ମାଛିକୁ ଦେଖି ଅଭିନେତ୍ରୀ କଲେ ଏମିତି ପ୍ରତିକ୍ରିୟା, ପ୍ରଶଂସକ କହିଲେ- ବଡ ଲୋକଙ୍କୁ ମାଛି ଡାୟାନାସୋର ଭଳି ଲାଗେ

ଶିଳ୍ପା ସେଟ୍ଟୀ ନିଜର ସୁନ୍ଦରତା ଓ ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଶିଳ୍ପାଙ୍କ ବିଷୟରେ ଜାଣିବା ପାଇଁ ତାଙ୍କର ପ୍ରଶଂସକ ସର୍ବଦା ଉତ୍ସୁକ ଥାଆନ୍ତି । ହେଲେ କିଛି ଦିନ ତଳେ ଶିଳ୍ପା ଏମିତି କିଛି କାମ କରିଛନ୍ତି ଯେଉଁଥି ପାଇଁ ସେ ଟ୍ରୋଲ ହେବାରେ ଲାଗିଛନ୍ତି । କେହି ତାଙ୍କୁ ଉପଦେଶ ଦେଉଛନ୍ତି ତ କିଏ ତାଙ୍କର ପିଲାଳିଆମି ଦୂର କରିବା ପାଇଁ କହୁଛନ୍ତି ।

ମାଛିକୁ ଦେଖି ଚିଲାଇଲେ ଶିଳ୍ପା

ଶିଳ୍ପା କିଛି ଦିନ ଧରି ପେପରାଜୀ କ୍ୟାମେରାରେ ବାନ୍ଧି ହୋଇଯାଇଛନ୍ତି । ବିରଳ ଭିଆନି ଏହି ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଶିଳ୍ପା କାରରେ ବସିବାକୁ ଯାଉଛନ୍ତି ଓ କାରର ଡୋର ବନ୍ଦ କରିବା ସମୟରେ ତାଙ୍କ କାରରେ କିଛି ମାଛି ପଶିଯାଉଛନ୍ତି । ମାଛିକୁ ଦେଖି ସେ ଚିଲାଉଥିବା ଦେଖାଯାଉଛନ୍ତି । ଏଥିସହ ମାଛିଗୁଡିକୁ ହାତରେ ଘଉଡାଉଥିବା ଓ ମାରୁଥିବା ଦେଖିବାକୁ ମିଳୁଛନ୍ତି । ମାଛିକୁ ଦେଖି ଶିଳ୍ପାଙ୍କର ଏହି ପ୍ରତିକ୍ରିୟା ଯୋଗୁ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିପାଇଁ ସେ ୟୁଜର୍ସଙ୍କ ଟ୍ରୋଲର ଶିକାର ହେଉଛନ୍ତି ।

ୟୁଜର୍ସ କଲେ ଟ୍ରୋଲ

ଏଡି ଭିଡିଓରେ ଶିଳ୍ପା ମାଛିକୁ ଦେଖି କରିଥିବା ପ୍ରତିକ୍ରିୟା ଯୋଗୁ ବହୁତ କିଛି ଶୁଣିବାକୁ ମିଳୁଛି । ଜଣେ ୟୁଜର୍ସ ଲେଖିଛନ୍ତି –‘ଏତେ ଡରୁଛନ୍ତି ତ ପାଖରେ ଗୋଟେ ମାଛି ମାରିବା ର‍୍ୟାକେଟ ରଖନ୍ତୁ ।’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ‘ସର୍ବଦା ଓଭର ରିଆକ୍ଟିଂ ’। ଆଉ ଜଣେ ଲେଖିଛନ୍ତି-‘ଶିଳ୍ପାଙ୍କ ପିଲା ବି ତାଙ୍କ ଠାରୁ ଅଧିକ ମାଚ୍ୟୁର ।’ ଜଣେ ୟୁଜର କମେଣ୍ଟ କରିଛନ୍ତି, ‘ବଡ଼ ଲୋକଙ୍କୁ ମାଛି ବି ଡାୟାନାସୋର ଭଳି ଲାଗନ୍ତି ।’

ଓଟିଟିରେ ଡେବ୍ୟୁ କରିବେ ଅଭିନେତ୍ରୀ

ଶିଳ୍ପା ସେଟ୍ଟି ଖୁବ ଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ରୋହିତ ଶେଟ୍ଟିଙ୍କ ‘ଇଣ୍ଡିଆନ ପୁଲିସ ଫୋର୍ସ’ ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଏହି ସିରିଜରେ ସିଦ୍ଧାର୍ଥ ମାଲହୋତ୍ରା ମୁଖ୍ୟ ଭୁମିକାରେ ଅଛନ୍ତି । କିଛି ଦିନ ପୂର୍ବେ ଶିଳ୍ପା ଏହି ସିରିଜ ସହ ସମ୍ପର୍କିତ କିଛି ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଖୁବ ସୁନ୍ଦର ଲାଗୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.