ସୋସିଆଲ ମିଡିଆରେ ଶିଳ୍ପାଙ୍କ କାର୍ଟୁନ ଭିଡିଓ କିଏ କଲା ଭାଇରାଲ? ଜାଣନ୍ତୁ

ବଲିଉଡ଼ର ସୁନ୍ଦରୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ମଜ୍ଜାଳିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଅନ୍ୟ କେହି ନୁହେଁ ବରଂ ଶିଳ୍ପା ସେଟ୍ଟୀ ନିଜେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଶିଳ୍ପାଙ୍କୁ ବିଭିନ୍ନ ଅବତାରରେ ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ ଏହି ଭିଡିଓକୁ ଶିଳ୍ପାଙ୍କ ପୁଅ ବିହାନ କରିଥିଲେ । ପରେ ଏହାକୁ ଶିଳ୍ପା ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି ମଜ୍ଜାଳିଆ ଭିଡିଓକୁ ଦେଖି ସମସ୍ତେ ଶିଳ୍ପାଙ୍କ ତାରିଫ କରିଛନ୍ତି । ତାଙ୍କ ବେଷ୍ଟ ମମ୍ ବୋଲି ମଧ୍ୟ ସମ୍ବୋଧନ କରାଯାଇଛି ।

ମାତୃ ଦିବସ ଉପଲକ୍ଷେ ଏହି ଭିଡିଓ ତାଙ୍କ ପୁଅ କରିଥିଲେ । ଯାହାକୁ ସେ ଖୁସି ହୋଇ ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ପରିବାର କରୋନାରେ ସଂକ୍ରମିତ ହେବା ପରେ ଶିଳ୍ପା ଏବେ ରିଆଲିଟି ସୋ ରୁ ବାଦ ପଡି ଘରେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.