ସୋସିଆଲ ମିଡିଆରୁ ସବୁଦିନ ପାଇଁ ବିଦାୟ ନେଲେ ଶିଳ୍ପା ସେଟ୍ଟୀ! ବ୍ଲାକ୍ ଫଟୋ ପୋଷ୍ଟ୍ କରି କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫ୍ୟାନମାନଙ୍କୁ ବଡ଼ ଝଟ୍କା ଦେଇଛନ୍ତି। ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଶିଳ୍ପା ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏହି ଅଭିନେତ୍ରୀ ସବୁଦିନ ପାଇଁ ସୋସିଆଲ ମିଡିଆକୁ ବାଏ ବାଏ କହିଛନ୍ତି, ଯାହାକି ତାଙ୍କ ଫ୍ୟାନମାନଙ୍କୁ ଏକଦମ୍ ନିରାଶ କରି ଦେଇଛି। ସେ ଇନ୍ଷ୍ଟାଗ୍ରାମରେ ଏକ ବ୍ଲାକ୍ ଫଟୋ ପୋଷ୍ଟ କରି ସୋସିଆଲ ମିଡିଆରୁ ଦୂରେଇ ଯିବାର କାରଣ ବିଷୟରେ ଜଣାଇଛନ୍ତି। ଶିଳ୍ପା ଏହି ପୋଷ୍ଟ୍ ମାଧ୍ୟମରେ ସୋସିଆଲ ମିଡିଆରୁ ବିଦାୟ ନେଉଥିବା କହିଛନ୍ତି। ତେବେ ଏହି ଖବର ଯେତେବେଳେ ସାମ୍ନାକୁ ଆସିଲା, ତ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ସେମାନେ ଏହା ଜାଣିବାକୁ ଚାହୁଁଛନ୍ତି ଯେ କାହିଁକି ଅଭିନେତ୍ରୀ ଏମିତି ନିଷ୍ପତ୍ତି ନେଲେ।
ଶିଳ୍ପା ସେଟ୍ଟୀ ମେ’ ୧୨ରେ ସୋସିଆଲ ମିଡିଆରୁ ଦୂରେଇ ଯିବାର ନିଷ୍ପତ୍ତି ନେଇଛନ୍ତି। ଶିଳ୍ପାଙ୍କ ମୁତାବକ, ଅଭିନେତ୍ରୀ ଉଭୟ ଇନ୍ଷ୍ଟାଗ୍ରାମ ଏବଂ ଟ୍ଵିଟରରୁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶିଳ୍ପା ଏ ନେଇ ସେୟାର କରିଥିବା ପୋଷ୍ଟ୍ରେ ଏହାର କାରଣ ମଧ୍ୟ ଜଣାଇଛନ୍ତି। ସେ ଖୁଲାସା କରିଛନ୍ତି ଯେ ‘ଗୋଟିଏ ହିଁ ଜିନିଷକୁ ନେଇ ବିରକ୍ତ ହୋଇଗଲିଣି। ସବୁ କିଛି ଏକାଭଳି ହିଁ ଦେଖାଯାଉଛି। ସୋସିଆଲ ମିଡିଆରୁ ଦୂରେଇ ଯାଉଛି, ଯେ ପର୍ଯ୍ୟନ୍ତ ମୋତେ ଏକ ନୂଆ ଅବତାର ନ ମିଳିଛି’।
ରାଜ୍ କୁନ୍ଦ୍ରା ବି ସୋସିଆଲ ମିଡିଆରେ ନାହାନ୍ତି
ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି। ଇନ୍ଷ୍ଟାଗ୍ରାମରେ ତାଙ୍କର ଅଢ଼େଇ କୋଟିରୁ ଅଧିକ ଫଲୋୟର ଅଛନ୍ତି। ତେବେ ଏ ସମସ୍ତଙ୍କୁ ଏବେ ଶିଳ୍ପା ନିରାଶ କରି ଦେଇଛନ୍ତି। କହି ରଖୁଛୁ, ଗତବର୍ଷ ଅଭିନେତ୍ରୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ମଧ୍ୟ ଜାମିନ୍ରୁ ମୁକୁଳିବା ପରେ ସୋସିଆଲ ମିଡିଆକୁ ଅଲ୍ବିଦା କହି ଦେଇଥିଲେ। ଲୋକେ ତାଙ୍କୁ ଖୁବ୍ ଖରାପ ଭାବରେ ଟ୍ରୋଲ କରୁଥିଲେ, ଯେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ।
ଶିଳ୍ପାଙ୍କ େଓ୍ଵବ୍ ସିରିଜ୍
ଶିଳ୍ପା ସେଟ୍ଟୀଙ୍କ ଓ୍ଵାର୍କଫ୍ରଣ୍ଟ୍ ବିଷୟରେ କଥା ହେବା ତ ସେ ବର୍ତ୍ତମାନ ଗୋଆରେ ଅଛନ୍ତି। ଏଠାରେ ସେ ରୋହିତ ସେଟ୍ଟୀଙ୍କ ସହିତ ତାଙ୍କ ଅପ୍କମିଙ୍ଗ୍ େଓ୍ଵବ୍ ସିରିଜ୍ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଶୁଟିଂ କରୁଛନ୍ତି। ରୋହିତ ସେଟ୍ଟୀଙ୍କ କପ୍ ୟୁନିଭର୍ସର ସେ ପ୍ରଥମ ଫିମେଲ୍ କପ୍ ହୋଇଛନ୍ତି। ଏହି େଓ୍ଵବ୍ ସିରିଜ୍ରେ ଶିଳ୍ପା ସେଟ୍ଟୀଙ୍କ ସହିତ ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରା ଓ ବିବେକ୍ ଓବରାୟ ବି ନଜର ଆସିବେ। ଏହି ଶୋ’ରୁ ରୋହିତ ଓଟିଟି ପ୍ଲାଟ୍ଫର୍ମରେ ମଧ୍ୟ ନିଜର ଧମାଲ କରିବାକୁ ଯାଉଛନ୍ତି।
View this post on Instagram