ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ମାମଲାରେ ନିରବତା ଭାଙ୍ଗିଲେ ଶିଳ୍ପା ସେଟ୍ଟୀ, କହିଲେ ଏମିତି କଥା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା ଏବେ ପର୍ଣ୍ଣୋଗ୍ରାଫି ମାମଲାରେ ଜେଲରେ ଅଛନ୍ତି। କିନ୍ତୁ ଏହି ମାମଲାକୁ ଇତି ମଧ୍ୟରେ ସପ୍ତାହରେ ପୂରିଥିଲେ ବି ଶିଳ୍ପା ମୁହଁ ଖୋଳିନଥିଲେ। କିନ୍ତୁ ଏବେ ନିରବତା ଭାଙ୍ଗିଛନ୍ତି ଶିଳ୍ପା। ପ୍ରଥମ ଥର ପାଇଁ ରାଜ୍‌ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ମାମଲାରେ ନିଜ ମତ ରଖିଛନ୍ତି ଶିଳ୍ପା।

ଶିଳ୍ପା ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ହଁ ଗତ କିଛି ଦିନ ହେଲା ମୁଁ ଖୁବ୍‌ ଖରାପ ସମୟ ଦେଇ ଗତି କରୁଛି। ମୋର ଓ ମୋ ପରିବାର ଉପରେ ଅନେକ ଆରୋପ ଲଗାଯାଇଛି। ମୋତେ ଟ୍ରୋଲ କରାଯାଇଛି। କେବଳ ମୋତେ ନୁହେଁ, ମୋ ପରିବାରକୁ ବି ଏଥିରେ ଟଣାଯାଉଛି। ମୁଁ ଏହି ମାମଲାରେ କୌଣସି ଟିପ୍ପଣୀ ଦେଇନାହିଁ। ଆଗକୁ ବି ଦେବି ନାହିଁ କାରଣ ମାମଲା ଏବେ କୋର୍ଟରେ ଅଛି। ଆପଣ ମୋ ତରଫରୁ ଭୁଲ କଥା ଦେଖିବା ବନ୍ଦ କରନ୍ତୁ’।


ସେ କହିଛନ୍ତି, ‘ମୋ ଫିଲୋସଫି ହେଉଛି, କାହାକୁ କମ୍ପଲେନ୍‌ କରନାହିଁ କି କାହାକୁ ଏକ୍ସପ୍ଲେନ୍‌ କରନ୍ତୁ ନାହିଁ’। ଶିଳ୍ପା ଆହୁରି ମଧ୍ୟ କହିଛନ୍ତି, ମୋର ବିଶ୍ୱାସ ଅଛି ଯେ ମାମଲାର ନିରପେକ୍ଷ ଯାଞ୍ଚ ହେବ। ମୁଁ କେବଳ ଏତିକି କହିବି ଯେ ଏବେ ମାମଲାର ଯାଞ୍ଚ ଚାଲିଛି ଏବଂ ମୁମ୍ବାଇ ପୋଲିସ ଓ ଆମ ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.