ରାଜ କୁନ୍ଦ୍ରାଙ୍କ ବିନା ଗଣପତିଙ୍କୁ ନେବାକୁ ପହଞ୍ଚିଲେ ଶିଳ୍ପା ସେଟ୍ଟି, ଧୁମ୍‌ଧାମରେ କଲେ ବପ୍ପାଙ୍କୁ ସ୍ୱାଗତ, ଦେଖନ୍ତୁ ଫଟୋ

ଶିଳ୍ପା ସେଟ୍ଟି କୁନ୍ଦ୍ରା ପ୍ରତ୍ୟେକ ବର୍ଷ ଗଣେଶ ଚତୁର୍ଥୀକୁ ବେଶ୍‌ ଧୁମ୍‌ଧାମରେ ପାଳନ କରିଥାଆନ୍ତି। ଏଥର ରାଜ କୁନ୍ଦ୍ରା ଜେଲ୍‌ରେ ଥିବା କାରଣରୁ ତାଙ୍କ ପରିବାର ମାନସିକ ଅବସାଦରେ ଅଛନ୍ତି। ଏମିତି ସମୟରେ ଶିଳ୍ପା ସେଟ୍ଟି ଗଣେଶ ଚତୁର୍ଥୀକୁ ମିସ୍‌ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁଥର ଭଳି ଏଥର ମଧ୍ୟ ସେ ଗଣପତି ବପ୍ପାଙ୍କୁ ନିଜ ଘରକୁ ଆଣିଛନ୍ତି। ଭଗବାନ ଗଣେଶ ସମସ୍ତଙ୍କ ବିଘ୍ନ ନାଶ କରିଥାଆନ୍ତି। ଏଣୁ ଶିଳ୍ପାଙ୍କର ଏହି ପ୍ରାର୍ଥନା ରହିବ କି, ତାଙ୍କ ସମସ୍ୟା ସବୁ ଦୂରେଇ ଯାଉ ଏବଂ ପରିବାରକୁ ଖୁସି ଫେରି ଆସୁ।

ଗଣେଶଙ୍କ ମୂର୍ତ୍ତି ଘରକୁ ଆଣିବା ସମୟରେ ଶିଳ୍ପା ସେଟ୍ଟିଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଏହି ଅଭିନେତ୍ରୀଙ୍କ ଜୀବନରେ ଯେତେ ଉତ୍‌ଥାନ ପତ୍ତନ ଚାଲୁଥିଲେ ମଧ୍ୟ ତାଙ୍କ ଚେହେରାରେ ସବୁବେଳେ ସ୍ମାଇଲ୍‌ ହିଁ ନଜର ଆସିଥାଏ। ଏହି ଫଟୋଗୁଡ଼ିକରେ ଶିଳ୍ପା ବହୁତ ଉତ୍ସାହିତ ଥିବା ନଜର ଆସିଛନ୍ତି।

shilpa2
photo: aajtak

୧୦ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ। ଶିଳ୍ପା ଗଣପତି ବପ୍ପାଙ୍କ ମୂର୍ତ୍ତି ଆଣିବା ପାଇଁ ଲାଲବାଗ ପହଞ୍ଚିଥିଲେ। ଫେଷ୍ଟିଭ୍‌ ସୁଟ୍‌ରେ ସେ ଖୁବ୍‌ ଷ୍ଟନିଙ୍ଗ୍‌ ଲାଗୁଥିଲେ। ଏହି ସମୟରେ ସେ ପାପାରାଜିଙ୍କୁ ପୋଜ୍‌ ମଧ୍ୟ ଦେଇଥିଲେ। ଚଳିତବର୍ଷ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅନୁପସ୍ଥିତିରେ ଶିଳ୍ପା ସମସ୍ତ କାର୍ଯ୍ୟକୁ ଦାୟିତ୍ୱର ସହ ନିଭାଉଥିବା ନଜର ଆସୁଛନ୍ତି। ସୂଚନାଥାଉ କି, ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ଫିଲ୍ମ ବନାଇବାର ସଙ୍ଗୀନ ଅଭିଯୋଗ ରହିଛି। ଏହି ମାମଲାରେ ସେ ଏବେ ଜେଲ୍‌ରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.