ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ ବର୍ତ୍ତମାନ ତାଙ୍କର ରିଆଲିଟି ସୋ ଦଶ କା ଦମରେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ସେ ବହୁତ ମସ୍ତି କରୁଥିବାର ଦେଖିବାକୁ ମିଳିଥାନ୍ତି। ସୋର ଏକ ଏପିସୋଡ଼ରେ ସଲମାନ ଖାନ ତାଙ୍କର ଖାସ ବନ୍ଧୁ ଶିଲ୍ପା ସେଟ୍ଟୀ ଏବଂ ଫାରହା ଖାନଙ୍କ ସହ ନଜର ଆସିଥିଲେ। ଏଥିରେ ହଠାତ ଶିଳ୍ପା ସଲମାନଙ୍କ ସାର୍ଟର ବଟମ ଖୋଲିବା ଆରମ୍ଭ କରିଦେଇଥିଲେ। ତା ପରେ କଣ ହୋଇଥିଲା ଆସନ୍ତୁ ପକାଇବା ନଜର।
ଆସନ୍ତା ଏପିସୋଡ଼ର ପ୍ରୋମ ଭିଡ଼ିଓରେ ସଲମାନ ଖାନ, ଶିଳ୍ପା ସେଟ୍ଟୀ ଏବଂ ଫରହା ଖାନଙ୍କୁ ଏକ ସାଙ୍ଗରେ ସେଟକୁ ନିମନ୍ତ୍ରଣ କରିଥିଲେ। ଯାହାପରେ ତାଙ୍କୁ ସ୍ବାଗତ କରି ଆଲିଙ୍ଗନ କରିବା ପରେ ଶିଳ୍ପା ସଲମାନଙ୍କର ସାର୍ଟ ବଟମ ଖୋଲିବା ଆରମ୍ଭ କରିଦେଇଥିଲେ। ଶିଳ୍ପାଙ୍କୁ ଏପରି କରୁଥିବା ଦେଖି ଷ୍ଟୁଡ଼ିଓରେ ଉପସ୍ଥିତ ଦର୍ଶକ ହସିବା ଆରମ୍ଭ କରିଦେଇଥିଲେ।
ଏହା ପରେ ସେଠାରେ ଶିଳ୍ପାଙ୍କ ସାଥିରେ ଅତିଥି ଭାବେ ପହଞ୍ଚିଥିବା ଫରହା କାହିଁକି ସଲମାନ ତାଙ୍କୁ ଶିଳ୍ପାଙ୍କ ଭଳି ଆଲିଙ୍ଗନ କଲେ ନାହିଁ ତାହାର ଅଭିଯୋଗ କରିବା ଆରମ୍ଭ କରିଥିଲେ। ଏହି ତିନି କଳାକାରଙ୍କ ମସ୍ତି ଏଠାରେ ଶେଷ ହୋଇ ନଥିଲା ବରଂ ଅସଲରେ ତ ସଲମାନଙ୍କ ପ୍ରଶ୍ନ ସହ ବଢ଼ିବାରେ ଲାଗିଥିଲା ସେମାନଙ୍କ ମଧ୍ୟରେ ମସ୍ତି। ଏପରିକି ସଲମାନଙ୍କ ଦୁଇ ଅତି ଘନିଷ୍ଠ ବନ୍ଧୁ ଶିଳ୍ପା ଏବଂ ଫରହା ପ୍ରଶ୍ନତ୍ତର ସମୟରେ ବହୁଥର ତାଙ୍କର ଥଟ୍ଟା ଉଡ଼ାଇଥିବା ଦେଖାଯାଇଛି।
Iss dumdaar weekend, taiyyar ho jayiye unlimited masti ke liye! Kyunki aa rahe hain khelne @BeingSalmanKhan ke saath @AnilKapoor, @TheShilpaShetty, @TheFarahKhan aur #PihuSand! Dekhna na bhule, #DusKaDum, Sat-Sun, raat 9:30 baje. pic.twitter.com/Ile2wXIuGe
— Sony TV (@SonyTV) July 25, 2018