ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ, ଅଭିଯୋଗ ଜାଣିଲେ ଚକିତ ହେବେ

ମୁମ୍ବାଇ : ମୁମ୍ବାଇର ବର୍ଷା ପାଗରେ ଗରମ ଗରମ ଖବର । ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ତାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ତିଆରି କରିବାର ଅଭିଯୋଗ ଥିଲା ।

ଗତ ଫେବୃଆରୀରେ ଏହି ଅଭିଯୋଗ ଆସିଥିଲା ଯେ ସେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ମୁମ୍ବାଇ ପୋଲିସ ପାଖରେ ତାଙ୍କ ବିରୋଧରେ ବହୁତ କିଛି ପ୍ରମାଣ ରହିଥିବା ଜଣାପଡିଛି ।

ରାଜ ପେସାରେ ଜଣେ ବ୍ୟବସାୟୀ । ତେବେ ତାଙ୍କ ଆପରେ ଏସବୁ ଅଶ୍ଳୀଳ କଣ୍ଟେଣ୍ଟ ଆସୁଥିବା ଅଭିଯୋଗ ହୋଇଥିଲା । ରାଜ ଶିଳ୍ପାଙ୍କୁ ୨୦୦୯ରେ ବାହା ହୋଇଥିଲେ । ସେ ଆଇପିଏଲରେ ମଧ୍ୟ ସମ୍ପୃକ୍ତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.