‘ସୁପର ଡ୍ୟାନ୍ସ ୪’ର ସୁଟିଂ ସେଟ୍‌କୁ ଫେରିଲେ ଶିଳ୍ପା ସେଟ୍ଟୀ, ସାମ୍ନାକୁ ଆସିଲା ଭିଡିଓ

ଦୀର୍ଘ ଦିନ ପରେ ଟିଭି ରିଆଲିଟି ଶୋ’ ସୁପର ଡ୍ୟାନ୍ସ ୪କୁ ଫେରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସେ ସୁଟିଂ ସେଟ୍‌କୁ ଫେରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ ଯେ ସ୍ୱାମୀ ରାଜ୍‌ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ ଶିଳ୍ପା କିଛି ଦିନ ପାଇଁ ଶୋ’ କରିନଥିଲେ। କିନ୍ତୁ ଏବେ ପୁଣିଥରେ ସେ ସୁଟିଂ ସେଟ୍‌କୁ ଫେରିଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:


ଇନ୍‌ଷ୍ଟାଗ୍ରାମ୍‌ରେ ଶିଳ୍ପାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଶିଳ୍ପା ନିଜ ଭ୍ୟାନିଟି ଭ୍ୟାନ୍‌ରୁ ଓହ୍ଲାଇ ସେଟ୍‌କୁ ଯାଉଥିବା ଦେଖାଯାଇଛି। ଶିଳ୍ପା ଏକ ନୀଳ ଓ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି। ଶିଳ୍ପାଙ୍କ କମ୍‌ବ୍ୟାକ୍‌ ଦେଖି ଫ୍ୟାନ୍‌ମାନେ ଖୁସି ହୋଇଥିବା ଦେଖାଯାଇଛି।

ଅନ୍ୟପଟେ ଶିଳ୍ପାଙ୍କ କମ୍‌ବ୍ୟାକ୍‌ ନେଇ ସୋନି ଟିଭି ପକ୍ଷରୁ କୌଣସି ସୂଚନା ମିଳିନାହିଁ। ତେବେ କୁହାଯାଉଛି ଯେ ସୋନି ଟିଭି ଓ ଶୋ’ ପ୍ରସାରଣ କରୁଥିବା ସଂସ୍ଥା ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଶିଳ୍ପା ଶୋ’ଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ଆଗକୁ ବି ଶିଳ୍ପା ଶୋ’ରେ କାମ ଜାରି ରଖିବେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.