ଶର୍ଲିନ୍‌ ଚୋପ୍ରାଙ୍କ ନାଁରେ ଶିଳ୍ପା ଓ ରାଜ୍‌ କୁନ୍ଦ୍ରାଙ୍କ ୫୦ କୋଟିର ମାନହାନି ମକଦ୍ଦମା

ବଲିଉଡ୍‌ ଅଭିନେତ୍ରୀ ଶର୍ଲିନ ଚୋପ୍ରା ନିକଟରେ ରାଜ୍‌ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର  ଅଭିଯୋଗ ଆଣିଥିଲେ । ଏଥି ସହିତ ଠକେଇ ଅଭିଯୋଗ ମଧ୍ୟ ଆଣିଥିଲେ। ଏବେ ଏହି ପ୍ରସଙ୍ଗରେ ଶିଳ୍ପା ଓ ତାଙ୍କ ସ୍ୱାମୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ଦମ୍ପତି ଶର୍ଲିନ ଚୋପ୍ରାଙ୍କ ଉପରେ ମାନହାନି ମକଦ୍ଦମା କରିଛନ୍ତି। ଦୁହେଁ ଶର୍ଲିନଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରେଇଛନ୍ତି। ଏଥି ସହିତ ଶର୍ଲିନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗଗୁଡ଼ିକୁ ମନଗଢ଼ା ଏବଂ ମିଥ୍ୟା ବୋଲି କହିଛନ୍ତି।

କିଛିଦିନ ପୂର୍ବେ ଶର୍ଲିନ ଚୋପ୍ରା, ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟିଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନା ନେଇ ଅଭିଯୋଗ ଲଗାଇଥିଲେ। ଏ ନେଇ ସେ ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ। ଏବେ ଶିଳ୍ପା ଓ ରାଜ୍‌ଙ୍କ ଓକିଲ ଶର୍ଲିନଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନି କେସ୍‌ ଫାଇଲ୍‌ କରିଛନ୍ତି। ଦମ୍ପତିଙ୍କ ଓକିଲ ଅଫିସିଆଲ ବୟାନ ଜାରି କରି କହିଛନ୍ତି ଯେ ‘ଶର୍ଲିନ ଚୋପ୍ରା, ଶିଳ୍ପା ସେଟ୍ଟି ଓ ରାଜ କୁନ୍ଦ୍ରାଙ୍କ ଉପରେ ଯେତେ ବି ଅଭିଯୋଗ ଲଗାଇଛନ୍ତି, ସେ ସବୁଗୁଡ଼ିକ ମିଥ୍ୟା, ନକଲି ଏବଂ ଭିତ୍ତିହୀନ। ଏହାର କୌଣସି ବି ପ୍ରମାଣ ନାହିଁ’।

ଏହା ପୂର୍ବରୁ ଶର୍ଲିନ ପର୍ଣ୍ଣ ର‍୍ୟାକେଟ୍‌ ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ବୟାନ ରେକର୍ଡ କରିଥିଲେ। ଏହାଛଡ଼ା ସେ କହିଥିଲେ କି, ରାଜ କୁନ୍ଦ୍ରା ଓ ତାଙ୍କର କ୍ରିଏଟିଭ୍‌ ଡାଇରେକ୍ଟର ମୋବାଇଲ ଆପ୍‌ ହଟ୍‌ଶଟସ୍‌ ପାଇଁ ତାଙ୍କଠୁ ଶୁଟ୍‌ କରେଇବା ପଛରେ ପଡ଼ି ଯାଇଥିଲେ। ଶର୍ଲିନ ବିସ୍ତତ ବୟାନ ଜାରି କରିଥିଲେ, ଯାହା ଏହି ମାମଲାରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଦ୍ୱାରା ଫାଇଲ୍‌ କରାଯାଇଥିବା ଚାର୍ଜଶିଟ୍‌ର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଥିଲା।

ଜେଲରେ ୨ ମାସ ବିତାଇଥିଲେ ରାଜ କୁନ୍ଦ୍ରା

ସେପଟେ ରାଜ କୁନ୍ଦ୍ରାଙ୍କ କଥା ଦେଖିଲେ, ପର୍ଣ୍ଣୋଗ୍ରାଫି ମାମଲାରେ ତାଙ୍କୁ ପୂରା ୨ ମାସ ଜେଲରେ ବିତାଇବାକୁ ପଡ଼ିଥିଲା। ସେ ୨୧ ସେପ୍ଟେମ୍ବରରେ ଜେଲ୍‌ରୁ ବାହାରି ଥିଲେ। ପର୍ଣ୍ଣୋଗ୍ରାଫି ମାମଲାରେ ରାଜ ଫସିବା ପରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଅଭିନେତ୍ରୀ କିଛି ଦିନ ପାଇଁ କାମରୁ ମଧ୍ୟ ବ୍ରେକ ନେଇ ଯାଇଥିଲେ। କିନ୍ତୁ ସେ ଧୌର୍ଯ୍ୟ ବଜାୟ ରଖିଥିଲେ ଏବଂ ନିଜର ପର୍ସନାଲ ଓ ପ୍ରଫେଶନାଲ ଫ୍ରଣ୍ଟରେ ଠିକ୍‌ ତାଳମେଳ ରଖିବାରେ ସଫଳ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.