ମାଳଦୀପରେ ଶିଳ୍ପାଙ୍କ ଜଲ୍ଓ୍ଵା, ବିକିନି ପିନ୍ଧି ସେୟାର କଲେ ହଟ୍ ପୋଜ୍
ନୂଆଦିଲ୍ଲୀ : ବଲିଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୀର୍ଘ ଦିନ ଧରି ଫିଲ୍ମରୁ ଗାଏବ୍ ହୋଇଥିଲେ ବି ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥିଲେ । ଏବେ ଶିଳ୍ପା ପତି ରାଜ କୁନ୍ଦ୍ରାଙ୍କ ଓ ସାଙ୍ଗଙ୍କ ସହ ମାଳଦୀପରେ ଛୁଟି କଟାଉଛନ୍ତି । ସେଠାରୁ ଶିଳ୍ପା ନିଜର କିଛି ହଟ୍ ପୋଜ୍ର ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି । ଏହାକୁ ଶିଳ୍ପା ନିଜର ଟ୍ଵିଟର ହାଣ୍ଡେଲରେ ସେୟାର କରିଛନ୍ତି । ଯାହାକୁ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି ।
Just felt like… creating some waves today 🌊🌞🏖
.
.
.
.
.#Finolhu #FinolhuMaldives #VibrantFinolhu #IslandPlayground #barefootchic #seasideFinolhu #UnwindAtFinolhu #beachplease #gratitude #blessed #VacaySun pic.twitter.com/ckJWsxg5NE— SHILPA SHETTY KUNDRA (@TheShilpaShetty) February 25, 2021
ଭିଡ଼ିଓରେ ଦେଖାଯାଇଛି ଯେ ଶିଳ୍ପା ବିକିନି ପିନ୍ଧି ସମୁଦ୍ର କୂଳରେ ବସିଛନ୍ତି । ସମୁଦ୍ରରେ ଲହରୀ ଉଠୁଥିବା ଦେଖାଯାଉଛି । ଏହି ଭିଡ଼ିଓକୁ ସେୟାର କରି ଶିଳ୍ପା ଲେଖିଛନ୍ତି ‘ଏସା ଲଗା ଯୈସେ ତରଙ୍ଗ ଉତ୍ପନ୍ ହୋ ରହି ହୈ’ । ଶିଳ୍ପାଙ୍କ ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଶିଳ୍ପାଙ୍କ ଏହି ଭିଡ଼ିଓକୁ ୮ ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି ।
On the prowl 🐆
.
.
.
.
.#shutupandbounce #leopardprintlover #beachy #beachplease #lovelife #vacay #animalprint #gratitude #blessed pic.twitter.com/0ozWdmz6Us— SHILPA SHETTY KUNDRA (@TheShilpaShetty) February 25, 2021
ଏଥିସହିତ ପ୍ରଶଂସକ ଏହାକୁ ଖୁବ୍ ପସନ୍ଦ କରି ବିଭିନ୍ନ ଟିପ୍ପଣୀ ମଧ୍ୟ ଦେଉଛନ୍ତି । କୁହାଯାଏ ଶିଳ୍ପାଙ୍କୁ ସମୁଦ୍ର ବହୁତ ପସନ୍ଦ । ଶିଳ୍ପା ଖୁବ୍ ଶୀଘ୍ର ଫିଲ୍ମ ‘ହଙ୍ଗାମା ୨’ ରେ ନଜର ଆସିବେ । ତାଙ୍କ ସହ ପରେଶ ରାଓ୍ଵାଲ ଓ ମୀଜାନ୍ ଜାଫ୍ରୀ ମୁଖ୍ୟ ରୋଲ୍ରେ ନଜର ଆସିବେ ।