ସୋ’କୁ ଫେରିଲେ ଶିଳ୍ପା, ଦେଲେ ରାଣୀ ଝାନ୍ସୀ ବାଈଙ୍କ ତ୍ୟାଗର ବାର୍ତ୍ତା

ଫେରିଛନ୍ତି ଶିଳ୍ପା ସେଟ୍ଟୀ । ଆପଣ ଭାବୁଥିବେ ଏମିତି ଆମେ କାହିଁକି କହୁଛୁ । କିନ୍ତୁ ଆମ କହିବାର କାରଣ ହେଉଛି, ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିବା ପରେ ଶିଳ୍ପା ଜଜ୍ ଥିବା ରିଆଲିଟି ସୋ’ ସୁପର ଡାନ୍ସରରୁ  ଉଭାନ ହୋଇଯାଇଥିଲେ । ମିଡିଆ ଆଗରେ ରହିଥିବା ଏହି ଯୋଡ଼ିଙ୍କୁ ନେଇ ହେଉଥିଲା ସବୁଆଡେ ଚର୍ଚ୍ଚା ।

ଦୀର୍ଘ ସମୟ ପରେ ପୁଣିଥିରେ ଶିଳ୍ପା ଫେରିଛନ୍ତି ରିଆଲିଟି ଡାନ୍ସ ସୋ’କୁ । ଏହାକୁ ନେଇ ସେଟରେ ଖୁସିର ମାହୋଲ ଦେଖାଯାଇଛି । ସୂଚନା ମିଳିଥିଲା ଯେ, ରାଜ କୁନ୍ଦ୍ରାଙ୍କୁ ନେଇ ମିଡିଆର ପ୍ରଶ୍ନରୁ ବଞ୍ଚିବା ପାଇଁ ଶିଳ୍ପା ଲାଇମ ଲାଇଟରୁ ନିଜକୁ ଦୂରେଇ ରଖିଥିଲେ । କିନ୍ତୁ ଏବେ ସେ ଫେରିଛନ୍ତି ।

ଏଠାକୁ ଆସିବା ପରେ ଏକ ଡାନ୍ସ ଭିଡ଼ିଓରେ କମେଣ୍ଟ ଦେଇଥିଲେ । ଝାନ୍ସି ରାଣୀଙ୍କ ତ୍ୟଗକୁ ଦେଖି କହିଥିଲେ ଯେ, “ସମାଜରେ ଆଜି ବି ନାରୀଙ୍କୁ ନିଜ ହକ୍ ପାଇଁ ଲଢ଼ିବାକୁ ପଡୁଛି । ନିଜ ସ୍ୱାମୀ ପରେ ନିଜକୁ ହିଁ ସବୁକିଛି କରିବାକୁ ପଡ଼ୁଛି । ନିଜର ଅସ୍ତିତ୍ୱ ପାଇଁ, ନିଜର ପିଲା ଓ ପରିବାରଙ୍କ ପାଇଁ । ଆଉ ମୁଁ ଗର୍ବିତ ଏଭଳି ଦେଶରେ ଜନ୍ମ ନେଇ” । ତେବେ ଏହି କଥା ଏବେ ଶିଳ୍ପାଙ୍କର ବେଶ ଭାଇରାଲ ହେଉଛି ।

Leave A Reply

Your email address will not be published.