ଠାରୁ ଏହି ମାମଲାରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।