‘ସୁପରଡ୍ୟାନ୍ସ’ ସେଟ୍‌କୁ ଆଉ ଫେରିବେନି ଶିଳ୍ପା ସେଟ୍ଟୀ, ଜ୍ୟାକି-ସଙ୍ଗୀତା ହେବେ ଅତିଥି

ଟିଭିର ଲୋକପ୍ରିୟ ଡ୍ୟାନ୍ସ ଶୋ’ ‘ସୁପର ଡ୍ୟାନ୍ସ ଚ୍ରାପ୍ଟର ୪’ରେ ଆଉ ଜଜ୍‌ ଭାବେ ନଜର ଆସିବେନି ଶିଳ୍ପା ସେଟ୍ଟୀ। ସ୍ୱାମୀ ରାଜ୍‌ କୁନ୍ଦ୍ରା ଏବେ ପର୍ଣ୍ଣୋଗ୍ରାଫି ମାମଲାରେ ଜେଲରେ ଥିବାରୁ ଶିଳ୍ପା ଆଉ ଶୋ’ କରିବେନି ବୋଲି ଜଣାଯାଇଛି। ଏଣୁ ତାଙ୍କ ସ୍ଥାନରେ ନୂଆ ଜଜ୍‌ ଆସିବା ନେଇ ଚର୍ଚ୍ଚା ହେଉଛି।

କୁହାଯାଉଛି ଯେ, ଚଳିତ ଓ୍ଵିକ୍‌ ଏଣ୍ଡ୍‌ ଏପିସୋଡ୍‌ରେ ମୌସୁମୀ ଚାଟାର୍ଜୀ ଓ ସୋନାଲି ବେନ୍ଦ୍ରେ ଶିଳ୍ପାଙ୍କ ସ୍ଥାନରେ ଅତିଥିଭାବେ ନଜର ଆସିବେ। ଅନ୍ୟପଟେ ଆସନ୍ତା ସପ୍ତାହରେ ଜ୍ୟାକି ଶ୍ରଫ୍‌ ଓ ସଙ୍ଗୀତା ବିଜଲାନୀ ଶୋ’ରେ ଅତିଥିଭାବେ ଆସିବେ। ତାଙ୍କ ସହ ଗୀତା କପୁର ଓ ଅନୁରାଗ ବସୁ ମଧ୍ୟ ନଜର ଆସିବେ।

ରିପୋର୍ଟ ମୁତାବକ, ଆଗାମୀ କିଛି ସପ୍ତାହ ଯାଏଁ ଶିଳ୍ପା ଶୋ’କୁ ଫେରିବେ ନାହିଁ। ପ୍ରତି ସପ୍ତାହରେ ନୂଆ ନୂଆ ଅତିଥି ଆସୁଛନ୍ତି ଓ ଶୋ’ରେ ଅଂଶଗ୍ରହଣ କରୁଛନ୍ତି। ଏଣୁ ଶିଳ୍ପାଙ୍କ ସ୍ଥାନରେ ଆଉ କୌଣସି ଜଜ୍‌ଙ୍କ ଆବଶ୍ୟକତା ପଡ଼ୁନାହିଁ। ଆଶା କରାଯାଉଛି ଯେ ଶିଳ୍ପା ଖୁବ୍‌ଶୀଘ୍ର ଶୋ’କୁ ଫେରିବେ। ଯଦି ସେ ଶୋ’ ଛାଡ଼ୁଛନ୍ତି, ତେବେ ତାଙ୍କ ସ୍ଥାନରେ ଆଉ ନୂଆ ଜଜ୍‌ ଖୋଜିବାକୁ ପଡ଼ିବ। କିନ୍ତୁ ଏବେ ଶିଳ୍ପା ଶୋ’ରେ ଅଛନ୍ତି ବୋଲି ଶୋ’ ନିର୍ମାତା କହିଛନ୍ତି।

Leave A Reply

Your email address will not be published.