ପର୍ଣ୍ଣ ଭିଡ଼ିଓ ମାମଲାରେ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଶିଳ୍ପା ସେଟ୍ଟୀ ତାଙ୍କ ଭିଡ଼ିଓ ପସନ୍ଦ କରୁଥିବା କହିଥିଲେ ରାଜ କୁନ୍ଦ୍ରା

ପର୍ଣ୍ଣ ଭିଡ଼ିଓ ମାମଲାରେ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଯେଉଁଥି ପାଇଁ ରାଜ କୁନ୍ଦ୍ରାଙ୍କ ଉପରେ ବର୍ଷିଛନ୍ତି ଭିନେତ୍ରୀ ସେରଲିନ୍‌ ଚୋପ୍ରା । ରାଜ କୁନ୍ଦ୍ରା ତାଙ୍କୁ ମିସ୍‌ ଗାଇଡ କରିଥିବା କହିଛନ୍ତି ସେରଲିନ୍‌ । ଶିଳ୍ପା ସେଟ୍ଟୀ ତାଙ୍କ ଭିଡ଼ିଓ ପସନ୍ଦ କରୁଥିବା କହିଥିଲେ ରାଜ କୁନ୍ଦ୍ରା ।

ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେରଲିନ୍‌ କହିଛନ୍ତି ଯେ, ରାଜ କୁନ୍ଦ୍ରା ତାଙ୍କୁ ଭୁଲ୍‌ ମାର୍ଗଦର୍ଶନ ଦେଇଛନ୍ତି । ମୁଁ ଯାହା ସୁଟିଂ କରୁଥିଲି, ତାହା ଗ୍ଲାମର ପାଇଁ ଥିଲା । ସେତେବେଳେ ସେ କହୁଥିଲେ, ଶିଳ୍ପା ସେଟ୍ଟୀ ମୋର ଭିଡ଼ିଓ ଓ ଫଟୋ ପସନ୍ଦ କରନ୍ତି । ରାଜ କୁନ୍ଦ୍ରା ମୋ ପରାମର୍ଶଦାତା ଥିଲେ ।

ପର୍ଣ୍ଣୋଗ୍ରାଫିକ କେସରେ ଫସି ଜେଲରେ ଥିବା ରାଜ କୁନ୍ଦ୍ରାଙ୍କ ସହ କନେକ୍ସନ ଥିବା ଅଭିଯୋଗରେ ଗତକାଲି ପ୍ରାୟ ୮ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଜେରା କରିଥିଲା । ଏହାପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ ସେରଲିନ୍‌ ଚୋପ୍ରା । କହିଥିଲେ, ମୁଁ କେବେ କଳ୍ପନା କରିନଥିଲି ଯେ, ମୁଁ ଏଭଳି ଦୁର୍ନୀତିରେ ଜଡିତ ହେବି ଓ ଦିନେ କ୍ରାଇମବ୍ରାଞ୍ଚ ସାମ୍ନାରେ ମୋର ବିବୃତ୍ତି ଦେବାକୁ ପଡିବ । ମୁଁ କେବେ ଭାବିନଥିଲି ଯେ, ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ମୋତେ ଭୁଲ କାମ କରିବେ ବୋଲି ।

ବନ୍ଧୁକ ଦେଖାଇ ଭୟଭୀତ କରି ମୋ’ଠୁ କେହି କାମ ଆଦାୟ କରିନାହାନ୍ତି । କିନ୍ତୁ ମୋତେ ମିଛ କହି ନ୍ୟୁଡ୍‌ ଭିଡ଼ିଓ ଶୁଟ୍‌ କରାଇଛନ୍ତି । ଏପରିକି ଶଳ୍ପା ମୋ ଫଟୋ ଓ ଭିଡ଼ିଓ ଦେଖି ପ୍ରଶଂସା କରୁଥିବା କୁହାଯାଇଥିଲା ବୋଲି କହିଛନ୍ତି ସେରଲିନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.