ରାଜ୍‌ କୁନ୍ଦ୍ରାଙ୍କ ଠାରୁ ଭିନ୍ନ ହୋଇ ଏକ ଅଲଗା ଜୀବନ ପ୍ଲାନିଂ କରୁଛନ୍ତି ଶିଳ୍ପା, ପାପ ଅର୍ଜିତ ଧନଠୁ ବି ପିଲାଙ୍କୁ ରଖିବେ ଦୂରରେ

ପର୍ଣ୍ଣୋଗ୍ରାଫି ମାମଲାରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ଜେଲ୍‌କୁ ଯିବା ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ଶିଳ୍ପା ସେଟ୍ଟୀ। ଏବେ ବି କେସ୍‌କୁ ନେଇ କୋର୍ଟରେ ଶୁଣାଣି ଚାଲିଛି। ଏଣୁ ରାଜ୍‌ ଜେଲରେ ଦୀର୍ଘ ସମୟ ରହିବା ଭଳି ପରିସ୍ଥିତି ଉପୁଜିଛି। ଏଭଳି ସ୍ଥିତିରେ ଦୁଇ ପିଲାଙ୍କ ଭବିଷ୍ୟତ ପାଇଁ ଶିଳ୍ପା ଚିନ୍ତା କରିବା ଆରମ୍ଭ କରିଛନ୍ତି। ରାଜ୍‌ଙ୍କ ଅନୁପସ୍ଥିତିରେ ସେ ପିଲାଙ୍କୁ ନିଜ ଅନୁସାରେ ଚଳାଇବାକୁ ପ୍ଲାନିଂ କରୁଥିବା ନେଇ ଶିଳ୍ପାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ସୂଚନା ଦେଇଛନ୍ତି।

କେସ୍‌ ଆରମ୍ଭ ବେଳେ ଶିଳ୍ପା କହିଥିଲେ ଯେ ରାଜ୍‌ଙ୍କର ପର୍ଣ୍ଣୋଗ୍ରାଫି ଫିଲ୍ମ ନିର୍ମାଣରେ ସମ୍ପୃକ୍ତି ଅଛି ବୋଲି ସେ ଜାଣିନଥିଲେ। କେବଳ ଏତିକି ନୁହେଁ, କେସ୍‌ ପାଇଁ ଏନ୍‌ସିବି ଶିଳ୍ପାଙ୍କୁ ପଚରାଉଚରା ପାଇଁ ଯାଇଥିବା ବେଳେ ବି ଶିଳ୍ପା ରାଜ୍‌ଙ୍କୁ ପାଟି କରିଥିଲେ ଓ ଆମ ପାଖରେ ତ ସବୁ କିଛି ଥିଲା ତମେ କାହିଁକି ଏମିତି କଲ ବୋଲି ପଚାରିଥିଲେ।

ତେବେ ନିକଟରେ ଶିଳ୍ପାଙ୍କ ବନ୍ଧୁ କହିଛନ୍ତି, ଆମେ ଯେତେ ଦୂର ଶିଳ୍ପାଙ୍କୁ ଜାଣୁ ସେ ନିଜର ଦୁଇ ପିଲାଙ୍କୁ ରାଜ୍‌ଙ୍କ ଠାରୁ ଦୂରରେ ତଥା ଭୁଲ ଉପାୟରେ ଅର୍ଜନ କରାଯାଇଥିବା ଧନ ଦୌଲତ ଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ଶିଳ୍ପା ରାଜ୍‌ଙ୍କ ସମ୍ପତ୍ତିର ଟଙ୍କାଏ ବି ଛୁଇଁବେନି। ସେ ରିଆଲିଟି ଶୋ’ରୁ ମୋଟା ଅଙ୍କର ରୋଜଗାର କରୁଛନ୍ତି। ଏଥିସହ ଆଗକୁ ମଧ୍ୟ ଫିଲ୍ମ କରିବାକୁ ଚାହୁଁଥିବା ଫିଲ୍ମ ନିର୍ମାତାଙ୍କୁ କହିଥିବା ସୂଚନା ଦେଇଛନ୍ତି ଶିଳ୍ପାଙ୍କ ବନ୍ଧୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.