ପରିବାର ସହ କ୍ରିସ୍ମାସ ସେଲିବ୍ରେସନ କଲେ ଶିଳ୍ପା ସେଟ୍ଟି, ସେୟାର କଲେ ଭିଡିଓ
ବଡ଼ଦିନ ପାଇଁ ସବୁ ଆଡେ ଖୁସିର ମାହୋଲ, ଆଜି ସମସ୍ତ ସ୍ଥାନରେ ଏହାକୁ ପାଳନ କରାଯାଉଛି । ସେଲିବ୍ରେଟିମାନେ ମଧ୍ୟ ବହୁତ ଧୁମ ଧାମରେ କ୍ରିସ୍ମାସ ସେଲିବ୍ରେସନ କରୁଛନ୍ତି । ସମସ୍ତ ବଲିଉଡ ତାରକାମାନେ ନିଜ ନିଜ ଷ୍ଟାଇଲରେ ଏହି ପର୍ବ ପାଳନ କରୁଛନ୍ତି । ଏହି ସମୟରେ ଶିଳ୍ପା ସେଟ୍ଟି ପ୍ରଶଂସକଙ୍କ ସହ ତାଙ୍କ ଘରେ କ୍ରିସ୍ମାସ ସେଲିବ୍ରେସନର ଏକ ଝଲକ ମଧ୍ୟ ସେୟାର କରିଛନ୍ତି । ଶିଳ୍ପା ସେଟ୍ଟି ତାଙ୍କର ଦୁଇ ସନ୍ତାନ ବିଆନ ଓ ସମିଶାଙ୍କ ସହ କ୍ରିସ୍ମାସ ସେଲିବ୍ରେସନ କରିଥିଲେ, ଯାହାର ଝଲକ ସେ ପ୍ରଶଂସକମାନଙ୍କୁ ଦେଖାଇଥିଲେ । ଶିଳ୍ପା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ପିଲାମାନଙ୍କୁ ଏକ ସରପ୍ରାଇଜ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଶିଳ୍ପାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଉଛନ୍ତି ।
ଏଥର ସିକ୍ରେଟ୍ ସାଣ୍ଟା କ୍ଲଜ୍ ମଧ୍ୟ ଶିଳ୍ପା ସେଟ୍ଟି ଏବଂ ରାଜ କୁନ୍ଦ୍ରାଙ୍କ ଘରକୁ ଆସିଥିଲେ । ସାଣ୍ଟା କ୍ଲଜ୍ ଘରେ ପ୍ରବେଶ କରିବା ମାତ୍ରେ ଉଭୟ ଶିଳ୍ପାଙ୍କ ପିଲାମାନେ ତାଙ୍କୁ ଦେଖିବା ପରେ ଉତ୍ସାହିତ ହୋଇଯାଇଥିଲେ । ସାଣ୍ଟା କ୍ଲଜ୍ ଶିଳ୍ପା ଓ ରାଜଙ୍କ ପିଲାମାନଙ୍କୁ ଅନେକ ଉପହାର ଦେଇଥିଲେ ଏବଂ ସେମାନଙ୍କୁ କ୍ରିସ୍ମାସ କାହାଣୀ ମଧ୍ୟ କହିଥିଲେ ଏବଂ ଉଭୟ ପିଲା ତାଙ୍କୁ ଅତି ଧ୍ୟାନରେ ଶୁଣୁଥିବାର ସେହି ଭିଡିଓରେ ଦେଖିବାକୁ ମିଳିଛି ।
ଏହା ପରେ ଶିଳ୍ପା ଏବଂ ରାଜ ମଧ୍ୟ ନିଜ ପିଲାମାନଙ୍କ ସହିତ କ୍ରିସ୍ମାସ ଗୀତରେ ନାଚିଲେ । ଶିଳ୍ପା କ୍ରିସ୍ମାସ ପାଳନ କରିବାର ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ହେଇଛନ୍ତି ଏବଂ ତାଙ୍କୁ ବଡଦିନରେ ଅଭିନନ୍ଦନ ଜଣାଇଛନ୍ତି । କେହି କେହି ଶିଳ୍ପାଙ୍କ କ୍ରିସ୍ମାସ ଉତ୍ସବକୁ ସର୍ବଶ୍ରେଷ୍ଠ ବୋଲି କହିଥିବା ବେଳେ ଅନ୍ୟ କେହି କହିଛନ୍ତି ଯେ ଏହି ଭିଡିଓ ଦେଖିବା ପରେ ସେମାନ ବହୁତ ଖୁସି ହୋଇଛନ୍ତି । ପ୍ରଶଂସକମାନେ ମଧ୍ୟ କ୍ରିସ୍ମାସର ଶୁଭେଚ୍ଛା ଜଣାଇଛନ୍ତି ।
View this post on Instagram