ଶିଳ୍ପାଙ୍କୁ ଚୁମ୍ବନ ମାମଲା: ଦୋଷମୁକ୍ତ ହୋଇଗଲେ ଶିଳ୍ପା ସେଟ୍ଟୀ, ହଲିଉଡ ଷ୍ଟାର ରିଚାର୍ଡ ଗେରେ ହେଲେ ମୁଖ୍ୟ ଅଭିଯୁକ୍ତ

କେନ୍ୟୁଜ୍(ବ୍ୟୁରୋ):  ଚୁମ୍ବନ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୋଷମୁକ୍ତ। ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ଶିଳ୍ପାଙ୍କୁ ଦୋଷମୁକ୍ତ କରିଛନ୍ତି। କିନ୍ତୁ ହଲିଉଡ ଷ୍ଟାର ରିଚାର୍ଡ ଗେରେଙ୍କୁ ଏଥିରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ୨୦୦୭ରେ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଶିଳ୍ପା ସେଟ୍ଟୀଙ୍କୁ ରିଚାର୍ଡ ଗେରେ ଚୁମ୍ବନ କରିଥିଲେ। ଏହାକୁ ନେଇ ତମ୍ଭିତୋଫାନ ହୋଇଥିଲା। ଶିଳ୍ପାଙ୍କ ବିରୋଧରେ ଅଶ୍ଳୀଳତା ପ୍ରସାର ନେଇ ମାମଲା ରୁଜୁ ହୋଇଥିଲା। ତେବେ ଏହି ମାମଲାରେ ଶିଳ୍ପା ପୀଡ଼ିତା ବୋଲି ଦର୍ଶାଯାଇଛି।