ଶିଳ୍ପାଙ୍କ ଓଟିଟି ଡେବ୍ୟୁ, ରୋହିତଙ୍କ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ କରିବେ ଜବରଦସ୍ତ ଆକ୍ସନ

ବଲିଉଡରେ ଆକ୍ସନ ଫିଲ୍ମ ପାଇଁ ବେଶ୍ ଜଣାଶୁଣା ରୋହିତ ସେଟ୍ଟୀ। ରୋହିତଙ୍କ ୱେବ୍ ସିରିଜ ‘ଇଣ୍ଡିଆନ୍ ପୋଲିସ ଫୋର୍ସ’ରେ ଦମଦାର ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଶିଳ୍ପାଙ୍କୁ ୱେବ୍ ସିରିଜକୁ ସ୍ୱାଗତ କରି ରୋହିତ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ସିରିଜ ଜରିଆରେ ଶିଳ୍ପା ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରୁଛନ୍ତି।
ରୋହିତ ପୋଷ୍ଟ ସେୟାର କରି ଶିଳ୍ପାଙ୍କ ଲୁକ୍ ସେୟାର କରି କହିଛନ୍ତି, ସ୍କ୍ଵାର୍ଡକୁ ଆପଣଙ୍କୁ ସ୍ୱାଗତ ! ଗେଟ୍ ରେଡି ଫର ଗନ୍ ବ୍ୟାଟେଲ୍ସ, ହ୍ୟାଣ୍ଡ ଟୁହ୍ୟାଣ୍ଡ କମ୍ବାଟ୍, ହାଇ ସ୍ପିଡ ଚେଜ୍ ଆଣ୍ଡ୍ ୟେଶ ଫ୍ଲାଇଂ କାରସ୍। ଇଣ୍ଡିଆନ ପୋଲିସ ଫୋର୍ସ।
ରୋହିତ ସେଟ୍ଟୀଙ୍କ ଏହି ୱେବ୍ ସିରିଜରେ ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଶିଳ୍ପାଙ୍କ ପୂର୍ବରୁ ସିଦ୍ଧାର୍ଥଙ୍କ ଲୁକ୍ ସେୟାର କରିଥିଲେ ରୋହିତ। ରୋହିତଙ୍କ ପ୍ରଥମ ପୋଷ୍ଟରରେ ସିଦ୍ଧାର୍ଥ ପୋଲିସ ଅବତାରରେ ନଜର ଆସିଥିଲେ। ସିଦ୍ଧାର୍ଥଙ୍କ ଭଳି ଶିଳ୍ପା ମଧ୍ୟ ପୋଲିସ ଅଫିସର ଭାବେ ଆକ୍ସନ କରୁଥିବାର ନଜର ଆସିବେ।
ରୋହିତ ସେଟ୍ଟୀ ମଧ୍ୟ ଏହି ଫିଲ୍ମ ଜରିଆରେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବଡ ପରଦାରେ ଧମାଲ୍ କରିବା ପରେ ଓଟିଟି ପ୍ଲାଟଫର୍ମରେ ଧମାଲ୍ କରିବେ। ସେହିପରି ଶିଳ୍ପା ମଧ୍ୟ ଓଟିଟି ଡେବ୍ୟୁ କରୁଛନ୍ତି। ଯାହା ପାଇଁ ଫ୍ୟାନ୍ସ ବେଶି ଉତ୍ସାହିତ ରହିଛନ୍ତି।
View this post on Instagram
ରୋହିତଙ୍କ ଅଧିକାଂଶ ଫିଲ୍ମ ପୋଲିସ ଫୋର୍ସ ଉପରେ ଆଧାରିତ। ଏହି ୱେବ୍ ସିରିଜ ମଧ୍ୟ ପୋଲିସ ଫୋର୍ସ ଉପରେ ଆଧାରିତ। ଏହି ୱେବ୍ ସିରିଜରେ ଶିଳ୍ପା ଦମଦାର ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ଏହି ୱେବ୍ ସିରିଜ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ। ସିରିଜର ସୁଟିଂ ଆରମ୍ଭ ହୋଇଯାଇଛି। ଫ୍ୟାନ୍ସ ଏବେ ରିଲିଜ ଡେଟ୍ ଏବଂ ଟ୍ରେଲର ଅପେକ୍ଷାରେ ରହିଛନ୍ତି।
View this post on Instagram
ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀ ନିକଟରେ ରିଆଲଟି ଶୋ ‘ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ’ରେ ଜଜ୍ ଭାବେ ନଜର ଆସିଥିଲେ। ଏହି ଶୋରେ ତାଙ୍କ ସହିତ ବାଦଶାହ, ମନୋଜ ମଣ୍ଟିସର, କିରନ ଖେର ମଧ୍ୟ ଜଜ୍ ଭାବେ ରହିଥିଲେ। ଏହି ଶୋକୁ ଦିବ୍ୟାଂଶ ଓ ମନୁରାଜ ଜିତିଥିଲେ। ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟକୁ ଦିବ୍ୟାଂଶ ଏବଂ ମନୁରାଜଙ୍କ ଦୁହେଁ ଅଲଗା ଅଲଗା ଆସିଥିଲେ କିନ୍ତୁ ଧୀରେ ଧୀରେ ଦୁହେଁ ଏକାଠି କାମ ଆରମ୍ଭ କରିଥିଲେ । ଫାଇନାଲରେ ଦିବ୍ୟାଂଶ-ମନୁରାଜ ବିଏସ୍ ରେଡ୍ଡି, ୱାରିଅର୍ ସ୍କ୍ଵାଡ୍, ବମ୍ ଫାୟାର୍ କ୍ରୁ ଭଳି ଅନେକ ପ୍ରତିଭାବାନ ପ୍ରତିଯୋଗୀକୁ ପଛରେ ପକାଇଥିଲେ । ବିଜେତା ମନୁରାଜ ହରିପ୍ରସାଦ ଚୌରସିଆଙ୍କ ଗୁରୁକୁଳରେ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରୁଥିଲେ। ମାତ୍ର ୧୨ ବର୍ଷ ବୟସରେ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ।